ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ହେବ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ପଟ୍ଟାମୁଣ୍ଡାଇରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ

blank
ପଟ୍ଟାମୁଣ୍ଡାଇ ୧୭/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଜେଡି ତରଫରୁ ପ୍ରବାଦପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ସ୍ଥାନୀୟ ବାଇପାସ ଛକଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସଂନ୍ଧ୍ୟାରେ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତରେ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପ୍ରଥମେ ପ୍ରବାଦପୁରୁଷ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ତାଙ୍କର ଅଭିଭାଷଣ ପ୍ରଦାନ କରି ବିଜୁ ବାବୁଙ୍କ ଓଡ଼ିଆ ଜାତି, ଓଡ଼ିଶା ରାଜ୍ୟ ପ୍ରତି ଥିବା ସ୍ନେହ ଓ ରାଜ୍ୟକୁ ସର୍ବାଙ୍ଗୀନ ବିକାଶ କରାଇବାର ସ୍ୱପ୍ନ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଇତିହାସ ସାକ୍ଷୀ ଅଛି। ଓଡ଼ିଶା ଲଗାତର ଭାବେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଆସୁଛି। ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ ପଡ଼ିଛି। ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ କମିଯାଉଥିବା ଆଶଙ୍କା ଉପୁଜିଥିବାରୁ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରୀମୋ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ବିଧାନସଭାର ଏକ ବିଶେଷ ଅଧିବେଶନ ଡାକି, ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଥଲେ। କିନ୍ତୁ ଏବେ ଲାଗୁଛି ରାଜ୍ୟ ଭାଜପା ସରକାର ଏହିଭଳି ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବଦ୍ରଷ୍ଟା ସାଜିବାକୁ ପସନ୍ଦ କରୁଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟ ଭାଜପା ସରକାର ଓଡ଼ିଆ କି ଓଡ଼ିଶାର ସ୍ୱାର୍ଥ ନୁହେଁ ବରଂ ଭାଜପାର ସ୍ୱାର୍ଥ ପୂରଣ ପାଇଁ ଗୁରୁତ୍ୱ ଦେଉଛି। ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ବିଧାୟକ ପ୍ରଶ୍ନ କରି କହିଥିଲେ ବିଜୁ ବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ ଥିଲେ। ଆଜି ତାଙ୍କ ତିରୋଧାନ ଦିବସରେ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ଆମର ସମ୍ମିଳିତ ଉଦ୍ୟମ ହେବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳିବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ବରିଷ୍ଠ ନେତା ପଂଚାନନ ଧଳ, ଅମୁଲ୍ୟ ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ରିଜୁୱାନା ବେଗମ, ଖଗେଶ୍ୱର ଲେଙ୍କା, ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁ, ରାଜନଗର ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ ଅରକ୍ଷୀତ ସାହୁ ପ୍ରମୁଖ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ସ୍ୱାଧୀନତା ସଂଗ୍ରାମ ଓ ରାଜ୍ୟ ପ୍ରତି ଥିବା ଅବଦାନ, ନେତୃତ୍ୱ ଓ ଉତ୍କଳକୁ ଭଲ ପାଇବାର ଭାବନା ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ଜିଲା ବିଜେଡି ସାଧାରଣ ସଂପାଦକ ଶ୍ରୀକାନ୍ତ ରାଉତ, ବଲିକଣା ସରପଂଚ ଲକ୍ଷ୍ମୀପ୍ରୀୟା ଷଡଙ୍ଗୀ,  କାଉନସିଲର ମୃତ୍ୟୁଞ୍ଜୟ ପାଢୀ, ପ୍ରଶାନ୍ତ ବାରିକ, ଗୋପି ବହ୍ଲଭ ନାୟକ, ରିନାରାଣୀ ମଲିକ, ଲକ୍ଷ୍ମୀପ୍ରୀୟା ସାହୁ, ସୁରେନ୍ଦ୍ର ଗିରି, ବାରେଣୀ ସେଠୀ ପ୍ରମୁଖ ଯୋଗ ଦେଇଥଲେ । କାର୍ଯ୍ୟକ୍ରମକୁ ନଗର ଯୁବ ବିଜୁ ଜନତା ଦଳର ସଭାପତି ଅଶୋକ ଧଳ ସଂଯୋଜନା କରିଥିଲେ। ଏଥିରେ ଦଳର ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତା, ପଂଚାୟତ ଓ ଜିଲା ପରିଷଦ ପ୍ରତିନିଧି ସମେତ ବହୁ ନେତା କର୍ମୀ ସରପଂଚ, ସମିତିସଭ୍ୟା ସଭ୍ୟ କାଉନସିଲ ଉପସ୍ଥିତ ଥିଲେ।ଶେଷରେ ବ୍ଲକ ବିଜେଡି ସଂପାଦକ କଳାକାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Next Post

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବରେ ରକ୍ତଦାନ ଶିବିର

Fri Apr 17 , 2026
କେନ୍ଦ୍ରାପଡା,୧୭ା୪: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧୋତ୍ସବ ଓ ରକ୍ତଦାନ ଶିବିର ସ୍ଥାନୀୟ ସାନ୍ତସାହି ସ୍ଥିତ ବଳଦେବଜୀୟୁ ମଣ୍ଡପରେ ପାଳିତ ହୋଇଯାଇଛି । ଶୁକ୍ରବାର ସକାଳୁ ସ୍ଥାନୀୟ ଗୋବରୀ ନଦୀଘାଟରେ ତିଳତର୍ପଣ କରାଯାଇ ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ମେଡିକାଲ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହା ପରେ ଜିଲ୍ଲା ବିଜେଡି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading