ପଟ୍ଟାମୁଣ୍ଡାଇ ୫/୬ – ଉତମ ରାଜସ୍ୱ ସେବା ଯୋଗାଇ ସାଧାରଣରେ ଆଦୃତ ହୋଇଥିବା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ ଭୁବନେଶ୍ୱର ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ରାଜସ୍ୱ ସେବା ପାଇଁ ରାଜ୍ୟରେ ୫ମ ସ୍ଥାନ ଅଧିକାର କରିଥବା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ରାଜ୍ୟ ଉପମୁଖ୍ୟମନ୍ତୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, କୋରେଇ ବିଧାୟକ ଆକାଶ ଦାସ ନାୟକ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପଟ୍ଟାମୁଣ୍ଡାଇ ତହସିଲଦାର ନାୟକ ଉତମ ରାଜସ୍ୱ ସେବା ପାଇଁ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Discover more from Lokamata Odisha
Subscribe to get the latest posts sent to your email.