କର୍କଟ ପିଡିତଙ୍କୁ ସହାୟତା


କେନ୍ଦ୍ରାପଡା,୧ା୩: ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସମାଜସେବୀ ପ୍ରଦୀପ କୁମାର ମହାନ୍ତି। କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମପଞ୍ଚାୟତର ଅରଡ ଗ୍ରାମର ଶଶାଙ୍କ ବରାଳଙ୍କ ପୁଅ ୨୫ବର୍ଷିୟ ଯୁବକ ଗଣେଶ ବରାଳ ମୁଖକର୍କଟ ରୋଗରେ ପିଡିତ ହୋଇଥିବା ଖବରକାଗଜରୁ ଜାଣିବା ପରେ ସମାଜସେବୀ ଶ୍ରୀ ମହାନ୍ତି ତାଙ୍କ ବାସଭବନରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆର୍ଥିକ ସହାୟତା ପ୍ରଦାନ ସମୟରେ ସମାଜସେବୀ ନଳିନୀବିହାରୀ ମହାନ୍ତି ଓ ହରେକୃଷ୍ଣ ନାୟକ ଉପସ୍ଥିତ ଥିଲେ। କର୍କଟ ପିଡିତ ଗଣେଶଙ୍କ ଚିକିତ୍ସା ପାଇଁ ବଦାନ୍ୟବ୍ୟକ୍ତିମାନେ ସହାୟତାର ହାତ ବଢାଇବାକୁ ସମାଜସେବୀ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି।

Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା :ପଟ୍ଟାମୁଣ୍ଡାଇ ଝିଅଙ୍କ ସଫଳତା

Sat Mar 1 , 2025
ପଟ୍ଟାମୁଣ୍ଡାଇ ୧/୩ -ଓଡିଶା ଉଷୁ ସଂଘ ଆନୁକୂଲ୍ୟରେ ଅନୁଗୋଳ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ପଟ୍ଟାମୁଣ୍ଡାଇର ଝିଅମାନେ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଛାତ୍ରୀ ମାନେ ନିଜର ଉତ୍କର୍ଷତା ପ୍ରତିପାଦନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସମଗ୍ର ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି । ଖେଲୋ ଇଣ୍ଡିଆ ମହିଳା ଲିଗ-୨୦୨୫ ପକ୍ଷରୁ […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading