କେନ୍ଦ୍ରାପଡ଼ା,୨ା୯:କେନ୍ଦ୍ରାପଡାର ତୁଳସୀ ମହିଳା ମହାବିଦ୍ୟାଳୟକୁ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେ ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ, କର୍ମଚାରୀ, ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ଓ ସଦସ୍ୟ,ସଦସ୍ୟାମାନଙ୍କ ସହ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିଷେଧ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଛାତ୍ରୀମନଙ୍କ ସହ ମଧ୍ୟ ସିଧାସଳଖ ଆଲୋଚନା ହୋଇଥିଲା। ଯେଉଁଥିରେ ଆଭ୍ୟନ୍ତରୀଣ କମିଟିର ଭୂମିକା, ଯୌନ ଉତ୍ପୀଡନ ବିଷୟକ ନିୟମାବଳୀ, ଓ ସାମଗ୍ରୀ […]
featured
କେନ୍ଦ୍ରାପଡ଼ା,୨ା୯:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର ପୂର୍ବାହ୍ନରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ମେଡିକାଲ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ଜିଲ୍ଲାପାଳ ଇଣ୍ଡୋର ଓ ଆଉଟ୍ ଡୋର ରୋଗୀ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ ଜିଲ୍ଲାପାଳ ବିଭିନ୍ନ ରେଜିଷ୍ଟର ଏବଂ ଔଷଧ ଗୁଡିକ ଯାଞ୍ଚ କରିଥିଲେ। ରୋଗୀ ମାନେ ଯେପରି ସର୍ବଦା ଉତ୍ତମ ଚିକିତ୍ସା ସେବା ପାଇପାରିବେ […]
କେନ୍ଦ୍ରାପଡ଼ା,୨ା୮:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମପଞ୍ଚାୟତର ପଲ୍ଲୀ ଶିକ୍ଷାଶ୍ରମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଇଛନ୍ତି। ଜିଲ୍ଲାପାଳ ପିଲାମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଥିସହ ପିଲାମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ପ୍ରତିଦିନ ଶିକ୍ଷା ଦେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ କରିଦେଇଥିଲେ। ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ସହ ସାଧାରଣ ଜ୍ଞାନ ପଢିବା ନିହାତି ଆବଶ୍ୟକ। ସାଧାରଣ ଜ୍ଞାନ […]
ପଟ୍ଟାମୁଣ୍ଡାଇ ୧/୯- ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଥିବା ବନିତା ରାଉତ ହତ୍ୟା ଘଟଣା ଏବେବି ରହସ୍ୟାବୃତ୍ତ ହୋଇ ରହିଛି । ଏହି ହତ୍ୟାର ପର୍ଦାଫାଶ କରିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ସାଇଂଟିଫିକ ଟିମସହିତ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ତେବେ ସନ୍ଧିଗ୍ଧ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ମୃତା ବନିତାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ଶାଶୁ ଘର ଗାଁ ଆଳି ଥାନା […]
ପଟ୍ଟାମୁଣ୍ଡାଇ କଲେଜରେ ଏଚଆରସି ସଚେତନତା ସଭା ପଟ୍ଟାମୁଣ୍ଡାଇ ୧/୯-ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। ଓଡିଶାରେ ଆତ୍ମହତ୍ୟାର ସଂଖ୍ୟା ଜାତୀୟ ହାରଠାରୁ ଅଧିକ ହୋଇଥିବା ବେଳେ ସେଥିରେ ଛାତ୍ରୀଛାତ୍ର ମହଲରେ ଦେଖା ଦେଇଥିବା ଆତ୍ମହତ୍ୟା ପ୍ରବଣତା ଏକ ଚିନ୍ତାଜନକ ବିଷୟ । ଏଭଳି ହୀନ ମାନସିକତା ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ […]
କେନ୍ଦ୍ରାପଡ଼ା, ୩୧ା୮: ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରବିବାର ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୁଆ ବସଷ୍ଟାଣ୍ଡରୁ ଏହି ସାଇକେଲ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସମାପ୍ତ ହୋଇଥିଲା । ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ ସଚେତନତା ଶୋଭାଯାତ୍ରାର ଶୁଭାରମ୍ବ କରିଥିଲେ। ଅନ୍ୟମାନଙ୍କ […]
କେନ୍ଦ୍ରାପଡା,୩୧ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନ୍ଭେନ୍ସନ୍ ଦୁହୁରିଆ ସ୍ଥିତ ଓଷ୍ଟା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ସମନ୍ୱୟ ସମିତିର ଆବାହକ ଭଗବାନ ସାହୁ କନ୍ଭେନସନ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜ୍ୟ ଓଷ୍ଟାର ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଆନ୍ଦୋଳନର ସ୍ଥିତି, ସମନ୍ୱୟ ସମିତିର […]
କେନ୍ଦ୍ରାପଡା,୩୧ା୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର, କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ପବ୍ଲିକ ରିଡିଂରୁମ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖ୍ରୀଷ୍ଟ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ସ୍ତମ୍ବାକାର ଡଃ ସର୍ବେଶ୍ୱର ସେଣ, ସାହିତ୍ୟ ସଂସଦର ସଂପାଦକ […]
କେନ୍ଦ୍ରାପଡ଼ା, ୩୧/୮- କେନ୍ଦ୍ରାପଡ଼ା ପୌରପାଳିକା ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳିତ ହୋଇଯାଇଛି। ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇଥିଲେ। ମାନ୍ୟବର ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଜ୍ୟର ସର୍ବପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାକୁ ଗୋଟିଏ ଆଦର୍ଶ ପୌରପାଳିକା ଗଠନ କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। […]
ପଟ୍ଟାମୁଣ୍ଡାଇ ୩୧/୮-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୭ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ରବିବାର ପାଳିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା। ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ […]

