ପଟ୍ଟାମୁଣ୍ଡାଇ ୧୧/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପତିତ ପାବନ ମନ୍ଦିର ସମେତ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରସ୍ଥ ଜଗନ୍ନାଥ ମନ୍ଦିର, ପୋଖରୀଆପଡା ହରପାର୍ବତୀ ମନ୍ଦିରସ୍ଥ ଜଗନ୍ନାଥ ମନ୍ଦିର, କଷଣଅଂଟା ଲକ୍ଷେଶ୍ୱର ମହାଦେବ ମନ୍ଦିର, ବେଲତଳ ଭୋଳିବାବା ମଠସ୍ଥ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ଦେବାଦେବୀ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ […]

କେନ୍ଦ୍ରାପଡ଼ା,୧୧ା୬:ଆଜି ତୁଳସୀ କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଜିଲ୍ଲାର ଆରାଧ୍ୟ ସିଦ୍ଧ ବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ସ୍ନାନ କରାଯାଇ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ । ପାରମ୍ପରିକ ଭାବେ ରଥଯାତ୍ରା ପୂର୍ବରୁ ଶ୍ରୀ ସିଦ୍ଧ ବଳଦେବେଜୀଉଙ୍କ ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୬ଟାରୁ ୭ଟା ମଧ୍ୟରେ […]

କେନ୍ଦ୍ରାପଡ଼ା, ୧୦/୬- କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସମ୍ବିଧାନ ବଞ୍ଚାଅ ସମାବେଶ ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ତିନିମୂହାଣୀ ସ୍ଥିତ ଗାନ୍ଧୀ ସ୍ମାରକୀ ପୀଠରେ ମାଲ୍ୟାର୍ପଣ କରି କେନ୍ଦ୍ରାପଡା କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ସମାବେଶ ଶୋଯାତ୍ରାରେ ଯାଇ ସେଠାରେ ଏକ ଜନସଭା କରାଯାଇଥିଲା । ଉକ୍ତ ସଭାକୁ ଜିଲ୍ଲା କଂଗ୍ରେସର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ […]

କେନ୍ଦ୍ରାପଡ଼ା,୧୦ା୬:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ତିନି ଠାକୁର ଶ୍ରୀବଳଦେବଜୀଉ, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପଟ୍ଟଚିତ୍ର ପ୍ରଦାନ କରିଥିଲେ। ଏଥିସହ ସେବାୟତମାନେ ମନ୍ଦିରର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେବାୟତଙ୍କ ପକ୍ଷରୁ ପ୍ରତିନିଧି ନୃସିଂହ ପ୍ରସାଦ ପତ୍ରୀ, ସଞ୍ଜୟ ପତ୍ରୀ, ଜ୍ୟୋତି ରଞ୍ଜନ ପତ୍ରୀ, […]

କେନ୍ଦ୍ରାପଡ଼ା,୧୦ା୬:କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶଘାଇ ବ୍ଲକ ଅନ୍ତର୍ଗତ କୁଆଁରପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ଲେଙ୍କା ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ତଳେ ପଡି ଗୁହାରି କରିଥିଲେ। ବଳଦେବଜୀଉଙ୍କ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପ୍ରବେଶ କରିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କା ତାଙ୍କ ଗୋଡ଼ତଳେ ପଡିଯାଇଥିଲେ। ଏ ନେଇ ସୁରକ୍ଷାକର୍ମୀମାନେ ଶ୍ରୀ ଲେଙ୍କାଙ୍କୁ ତଳୁ ଉଠାଇଥିଲେ। କ’ଣ ସମସ୍ୟା ଅଛି ବୋଲି ମୁଖ୍ରମନ୍ତ୍ରୀ ପଚାରିଥିଲେ। ସେ କାନ୍ଦି କାନ୍ଦି କହିଥିଲେ ଯେ ତାଙ୍କ […]

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ାରେ ସମୀକ୍ଷା କେନ୍ଦ୍ରାପଡ଼ା, ୧୦ା୬:କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ତଥା ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର ଏବଂ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲା୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମହାକାଳପଡା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, […]

କେନ୍ଦ୍ରାପଡ଼ା,୧୦/୬ – ଆଜି କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରୀ ବଳଦେବଜୀଉ ମନ୍ଦିର ସୁପରିଚାଳନା ନିମନ୍ତେ ନୂତନ ଟ୍ରଷ୍ଟବୋର୍ଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଯାଇଅଛି । ଉକ୍ତ ବୈଠକରେ ବରିଷ୍ଟ ସଭ୍ୟ ହୃଷୀକେଶ ରଥ ସଭାପତିତ୍ୱ କରିଥିଲେ । ପ୍ରଥମେ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ରାଜ୍ୟ ଦେବୋତ୍ତର କମିଶନରଙ୍କ ପ୍ରଦତ୍ତ ମଧ୍ୟବିତ୍ କାଳୀନ ଟ୍ରଷ୍ଟବୋର୍ଡର ନିଯୁକ୍ତି ପତ୍ରକୁ ଉପସ୍ଥାପନ କରିଥିଲେ । ଏଥିରେ ଆଦେଶଥିବା ଅନୁଯାୟୀ […]

ନନ୍ଦିନୀ ଶତପଥୀଙ୍କ ୯୪ତମ ଜନ୍ମ ଜୟନ୍ତୀ ସମାରୋହ ପଟ୍ଟାମୁଣ୍ଡାଇ ୧୦/୬-ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶାରେ ଲୌହମାନବୀ ଭାବେ ବେଶ ପରିଚିତ। ଓଡ଼ିଶାର ବିକାଶରେ ତାଙ୍କ ଭୂମିକା ଅପୂରଣୀୟ। ସେ ୧୯୩୧ ମସିହା ଜୁନ ୯ ରେ କଟକ ଜିଲ୍ଲାର ପିଠାପୁରରେ ଏକ ବିପ୍ଲବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ରାଜନୀତି ଓ ସାହିତ୍ୟ ପ୍ରତି ବେଶ ଆକର୍ଷିତ ହୋଇ ଛାତ୍ର […]

ପଟ୍ଟାମୁଣ୍ଡାଇ ତା ୧୦/୯- ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ ଲୋକପ୍ରିୟ ନୀଳକଣ୍ଠପୁର ପଂଚାୟତର ଯୁବ ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀ ( ୪୪ ) ଏକ ମର୍ମ ନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି ।ଏହି ଖବର ପ୍ରଚାରିତ ହେବା ପରେ ପଟ୍ଟାମୁଣ୍ଡାଇର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରକାଶ ଯେ ଗତକାଲି […]

ପଟ୍ଟାମୁଣ୍ଡାଇ ୧୦/୬ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ମିଶନ ଶକ୍ତି ଭବନ ପରିସରରେ ମଙ୍ଗଳବାର ସୁଭଦ୍ରା ଶକ୍ତି କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯ଟି ଏସ୍‌ଏଚ୍‌ଜି ଭାଗ ନେଇଥିଲେ। ମିଶନ ଶକ୍ତି ବ୍ଲକ ସଂଯୋଜକ ପ୍ରଭୁଧବଳେଶ୍ୱର ବରାଳ ଓ ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଲକ୍ଷ୍ମୀମଣୀ ସିଂ ଏହାକୁ ଉଦ୍‌ଘାଟନ କରିଥିଲେ। ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଏଲଏମବିପିଏମ ପ୍ରକାଶ ସେଠୀ, ବ୍ଲକ ମହିଳା ମହାସଂଘସଭା […]

Breaking News