କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଚୁନଢିହ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ନିଳକଣ୍ଠପୁର ସରପଂଚ ଜ୍ଞାନରଞ୍ଜନ ଖଣ୍ଡାଇ (୩୮) ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଛି ।
featured
କେନ୍ଦ୍ରାପଡ଼ା, ୯/୬ – ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଅପେରସନ ସିନ୍ଦୁର ଅଧୀନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ସ୍ଥାନୀୟ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ହେଲିକପ୍ଟର ଯୋଗେ ଅବତାରଣ ପରର ବଡଦାଣ୍ଡକୁ ସଡ଼କ ମାର୍ଗରେ ଗସ୍ତ କରି ମାଉସୀମା ମନ୍ଦିର ଠାରୁ ବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ସାମିଲ ହୋଇଥିଲେ। […]
ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କେନ୍ଦ୍ରାପଡ଼ା, ୯/୬ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ଘୋଷଣା କରିଛନ୍ତି […]
କେନ୍ଦ୍ରାପଡ଼ା,୯ା୬ : ଓଡିଶାର ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ରାଜ୍ୟ ସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସଭାପତିତ୍ୱ କରି ରଜମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମାଜସେବୀ ଓ ଶିକ୍ଷାବିତ୍ ଶଶଧର ପଣ୍ଡା ମୁଖ୍ୟବକ୍ତା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି […]
କେନ୍ଦ୍ରାପଡା ୯/୬- କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ଥିବା ବାରୁଅ ସ୍ଥିତ ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ସଂଗଠନ ରୁରାଲ ଡେଭଲପମେଣ୍ଟ କଲଚରାଲ ୟୁଥ୍ ଅର୍ଗାନାଇଜେସନ୍ ଆନୁକୁଲ୍ୟରେ ସ୍ଥାନୀୟ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଗ୍ରୀଷ୍ମ କାଳୀନ ଶାସ୍ତ୍ରୀୟ ସଙ୍ଗୀତ ଆସର ବିଶିଷ୍ଟ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଶାସ୍ତ୍ରୀୟ […]
ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ହାଇସ୍କୁଲ ଖେଳ ପଡିଆ ପାର୍ଶ୍ୱରେ ଥିବା ଗୋବରୀ ନଦୀ କୂଳରେ ବୃକ୍ଷ ରୋପଣ କରାଯାଇଥିଲା । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ନେତୃତ୍ୱରେ ଉପଦେଷ୍ଟା ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, […]
ପଟ୍ଟାମୁଣ୍ଡାଇ ୯/୬ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରିମ ସାମାଜିକ ସଂଗଠନ ହରା ଭାରତର ପକ୍ଷରୁ ୭ମ ଚାରା ବଂଟନ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାର୍ଶାଘାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ପୋଖରୀଆ ପଡା କ୍ଲଷ୍ଟର ସିଆରସିସି ମଳୟ ଜେନା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା […]
ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୧ ଅଧୀନରେ ଥିବା ଶିମିଳିଆ ମାଇନର କେନାଲରୁ ବର୍ଷ ବର୍ଷ ଧରି ଚାଷଜମିକୁ ସଠିକ ଜଳସେଚନ ହୋଇପାରୁନାହିଁ । ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏହି ମାଇନର କେନାଲର ଉନ୍ନତିକରଣ ଓ ମରାମତି କରି ଚାଷ ଜମିକୁ ପାଣି ଯୋଗାଇବା ପାଇଁ ସ୍ଥାନୀୟ ଚାଷୀମାନେ ବାରମ୍ବାର ଜଳସମ୍ପଦ ବିଭାଗ ଉଚ୍ଚ କତୃପକ୍ଷଙ୍କ ନିକଟରେ ଗୁହାରି କରିଥିଲେ […]
ପଟ୍ଟାମୁଣ୍ଡାଇ ତା ୮/୬ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡ଼ା ଗ୍ରାମରେ ସପ୍ତାହ ବ୍ୟାପି ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଭଜନ ସନ୍ଧ୍ୟା ଓ ପାଲା ପରିବେଷଣ ଆଦି ବିବିଧ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗତ ୪ ତାରିଖରେ ଶ୍ରୀ ଶ୍ରୀ ଠାକୁରଙ୍କ ଶୁଭ ଗମନ ଶୁଭାଧି ବାସ ୫ତାରିଖରେ ଶ୍ରୀ ଗୁରୁ ଓ ବାସୁଦେବ ପୂଜା ପୂଜକ ଅଶୋକ କୁମାର କରଙ୍କ ଦ୍ୱାରା […]
ବୃକ୍ଷ କଟା ନିରୋଧ ଆଇନ୍ ଆବଶ୍ୟକ ବନୀକରଣର ହିସାବ ନାହିଁ ବିକାଶ ନାଁରେ ଅବାଧ ଗଛ କଟା ପଟ୍ଟାମୁଣ୍ଡାଇ୭/୬ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରିକରଣର କଂକ୍ରିଟ୍ ଜଙ୍ଗଲ ଭିତରେ ହଜିଯାଉଛି ସବୁଜିମା। ବ୍ୟକ୍ତିଗତ ହେଉ ଅଥବା ସରକାରୀ ଜାଗା ପ୍ରତିଦିନ କିଛିନା କିଛି ଗଛ ବଳିପଡ଼ୁଛି । ପ୍ରକଳ୍ପ ପାଇଁ କେଉଁଠି ୬୦ ବର୍ଷର ଗଛ ଟଳିପଡ଼ୁଛି ତ ଆଉ କେଉଁଠି ୪ରୁ ୫ ବର୍ଷର ଜଙ୍ଗଲ କଟୁଛି । […]

