- ବୃକ୍ଷ କଟା ନିରୋଧ ଆଇନ୍ ଆବଶ୍ୟକ
- ବନୀକରଣର ହିସାବ ନାହିଁ
- ବିକାଶ ନାଁରେ ଅବାଧ ଗଛ କଟା
ପଟ୍ଟାମୁଣ୍ଡାଇ୭/୬ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରିକରଣର କଂକ୍ରିଟ୍ ଜଙ୍ଗଲ ଭିତରେ ହଜିଯାଉଛି ସବୁଜିମା। ବ୍ୟକ୍ତିଗତ ହେଉ ଅଥବା ସରକାରୀ ଜାଗା ପ୍ରତିଦିନ କିଛିନା କିଛି ଗଛ ବଳିପଡ଼ୁଛି । ପ୍ରକଳ୍ପ ପାଇଁ କେଉଁଠି ୬୦ ବର୍ଷର ଗଛ ଟଳିପଡ଼ୁଛି ତ ଆଉ କେଉଁଠି ୪ରୁ ୫ ବର୍ଷର ଜଙ୍ଗଲ କଟୁଛି । ରୋକିବାକୁ କେହି ନାହାଁନ୍ତି । ନା ଅଛି ଆଇନ ନା ଦଣ୍ଡବିଧାନ। ବନ ବିଭାଗ ସତେ ଯେମିତି କୋମାରେ ରହିଥବା ବେଳେ ତହସିଲ ଓ ପୌରପ୍ରଶାସନ କଥା ନ କହିବା ଭଲ। ଗତ ଗୁରୁବାର ପରିବେଶ ଦିବସ ଅବଶରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇ ସରକାରଙ୍କ ପକ୍ଷରୁ ସଚେତନ ସୃଷ୍ଠି କରାଯାଉଥିଲା । ମାତ୍ର ପରିବେଶ ଦିବସରେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ କମ୍ପାଉଣ୍ଡ ଭିତରୁ ଏକ ବିରାଟକାୟ ଗଛ କାଟିଦିଆଗଲା । ଯାହାର ଖବର ପୌରପ୍ରଶାସନ ପାଖରେ ନଥିବା ବେଳେ ବନବିଭାଗ ନିଜର ମୂଳ ଦାୟିତ୍ୱ ଭୁଲି ପରିବେଶ ଦିବସରେ ଉକ୍ତ ଗଛକାଟିବାକୁ ଅନୁମତି ଦେଲେ ତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପଇଛିା ଏନେଇ ମହାକାଳପଡା ରେଞର ସାନ୍ତନୁ ଦଳାଇଙ୍କୁ ପଚାରିବାରେ ଆଗରୁ ସେମାନେ ଅନୁମତି ନେଇଛନ୍ତି ।
ସାମାଜିକକର୍ମ ପ୍ରବିର ନାୟକ କୁହନ୍ତି ନୁତନ ଜଙ୍ଗଲ ସୃଷ୍ଟି ତଥା ବନୀକରଣ ମାଧ୍ୟମରେ ସରକାରଙ୍କ ପକ୍ଷରୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଗୋଟିଏ ଗଛର ତିନି ବର୍ଷିଆ ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୭୦୦ଟଙ୍କା ଖର୍ଚ୍ଚ ହେଉଛି। ଏଥିନେଇ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ସହିତ ରାଜନଗର ବନଖଣ୍ଡକୁ ବୃକ୍ଷରୋପଣ କରାଇବା ସହିତ ଜଙ୍ଗଲ ସୃଷ୍ଟିର ଦାୟିତ୍ୱ ନ୍ୟସ୍ତ ରହିଛି। ମାତ୍ର ଗତ ପାଂଚ ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଏହିବିଭାଗ ସେତେଟା ସଫଳ ହୋଇପାରି ନାହାଁନ୍ତି। ବଂର ହଜାର ହଜାର ଗଛ ବଳିପକାଯାଇ କଂକ୍ରିଟ ଜଙ୍ଗଲ ସୃଷ୍ଠିକରାଯାଇଛି ।
ପରିବେଶବିତ ବିଭୁତି ମହାପାତ୍ର କୁହନ୍ତି ଗତ ଏକ ଦଶନ୍ଧିର ପଟ୍ଟାମୁଣ୍ଡାଇର ଚିତ୍ରପଟ୍ଟକୁ ଦେଖିଲେ କେତେ ହଜାର ବୃକ୍ଷ କଟା ହୋଇଛି ତାହା ଆକଳନ କରିବା କଷ୍ଟକର। କେନ୍ଦ୍ରାପଡା-ପଟ୍ଟାମୁଣ୍ଡାଇ କଟକ-ଚାନ୍ଦବାଲି ରାସ୍ତା ବିଜୁପଟ୍ଟନାୟକ ଛକରୁ ରାଜନଗର ଉଭୟ ରାସ୍ତା, ଅଳଭା ଗଣ୍ଡାକିଆ ରସ୍ତା ସହିତ ଗ୍ରମାଂଚଲର ଅନେକ ରାସ୍ତାର ସମ୍ପ୍ରସାରଣ ଲାଗି ହଜାର ହଜାର ଗଛ ବଳିପଡ଼ିଛି। ସେହିପରି ନିଳକଣ୍ଠପୁର ବ୍ରାହ୍ମଣୀ ପଠା ଜଙ୍ଗଲ ମଧ୍ୟ ଏଥିରୁ ବାଦ ପଡିନି । ଆମ୍ବ, ବର ପରି ଅମ୍ଳଜାନ ଯୋଗାଉଥିବା ଗଛକୁ ହତ୍ୟା କରାଯାଇଛି। ବିକାଶ ନାଁରେ ପ୍ରତିବର୍ଷ ବିନାଶ କରାଯାଉଥିଲେ ମଧ୍ୟ ରୋକିବାକୁ କେହି ନାହାନ୍ତି। ଗାଁ ଗହଳିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଗଛ କାଟିଲେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କ ନିକଟରେ ଦରଖାସ୍ତ ଦେବାକୁ ପଡ଼ିଥାଏ। ତହସିଲ୍ଦାରଙ୍କ ଅନୁମତି ପରେ ଗଛ କଟାଯିବା କଥା । ଅବମାନନା କଲେ ଆଇନ ଅନୁଯାଇ ଜରିମାନ କରାଯାଏ ।
ଆଇନଜିବୀ ସୌମ୍ୟରଞନ ଧଳ କୁହନ୍ତି ପଟ୍ଟାମୁଣ୍ଡାଇ ବିଭିନ୍ନ ପ୍ରକଳ୍ପ ଲାଗି ଗତ ୩ବର୍ଷ ମଧ୍ୟରେ ହଜାର ହଜାର ଗଛ କଟାଯାଇଛି। ସେ ରାସ୍ତା ସମ୍ପ୍ରସାରଣ ହେଉ କି ସରକାରୀ ବେସରକାରୀ ଘର ନିର୍ମାଣ ପାଇଁ ଅବାଧ ଗଛକଟା ଚାଲିଛି। ୨୦୨୨ରେ ତହସିଲଦାରଙ୍କ କ୍ୱାର୍ଟର୍ସ ନିକଟରୁ ୫ରୁ ଅଧିକ ମୂଲ୍ୟବାନ ଶିଶୁଗଛ କାଟିନେଲେ ଯାହା ମୂଲ୍ୟ ୧୦ ଲକ୍ଷରୁ ଉଦ୍ଧ୍ୱ୍ର ହେବ । ବାଲିପାଟଣା ପଂଚାୟତ ଖଡ଼ିପାଳ ରାସ୍ତାରେ ପ୍ରାୟ ୫୦୦ରୁ ଅଧିକ ତାଳଗଛ ରାସ୍ତା ନିର୍ମାଣ ପାଇଁ କାଟି ଦେଲେ। ୨୦୨୩ ମାର୍ଚ୍ଚମାସ ବାଇପାସ୍ରୁ ବିଶାଳ ଚାକୁଣ୍ଡା ଗଛ.ଜୁନରେ ଆରଡି ଅଫିସ ଆଗରୁ ୪ଟି ବିଶାଳକାୟ ଦେବଦାରୁ ଗଛ କଟିଦିଆଗଲା । ୨୦୨୪ରେ ବାଇପାସ ରାସ୍ତା ନିର୍ମାଣ ପାଇଁ ସତାଧିକ ଗଛ କଟାଯାଇଥିବା ବେଳେ ୨୦୨୫ରେ ଅଳଭା-ଗଣ୍ଡାକିଆ ରାସ୍ତା ନିର୍ମାଣ ବେଳେ ବହୁ ମୂଲ୍ୟବାନ ଗଛ କାଟି ଦିଆଯାଇଛି । ଏଭଳି ଅବାଧ ଗଛକଟା ନିଷିଦ୍ଧ କରିବାକୁ ହେଲେ ଶକ୍ତିଶାଳୀ ଟ୍ରି ଆକ୍ଟ୍ର ପ୍ରଣୟନ ଜରୁରୀ ହୋଇପଡ଼ିଛି। ଦିଲ୍ଲୀ ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ଚଣ୍ଡିଗଡ଼ ଆଦି ରାଜ୍ୟଗୁଡ଼ିକରେ ବୃକ୍ଷ କଟା ନିରୋଧ ଆଇନ୍ ପ୍ରଚଳିତ ହେଉଛି। ସରକାରୀ ଜାଗାରୁ ଗଛ କାଟିଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଆମ ରାଜ୍ୟରେ ସେପରି କୌଣସି ବ୍ୟବସ୍ଥା ନଥିବାରୁ ବେଧଡ଼କ ଭାବେ ଗଛ କଟା ଚାଲୁଛି ଏବଂ ବନବିଭାଗ, ତହସିଲ ମଧ୍ୟ ହାତ ଟେକି ଦେଇଥିବା ପରିବେଶବିତ୍ମାନେ କହିଛନ୍ତି।
Discover more from Lokamata Odisha
Subscribe to get the latest posts sent to your email.