ପଟ୍ଟାମୁଣ୍ଡାଇ ୭/୪- ରାଜ୍ୟ ସରକାର ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ଓ ୮୦% ଭିନ୍ନକ୍ଷମ ମାନଙ୍କ ପାଇଁ ମାସିକ ୩୫୦୦ଟଙ୍କା ଭତା ଘୋଷଣା କରିଛନ୍ତି ।ସରକାରଙ୍କ ନିର୍ଦେଶ ଅନୁଯାୟୀ ହିତାଧିକାରୀ ଚୟନ କରାଯାଇଛି । ମାତ୍ର ପଟ୍ଟାମୁଣ୍ଡାଇ ପୌର ପରିଷଦର ୧ନଂ ୱାର୍ଡରେ ଏଥିରେ ଗୁରୁତର ତ୍ରୁଟି ଦେଖାଦେଇଛି । ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଇଛି । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବୃଦ୍ଧ ବୃଦ୍ଧା ଏହି ବର୍ଦ୍ଧିତ ଭତା ପାଇବାରୁ ବଂଚିତ ହୋଇ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହାର ପ୍ରତିବାଦରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୧ନଂ ୱାର୍ଡ କାଉନସିଲର ଲଷ୍ମୀପ୍ରିୟା ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦେଇଛନ୍ତି । ତାଙ୍କୁ ସମର୍ଥନ କରି ମଳୟ ଓଝାଙ୍କ ସମେତ ବିଭିନ୍ନ କାଉନସିଲର ଧାରଣା ଦେଇଥିଲେ । ଅବିଳମ୍ବେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ବର୍ଦ୍ଧିତ ଭତା ତାଲିକାରେ ସାମିଲ ନକଲେ ସେ ଆଗାମୀ ଦିନରେ ଆମରଣ ଅନଶନରେ ବସିବେ ବୋଲି କାଉନ ସିଲର ଲକ୍ଷ୍ମୀପ୍ରିୟା ସାହୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସେ ରାଜ୍ୟ ସରକାର ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
Discover more from
Subscribe to get the latest posts sent to your email.