ପଟ୍ଟାମୁଣ୍ଡାଇ ୧/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ଗ୍ରାମର ଅମିତ କୁମାର ଧଳଙ୍କ ପତ୍ନୀ ଶାନ୍ତିଲତା ଧଳ କୂଅରୁ ପାଣି କାଢୁ ଥିବାବେଳେ ଅସାବଧାନତା ବଶତଃ କୂଅ ମଧ୍ୟରେ ପଡିଯାଇଥିଲେ । ୪୦ ଫୁଟ କୂଅ ମଧ୍ୟରୁ ମହିଳାଙ୍କୁ ଉଦ୍ଧାର କରିବା ଗ୍ରାମବାସୀ ଓ ପରିବାର ଲୋକଙ୍କୁ କାଠିକର ପାଠ ହୋଇପଡିଥିଲା । ପରିବାର ଓ ଗ୍ରାମ ଲୋକମାନେ ବ୍ୟତିବ୍ୟସ୍ତ ହୋଇ ଦମକଳ ଗାଡିକୁ ଖବର ଦେଇଥିଲେ । ପଟ୍ଟାମୁଣ୍ଡାଇରୁ ଦମକଳ ଗାଡି ଅଗ୍ନିଶମ ବାହିନୀ ଅମୃତମଣୋହି ଯାଇ ସୁରକ୍ଷିତ ଅବସ୍ଥାରେ ଶାନ୍ତିଲତାଙ୍କୁ ୪୦ ଫୁଟ ଗଭୀର କୂଅ ମଧ୍ୟରୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଶାନ୍ତିଲତା ପରିବାର ସହ ଘରକୁ ଫେରିଥିଲେ ।
Discover more from
Subscribe to get the latest posts sent to your email.