ପଟ୍ଟାମୁଣ୍ଡାଇ ୧/୩ -ଓଡିଶା ଉଷୁ ସଂଘ ଆନୁକୂଲ୍ୟରେ ଅନୁଗୋଳ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ପଟ୍ଟାମୁଣ୍ଡାଇର ଝିଅମାନେ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଛାତ୍ରୀ ମାନେ ନିଜର ଉତ୍କର୍ଷତା ପ୍ରତିପାଦନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସମଗ୍ର ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି ।
ଖେଲୋ ଇଣ୍ଡିଆ ମହିଳା ଲିଗ-୨୦୨୫ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଷୁ ଖେଳକୁ ଲୋକପ୍ରିୟ କରିବା ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂଘ ସଭାପତି ସଂଗ୍ରାମ ସାମଲଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପ୍ରତିଯୋଗିତାରେ ଯୋଗ ଦେଇଥିବା ଝିଅମାନେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। କୋଚ ସୁଶୀଲ କୁମାର ସାମଲଙ୍କ ପ୍ରଶିକ୍ଷଣରେ ମଣ୍ଡପଡା ଭଜନେଶ୍ୱର ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରାର୍ଥନା ପ୍ରଧାନ, ଅନୁଷ୍କା ପ୍ରଧାନ, ଶୁଭସ୍ମିତା ପ୍ରଧାନ ଓ ଅନନ୍ୟା ଗେରୁ ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଇ ଅବସରରେ ଭଜନେଶ୍ୱର ହାଇସ୍କୁଲ ପରିସରରେ ଶନିବାର ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମାଜସେବୀ ବରାହ ଚରଣ ସାମଲ ଓ ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା ଓ ଗ୍ରାମବାସୀ ସ୍ୱର୍ଣ୍ଣପଦକପ୍ରାପ୍ତ ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.