ବୀର ସଭରକରଙ୍କ ଜୟନ୍ତୀ ପାଳିତ

blank
କେନ୍ଦ୍ରାପଡା,୨୮ା୫: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ୍ କ୍ରାନ୍ତିକାରୀ ବିନାୟକ ଦାମୋଦର ସଭରକରଙ୍କ ୧୪୨ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ପବ୍ଲିକ୍ ରିଡ଼ିଙ୍ଗ ରୁମ୍‌ଠାରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭରକରଙ୍କୁ ଜଣେ ଅଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମୀ ଭାବେ ଅବିହିତ କରିଥିଲେ । ସଭରକର କେବଳ ଜଣେ ସଂଗ୍ରାମୀ ଥିଲେ ତାହା ନୁହେଁ ବରଂ ଜଣେ ସମାଜ ସଂସ୍କାରକ ଥିଲେ । ତାଙ୍କ ଉଦ୍ୟମରେ ଭାରତରେ ହିନ୍ଦୁତ୍ୱ ବିଚାରଧାରାର ପ୍ରସାର ହୋଇ ପାରିଥିଲା । ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜସେବୀ ଇଞ୍ଜିନିୟର ଅକ୍ଷୟ କୁମାର ପାଣି ସ୍ୱାଧୀନତା ପାଇଁ ସଭରକରଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହିତ ସଭରକରଙ୍କ କ୍ରାନ୍ତିକାରୀ ବିଚାରଧାରାକୁ ବାଦ୍‌ଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଲେଖାଯାଇ ପାରେନା ବୋଲି ମତବ୍ୟକ୍ତ କରିଥିଲେ । ଯୁବ ସାମ୍ବାଦିକ ସୁଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିରେନ୍ଦ୍ର କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଯୁବ ଆଇନଜୀବୀ ନୀତିଶ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ରାଷ୍ଟ୍ରପ୍ରେମୀ ଯୋଗ ଦେଇଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ବଣିକ ସଂଘ ପ୍ରାକ୍ତନ ସଭାପତି ଓ ସମ୍ପାଦକ ପିତାମ୍ବର ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା

Wed May 28 , 2025
ପଟ୍ଟାମୁଣ୍ଡାଇ ୨୮/୫ -ପଟ୍ଟାମୁଣ୍ଡାଇ ବଣିକ ସଂଘର ପୂର୍ବତନ ସଭାପତି ଓ ସମ୍ପାଦକ ପିତାମ୍ବର ସାହୁଙ୍କ ଦ୍ୱାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ କିଶୋର ତରାଇ, ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading