ପଟ୍ଟାମୁଣ୍ଡାଇ ୧୪/୫ – ଚଳିତ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ପଟ୍ଟାମୁଣ୍ଡାଇ ଗ୍ଲୋବାଲ ବ୍ରିଲିଆଂଟ ସ୍କୁଲର ଛାତ୍ରୀଛାତ୍ର ମାନେ ବିଶେଷ ସଫଳତା ହାସଲ କରିଛନ୍ତି ।ଏହି ସ୍କୁଲର ୬ଜଣ ଛାତ୍ରୀଛାତ୍ର ଅନନ୍ୟ ସଫଳତା ହାସଲ କରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ଗ୍ରାମର ଗୋରଖ ପ୍ରସାଦ ଶର୍ମା ୯୩% ମାର୍କ ରଖି ଥିବା ବେଳେ ତିଥିତନ୍ମୟା ନାୟକ ୮୯%, ଧର୍ମଜିତ ଲେଙ୍କା ୮୮%, ଆୟୁଷ ଧଳ ୮୬%, ଆୟୁଷ ଖୁଂଟିଆ ୮୪% ରାଜଦୀପ ଗୁପ୍ତା ୮୩% ମାର୍କ ରଖି ବିଶେଷ ସଫଳତା ହାସଲ କରିଛନ୍ତି । ଏଥି ପାଇଁ ଗ୍ଲୋବାଲ ବ୍ରିଲିଆଂଟ ସ୍କୁଲର ସମସ୍ତ ସଫଳ ଛାତ୍ରୀଛାତ୍ରଙ୍କୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଗ୍ଲୋବାଲ ବ୍ରିଲିଆଂଟ ସ୍କୁଲ ଅଧ୍ୟକ୍ଷ ଡ଼ ଅଭୟ କୁମାର ସାହୁ ଓ ଉପାଧ୍ୟକ୍ଷ ମନୋଜିତ ନାୟକ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
Discover more from Lokamata Odisha
Subscribe to get the latest posts sent to your email.