ପଟ୍ଟାମୁଣ୍ଡାଇ ୨/୫ – ଗୁରୁବାର ବିଶ୍ୱ ଶ୍ରମିକ ଦିବସ ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ବାଲିପାଟଣା ଠାରେ କଳିଙ୍ଗ ଭାରତ ଶ୍ରମିକ ସଙ୍ଘ ଓ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ପକ୍ଷରୁ ମିଳିତ ଭାବେ ମହାସମାରୋହରେ ପାଳିତ ହୋଇ ଯାଇଛି । ଶ୍ରମିକ ନେତା ଶିଶିର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମିକ ନେତା ମାନେ ନିଜନିଜର ଅଭିଭାଷଣ ରଖି ମଇ ଦିବସର ଇତିହାସ ଓ ଶ୍ରମିକ ଏକତା ସହିତ ମିଳିତ ଲଢେଇର ଆବଶ୍ୟକତା ଉପରେ ସୂଚନା ଦେବା ସହିତ ବର୍ତମାନର ଶ୍ରମିକ ବିରୋଧୀ କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶ୍ରମ ଆଇନ୍କୁ ୪ ଟି କୋଡ୍ରେ ବିଭକ୍ତ କରି ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଠ ୨୯ ଟି ଆଇନ୍କୁ ପରିବର୍ତନ କରିବା ଓ ଅଧୀକାରକୁ ଛଡାଇ ନେଇଯାଇ ଆଇନ ପ୍ରଣୟନ କରିବା ତାଙ୍କ ଶ୍ରମିକ ବିରୋଧୀ ଚରିତ୍ରକୁ ପଦାରେ ପକାଇଛି। ଦିର୍ଘ ୭ ବର୍ଷଧରି ସାରା ଭାରତ ବ୍ୟାପି ଏହାର ବିରୋଧ ଯୋଗୁଁ ଅଟକାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ବର୍ଷ ଲାଗୁ କରାଇବା ପାଇଁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଭାରତବର୍ଷର ଶ୍ରମିକ ଶ୍ରେଣୀ ଜବରଦସ୍ତ ବିରୋଧ କରି ୨୦ ମେ ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ଡାକରାରେ ହଜାର ହଜାର ସଂଖ୍ୟାରେ ସାମିଲ ହେବାପାଇଁ ନିବେଦନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକ ଓ ପ୍ରବାସୀ ଶ୍ରମିକ ମଧ୍ୟରୁ ୪୨ କୁଶଳୀ ଶ୍ରମିକଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରିବା ସହିତ ୪ଜଣ ଅସହାୟ ବେକ୍ତିଙ୍କୁ ବସ୍ତ୍ର ଓ ସୁଖିଲା ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଥିଲା । ସଂଗଠନର ସଭାପତି ବିଜୟ ଦାସ ସଭାଟିକୁ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ କୁଣ୍ଡ, ଉଦୟଭାନୁ ସାହୁ,ପ୍ରଶାନ୍ତ ପାଢ଼ୀ, ନିମନ୍ତ୍ରିତ ଅତିଥି ଆଇ,ଏନ,ଟିୟସିର ଜିଲ୍ଲା ସଭାପତି ମୁକ୍ତାର ଖାଁ , ବରିଷ୍ଠ ଶ୍ରମିକ ବାବାଜୀ ଧଳ, କଳିଙ୍ଗ ଭାରତ ଶ୍ରମିକ ସଙ୍ଘର ସମ୍ପାଦକ ପ୍ରକାଶ ମହାନ୍ତି ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ଦାସ , ଭାଗିରଥି ଜେନା , କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନର ଉପଦେଷ୍ଟା ଦାଶରଥି ସାହୁ , ମହିଳା ସଂଗଠନର ସମ୍ପାଦିକା ଶଶିକଳା ରାଉତ, ସରୋଜିନୀ ସାହୁ, ସଭାପତି ଅନୁଶୟା ମହାନ୍ତି, ସୋର୍ଣ୍ଣଲତା ରାଉତ କଂଗ୍ରେସ ନେତା ରବିନାରାୟଣ ମିଶ୍ର ,ଲଢୁଆ ଚାଷୀ ଦୋଳ ଗୋବିନ୍ଦ ସାହୁ ସମେତ ବହୁ ବରିଷ୍ଠ ନାଗରିକ ମାନେ ଉପସ୍ଥିତ କଥିଲେ । ଶେଷରେ ଶ୍ରମିକ ନେତା ଶିଶିର ଓଝା ଧନ୍ୟବାଦ ପ୍ରଦାନ କରିଥିଲେ ।
Discover more from
Subscribe to get the latest posts sent to your email.