ସମାଜସେବୀ ଡ. ପ୍ରତାପ ଦାସଙ୍କୁ ଅଟ୍ଟଳ ଓଡିଶା ଆଇକନ ଆୱାର୍ଡ

blank
କେନ୍ଦ୍ରାପଡ଼ା,୨୨ା୧୧:ସମାଜସେବୀ ଡ. ପ୍ରତାପ ଚନ୍ଦ୍ର ଦାସଙ୍କୁ ଅଟ୍ଟଳ ଓଡିଶା ଆଇକନ୍ ଆୱାର୍ଡ- ୨୦୨୫ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅଟ୍ଟଳ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡା ମାଟିର ପୁଅ ଆଇନଜୀବୀ ଡ. ପ୍ରତାପ ଦାସଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଅଟ୍ଟଳ ସ୍ମୃତି କମିଟି ସଭାପତି ପ୍ରହଲ୍ଲାଦ ଖଣ୍ଡେଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ ସମ୍ମାନିତ ଅତିଥି ଭାବେ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ,ସ୍ମୃତି କମିଟି କନଭେନର ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସମାଜସେବୀ ଡ. ପ୍ରତାପ ଦାସଙ୍କୁ ଭାରତରତ୍ନ ଅଟ୍ଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି, ମାନପତ୍ର ଓ ଉପଢୈାକନ ପ୍ରଦାନ କରି ଅଟ୍ଟଳ ଓଡିଶା ଆଇକନ୍ ଆୱାର୍ଡ- ୨୦୨୫ରେ ସମ୍ମାନିତ କରିଥିଲେ। ସମାଜସେବୀ ଡ. ଦାସଙ୍କ ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମ୍ବାଦିକତା, ସାହିତ୍ୟ, ଚିତ୍ରକଳା, ସଂସ୍କୃତି ଓ ବୃତ୍ତିଗତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଆୱାର୍ଡ ମିଳିବା ପରେ ଡ. ଦାସଙ୍କୁ ବିଭିନ୍ନ କ୍ଷେତ୍ରରୁ ଶୁଭେଛାର ସୁଅ ଛୁଟିଛି।

Next Post

कचरे से भरा है शहर , लोग बदबूदार माहौल में परेशान हैं

Sun Nov 23 , 2025
   भुवनेश्वर 21/11 – पट्टामुंन्डाइ सहर को  सौंदर्यीकरण के नाम पर हो रहे तमाशे को लेकर लोगों में नाराजगी बढ़ गई है। हालांकि अलग-अलग कामों में पैसे की भारी हेराफेरी हो रही है, लेकिन अफसोस की बात है कि पौरपालिका इस पर ध्यान नहीं दे रही है। शहरी इलाका में […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading