ପୋଖରୀ ନିଲାମ ବାତିଲ ବିରୋଧରେ ଏସଏସଜି ମହିଳାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ ,କ୍ଷତି ପୁରଣ ଦାବି

blank
କେନ୍ଦ୍ରାପଡା ତା.୧୪/୪: କୁହୁଡି ପଞ୍ଚାୟତରେ ୨୦୨୪-୨୫ ମସିହାର ପୋଖରୀ ଗୁଡିକର ନିଲାମ୍ ବିନା କାରଣରେ ବନ୍ଦ କରାଯାଇ ଲକ୍ଷ୍ୟାଧିକ ଟଙ୍କା କ୍ଷତି କରାଯାଇଛି । ସମ୍ବାଦ ଆଞ୍ଚଳିକ ମଞ୍ଚର ୧୩ଗୋଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ କୁହୁଡି ଗ୍ରାମପଞ୍ଚାୟତର ପସ୍ତା ଗ୍ରାମରେ ଥିବା ଦୁଇ ଗୋଟି ପୋଖରିକୁ ନିଲାମ୍ ନେଇ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୪-୨୫ ମସିହାରେ ଏହି ଗ୍ରାମର ଦୁଇଟି ପୋଖରୀ ସହିତ କୁହୁଡି ଗ୍ରାମପଞ୍ଚାୟତରେ ଥିବା ସମସ୍ତ ପୋଖରୀର ନିଲାମ୍ ପ୍ରକ୍ରିୟାରେ ବିନା କୈାଣସି କାରଣ ନ ଦର୍ଶାଇ ମାର୍ଶାଘାଇ ବ୍ଲକ ଉନ୍ନୟନ ଅଧିକାରୀ ଓ ସରପଞ୍ଚ ଦୁଇ ଦୁଇଥର ନିଲାମ୍ ତାରିଖ ଘୋଷଣା କରି ବାତିଲ କରିଦେଇଥିଲେ । ଯାହାଦ୍ୱାରା ଏହି ଗ୍ରାମରେ ଥିବା ଦୁଇଟି ପୋଖରୀ ନିଲାମ୍ ବାତିଲ୍ ହେବାରୁ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରାଯାଇ କ୍ଷତି ହୋଇଥିବା ଅର୍ଥର ଭରଣା କରିବା ସହିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକୁ ନ୍ୟାୟ ପ୍ରଦାନ କରାଯିବାକୁ ଉକ୍ତ ଗୋଷ୍ଠୀର ମହିଳା ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଦାବିପତ୍ର ସମୟରେ ଚିନ୍ମୟୀ ସାହୁ, ରତ୍ନମାଳୀ ସାହୁ, ଗୀତା ମଣ୍ଡଳ, ଆରତୀ ରାଉତ, ମାନୀ ମଣ୍ଡଳ, ଗୀତାଞ୍ଜଳୀ ଦାସ, ଜୟନ୍ତୀ ଦାସ, ପ୍ରମିଳା ଦାସ, ସସ୍ମିତା ଦାସ, ପୁଷ୍ପଲତା ପରିଡା, ପ୍ରଣତୀ ପଲ୍ଲାଇ, ରେବତୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Next Post

ଦଳିତଙ୍କ ତ୍ରାଣକର୍ତ୍ତା ଥିଲେ ଆମ୍ବେଦକର , ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଜୟନ୍ତୀ

Tue Apr 14 , 2026
କେନ୍ଦ୍ରାପଡ଼ା, ୧୪। ୪: ଦଳିତ ପରିବାରରେ ଜନ୍ମ ହୋଇ ଉଚ୍ଚ ଶିକ୍ଷା ଲାଭ କରି ଦଳିତ ମାନଙ୍କୁ ଶକ୍ତି ସାମର୍ଥ୍ୟ ଓ ଅଧିକାର ଦେବାରେ ବାବା ସାହେବ ଡ଼. ଆମ୍ବେଦକରଙ୍କ ଭୂମିକା ଥିଲା ଅତୁଳନୀୟ। ସମାଜରୁ ଅସ୍ପୃଶ୍ୟତା ଦୂର କରିବା ପାଇଁ ଆମ୍ବେଦକର ଅହରହ ସଂଗ୍ରାମ କରିଥିଲେ। ଏଥିପାଇଁ ଅଛୁଆଁ ଏକ ଅପରାଧ ବୋଲି ସମ୍ବିଧାନରେ ବିଧି ବ୍ୟବସ୍ଥା କରିଯାଇଛନ୍ତି। ଆଜି ଜନ ପ୍ରତିନିଧି ମାନେ ଦଳିତ ମାନଙ୍କ ସମସ୍ୟା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading