ପଟ୍ଟାମୁଣ୍ଡାଇ ୨୦/୫- ପଟ୍ଟାମୁଣ୍ଡାଇ କୋର୍ଟର ନୂତନ ସିନିଅର ଡିଭିଜନ ସିଭିଲ ଜଜ୍ ଭାବେ ଅଭିଜ୍ଞ ବିଚାରପତି ଅପୂର୍ବା ମହାନ୍ତି ଯୋଗ ଦେଇଅଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ଆଇନଜୀବି ପୂର୍ବତନ ଓକିଲ ସଂଘ ସଭାପତି ବିଜ୍ଞାନ ମିହିର ଜେନା, ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ, ପ୍ରମୋଦ ସାହୁ, ସୁଶୀଲ ଦାଶ, ସୌମ୍ୟରଞ୍ଜନ ଧଳ, ରାଜେନ୍ଦ୍ର ମିଶ୍ର, ଅଭିରାମ କୁଣ୍ଡ, ଭବାନୀ ଶଙ୍କର ପଣ୍ଡା, ରମେଶ ପରିଡା, ବିଦ୍ୟାଧର ଦାଶ, ଶରତ ମଲିକ ସୁଧୀର ଦାସ, ସୁଶାନ୍ତ ସାମଲ, ରିତାଞ୍ଜଳୀ ଦାଶ, ସୁମନ୍ତ ମାଝ. ବିଶ୍ୱନାଥ ରାଉତ ଓ ଶୁଭଲଷ୍ମୀ ସ୍ୱାଇଁ ପ୍ରମୁଖ ବହୁ ଆଇନଜୀବୀ ନୂତନ ସବଜଜ୍ ଅପୂର୍ବା ମହାନ୍ତିଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.