ଶ୍ରୀ ରାଧାଗୋବିନ୍ଦଜୀୟୁଙ୍କ ଚନ୍ଦନ ଯାତ୍ରା ଉଦ୍‌ଯାପିତ

blank

କେନ୍ଦ୍ରାପଡ଼ା,୧୯ା୫ : କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଶ୍ରୀ ରାଧାଗୋବିନ୍ଦଜୀୟୁଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ସୋମବାର ଦିନ ବିଳମ୍ବିତ ରାତ୍ରରେ ଉଦ୍‌ଯାପିତ ହୋଇଯାଇଛି । ଏପ୍ରିଲ ମାସ ୩୦ତାରିଖ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଧୁମଧାମରେ କେନ୍ଦ୍ରାପଡା ସହର ଚାଟରାପାଟଣାସ୍ଥିତ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜୀୟୁଙ୍କ ଚଳନ୍ତି ପ୍ରତିମାକୁ ଚନ୍ଦନ ଲେପ ଦିଆଯାଇ ଏକ ସୁସଜ୍ଜିତ ବିଭାନରେ ନିକଟସ୍ଥ ଚନ୍ଦନ ପୋଖରୀକୁ ପ୍ରଥମେ ଅପରାହ୍ନ ୧ଟାରେ ନିଆଯାଇ ଡଙ୍ଗାରେ ଚାପ ଖେଳାଯାଇଥିଲା । ଏକ ଘଣ୍ଟା ଚାପ ଖେଳିବା ପରେ ଚନ୍ଦନ ପୋଖରୀସ୍ଥ ମଣ୍ଡପକୁ ଅଣାଯାଇଥିଲା । ପୁନର୍ବାର ସଂଧ୍ୟା ଆଳତି ପରେ ରାତି ୮ଟାରେ ଶ୍ରୀ ଜୀୟୁଙ୍କ ଚଳନ୍ତି ପ୍ରତିମାକୁ ଚନ୍ଦନ ପୋଖରୀକୁ ନେଇ ଡଙ୍ଗାରେ ବସାଇ ଚାପ ଖେଳ ଆରମ୍ଭ ହୋଇଥିଲା । ପୋଖରୀର ପ୍ରତି କୋଣରେ ୭ଥର ବୁଲି ଚାପ ଖେଳାଯାଇଥିଲା । ଏପରି ୨୮ଥର ଶ୍ରୀ ଜୀୟୁଙ୍କୁ ଚାପ ଖେଳାଯାଇ ରାତି ୧୦ଟାରେ ମଣ୍ଡପକୁ ଅଣାଯାଇଥିଲା । ହଜାର ହଜାର ଭକ୍ତ ଚନ୍ଦନ ପୋଖରୀ କୂଳରେ ରହି ଚନ୍ଦନ ଲଗାଇ ଶ୍ରୀ ଜୀୟୁଙ୍କ ଅପୂର୍ବ ଚନ୍ଦନଚାପକୁ ଉପଭୋଗ କରିଥିଲେ । ଏହି ଅବସରରେ ଶ୍ରୀ ଜୀୟୁଙ୍କୁ ଚନ୍ଦନ ଯାତ୍ରାରେ ସ୍ୱତନ୍ତ୍ର ଭୋଗ ଲାଗିଥିବା କେଳି ମାଣ୍ଡୁଅ ପ୍ରସାଦକୁ ଭକ୍ତମାନେ କିଣି ଘରକୁ ଯାଇଥିଲେ । ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ସାଲେପୁରର ଶୁଭମ ଭଜନ ସଂନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାଉନସିଲର ରମେଶ ଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଏହାକୁ ରିତିନିତି ଅନୁଯାଇ ପାଳନ କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା ବୋଲି ପରିଚାଳନା ଟ୍ରଷ୍ଟି ମାନସ ରଞ୍ଜନ ମହାନ୍ତି ଓ ବାସୁଦେବ ପାଣି କହିଛନ୍ତି । ଏ ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ବୋର୍ଡ ଆନୁକୂଲ୍ୟରେ କେନ୍ଦ୍ରାପଡା ତହସିଲଦାର, ପ୍ରଶାନ୍ତ କୁମାର ନାୟକ, ଜାନକୀ ବଲ୍ଲବ ସାମନ୍ତରାୟ, ସୋମନାଥ ଦାସ, ସନ୍ଦିପ ମାନସିଂହ, ହିମାଂଶୁ ରାଉତ, ଅଂଶୁମାନ ପୃଷ୍ଟି, ରାମଚନ୍ଦ୍ର ଜେନା ପ୍ରମୁଖ ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଅସୁସ୍ଥ ଥିବାବେଳେ ମାଟି ତାଡି ନେଲା ବିଭାଗ , ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ

Mon May 19 , 2025
କେନ୍ଦ୍ରାପଡ଼ା,୧୯ା୫: ଜଣେ ବ୍ୟକ୍ତି ଅସୁସ୍ଥ ଥିବାବେଳେ ଏହାର ଫାଇଦା ନେଇ ଜଳସଂପଦ ବିଭାଗ ସଂପୃକ୍ତ ବ୍ୟକ୍ତିଙ୍କ ଜମିରୁ ମାଟି ତାଡ଼ି ନେଇଛି। ଏ ନେଇ ବ୍ୟକ୍ତି ଜଣକ ପ୍ରଥମେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ପରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେଠାରୁ ନ୍ୟାୟ ନପାଇବାରୁ ଏବେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ବ୍ଲକ ପିକରାଳି ଗ୍ରାମର […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading