କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଫକିର ମୋହନ ମାଝି ସୋମବାର ପୂର୍ବାହ୍ନରେ ଯୋଗଦେଇଛନ୍ତି। ସେ ଏହା ପୂର୍ବରୁ ଭଞ୍ଜନଗର ଓ ରେଢାଖୋଲରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଏବଂ ସମ୍ବଲପୁରରେ ଦୀର୍ଘ ୩ ବର୍ଷ ଧରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଗୁଡିକ ତୃଣମୂଳସ୍ତରେ ସମ୍ବାଦ ପତ୍ର ମାଧ୍ୟମରେ କିପରି ପହଞ୍ଚି ପାରିବ ସେଥିନିମନ୍ତେ ପ୍ରଚେଷ୍ଠା କରିବା ସହ ସାମ୍ବାଦିକ ବନ୍ଧୁମାନଙ୍କ ଏ ଦିଗରେ ସାହାଯ୍ୟ କାମନା କରିଛନ୍ତି ଶ୍ରୀ ମାଝି।
Discover more from
Subscribe to get the latest posts sent to your email.