୧୨ତମ ଅଲ୍ ଓଡିଶା ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ଆଳି ଏକାଦଶ ଚମ୍ପିୟନ

blank
କେନ୍ଦ୍ରାପଡା,୨୯ା୪: କେନ୍ଦ୍ରାପଡା ସହରସ୍ଥ ସାନମଙ୍ଗଳା ଗ୍ରୀସ୍ ପିଲ୍ଡଠାରେ ରାଜ୍ୟସ୍ତରୀୟ ୧୨ତମ ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଆଳି ଏକାଦଶ ମଢିଆଳର ନ୍ୟାସନାଲ କ୍ରିକେଟ୍ କ୍ଲବକୁ ହରାଇ ଅଲ୍ ଓଡିଶା ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟ୍ରଫି ହାସଲ କରିଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଫାଇନାଲ ମ୍ୟାଚରେ ଆଳି ଏକାଦଶ ପ୍ରଥମେ ବ୍ୟାଟିଂ କରି ୭ ଓଭରରେ ୧୦୦ରନ କରିଥିଲା । ଜବାବରେ ନ୍ୟାସନାଲ କ୍ରିକେଟ୍ କ୍ଲବ ନିଦ୍ଧାରିତ ୭ ଓଭରରେ ୯୬ ରନ କରିଥିଲା । ଫଳରେ ଆଳି ଏକାଦଶ ୧୪ରନରେ ବିଜୟୀ ହୋଇଥିଲା । ଦେବାଶିଷ ପାଟ୍ଟଶାଣୀ ମ୍ୟାନ ଅଫ ମ୍ୟାଚ ହୋଇଥିଲେ । ସେହିପରି ଆକାଶଦିପ ପୃଷ୍ଟି ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୬ଟି ଟିମ୍ ଭାଗ ନେଇଥିଲେ । ଉଦ୍‌ଯାପନୀ ଦିବସରେ ଦୀପୁ ଏକାଦଶ କ୍ରିକେଟ୍ କ୍ଲବ, ମା’ ତାରିଣୀ ସ୍ପୋଟିଂ, ପିପିଲିର ହିନ୍ଦ ସ୍ପୋଟିଂ, ଦକ୍ଷିଣ ଏକାଦଶ, ବାବା ଏକାଦଶ, ଗୋରଖନାଥ ଏକାଦଶ, କଟକର ଟିସିସି, ଆଳି ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମିଫାଇନାଲରେ ଗଣାମହଲ ବାଲାବାବା କ୍ରିକେଟ୍ କ୍ଲବକୁ ମଢିଆଳ ନ୍ୟାସନାଲ କ୍ରିକେଟ୍ କ୍ଲବ ହରାଇ ଫାଇନାଲକୁ ଉନ୍ନିତ ହୋଇଛି । ସେହିପରି ଦ୍ୱିତୀୟ ସେମିଫାଇନାଲରେ ମା’ ତାରିଣୀ ସ୍ପୋଟିଂକୁ ହରାଇ ଆଳି ଏକାଦଶ ଫାଇନାଲକୁ ଉନ୍ନିତ ହୋଇଥିଲା । ଫାଇନାଲ ମ୍ୟାଚରେ ମୁରଲୀଧର ସେଠୀ ଓ ସତ୍ୟମ ମହାପାତ୍ର ଅମ୍ପାୟାର ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ବରଦାକାନ୍ତ ବରାଳଙ୍କ ନେତୃତ୍ୱରେ ଜ୍ଞାନ ରଞ୍ଜନ ଜେନା, ରାକେଶ କୁମାର ବେହେରା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଶୁଭେନ୍ଦୁ ଦାସ ସ୍କୋରର ଭାବେ କାର୍ଯ୍ୟ କରିଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମୂର୍ଚ୍ଛନା ଓ ଓକା ତରଫରୁ ମା ଝାଙ୍କଡ ମହୋତ୍ସବ ଅନୁଷ୍ଠିତ

Tue Apr 29 , 2025
କେନ୍ଦ୍ରାପଡା ୨୯/୪- ଓଡିଶା ତଥା କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଳଚର ଆର୍ଟ ଏକାଡେମୀ ତରଫରୁ ରଜ୍ୟସ୍ତରୀୟ ମା ଝଙ୍କଡ଼ ମହୋତ୍ସବ ଜିଲ୍ଲା ସଂସ୍କୃତି ଭବନ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ଝଙ୍କଡ଼ ମହୋତ୍ସବର ଲକ୍ଷ ଉପରେ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ଉତ୍ସବରେ ରାଷ୍ଟପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading