ପଟ୍ଟାମୁଣ୍ଡାଇ ତା ୧୨/୫- ପଟ୍ଟାମୁଣ୍ଡାଇ ପୌରାଞ୍ଚକ ଅନ୍ତର୍ଗତ ୯ନଂ ୱାର୍ଡ ନୂଆଗାଁ ଠାରେ ଗତ ୧୦, ୧୧, ୧୨ ତାରିଖ ତିନି ଦିନ ଧରି ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଶୁଭଧିବାସ, ନାମ ସଂକ୍ରିତନ ଓ ନଗର କୀର୍ତନ ଅନୁଷ୍ଠିତ ହୋଇ ଥିଲା । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ମାନେ ଠାକୁରଙ୍କ ପୂଜାର୍ଚନା ଓ ସମସ୍ତ ପୂଜାଵିଧି ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢା ଲେଙ୍କା, କାଉନସିଲର ପ୍ରିୟଙ୍କା ସେଠୀ, ଯୁବନେତା ଚିତ୍ତରଂଜନ ସେଠୀ, ପୂର୍ବତନ କାଉନସିଲର ଜୟରାମ ରାଉତ, ବରିଷ୍ଠ ନେତା ଦିଗାମ୍ବର ମିଶ୍ର,ପିଣ୍ଟୁ ସେଠୀ, ମେଘନାଦ ସେଠୀ, ବିଜୟ ସେଠୀ, ଫକୀର ସେଠୀ ପ୍ରମୁଖ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ତିନି ଦିନ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ କୃପା ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାନନ ସେଠୀ, ଅରକ୍ଷିତ ସେଠୀ, କୁଶନ ସେଠୀ, ରବୀନ୍ଦ୍ର ସେଠୀ ଓ ଗୋଲକ ସେଠୀଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.