ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ବୈଠକ

blank

ପଟ୍ଟାମୁଣ୍ଡାଇ ତା ୨୦/୧- ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରି ଜନସାଧାରଣ ନିକଟରେ ସୁଫଳ ପହଞ୍ଚାଇବାକୁ ନିର୍ଦେଶ ଦେଇଥିଲେ । ବିଶେଷ କରି ପାନୀୟଜଳ, ଶିକ୍ଷା ସ୍ୱାସ୍ଥ୍ୟ ଓ କୃଷକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଧାନ ମଣ୍ଡି ଗୁଡିକୁ ଦଲାଲ ମୁକ୍ତ କରି ଚାଷୀମାନଙ୍କୁ ନିର୍ଧାରିତ ସରକାରୀ ଦରରେ ଧାନ ବିକିବା ପାଇଁ ୪ଜଣ ସରପଞ୍ଚ, ୪ସମିତି ସଭ୍ୟ ୨ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନେଇ କମିଟି ଗଠନ ଓ ସମସ୍ତ ମଣ୍ଡି ପରିଦର୍ଶନ କାର୍ଯ୍ୟକ୍ରମ ତଦାରଖ କରିବାକୁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଆଗାମୀ ଗ୍ରୀଷ୍ମ ଋତୁ ପୂର୍ବରୁ ଉତ୍କଟ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ କୈଫିୟତ ମାଗି ଥିଲେ । ବିଭାଗୀୟ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର ପଟ୍ଟାମୁଣ୍ଡାଇ ବ୍ଲକରେ ୧୯୪ ନୂତନ ନଳକୂପ ଖନନ ପାଇଁ ସ୍ଥିର କରାଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ଏପ୍ରିଲ ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ୨୦ଟି ପଂଚାୟତର ପାନୀୟଜଳ ସମସ୍ୟା ଦୂର ହେବ ବୋଲି ସୂଚନା ଦେଇଥିଲେ । ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀସାମନ୍ତରାୟ ରାଜନଗର ମେଗା ପାନୀୟଜଳ ପ୍ରକଳ୍ପ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୯ଟି ପଂଚାୟତ ଓ ଆଳି ମେଗା ପାନୀୟଜଳ ପ୍ରକଳ୍ପ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୨ଟି ପଂଚାୟତବାସୀଙ୍କୁ ତୁରନ୍ତ ପାନୀୟଜଳ ଯୋଗାଇ ଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନରେ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କୁ ଅଗ୍ରାଧିକାର ଦେବା ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖିବାକୁ ସମିତି ବୈଠକରେ ପ୍ରସ୍ତାବ ଆଗତ କରାଯାଇଥିଲା । ପାନୀୟଜଳ ଓ ମହିଳା ଶିଶୁ ବିକାଶ ବିଭାଗ ସମସ୍ୟା ସମାଧାନ ପାଇଁ ଆସନ୍ତା ଜାନୁଆରୀ ୩୧ତାରିଖରେ ପାନୀୟଜଳ ଓ ଫେବୃଆରୀ ୪ତାରିଖରେ ମହିଳା ଶିଶୁ ବିକାଶ ବିଭାଗର ସ୍ୱତନ୍ତ୍ର ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା । ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ପଂଚାୟତ ପାନୀୟଜଳ ରାସ୍ତାଘାଟ ଉନ୍ନତି, ଏ ଏନ ଏମ ସେଣ୍ଟର ପ୍ରତିଷ୍ଠା, ଅଲେଖପୁର ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଆଦି ସମସ୍ୟା ଉତ୍ଥାପନ କରିଥିଲେ ।  ବନ୍ୟା ବିପନ୍ନ ଧୋୟାଞ୍ଚଳକୁ ୧୦୮ଆମ୍ବୁଲାନ୍ସ ଯୋଗାଇବାକୁ ତରଡ଼ିପାଳ ସମିତିସଭ୍ୟ ନିରଞ୍ଜନ ବାରିକ ଓ ୯ଟି ପଂଚାୟତରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ କଂକ୍ରିଟ ରାସ୍ତା ଖୋଳି ଠିକାଦାର ପାଇପ ବିଛାଇବା ଦ୍ୱାରା ରାସ୍ତା ନଷ୍ଟ ହୋଇ ଲୋକମାନେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଥିବା ଚନ୍ଦନନଗର ସରପଞ୍ଚ ବନୋଜ ସେଠୀ ଓ ସମିତି ସଭ୍ୟ ମାନସ ମଲିକ ନଷ୍ଟ ହୋଇଥିବା ରାସ୍ତା ମରାମତି ପାଇଁ ଠିକାଦାରଙ୍କୁ ନିର୍ଦେଶ ଦେବାକୁ ପ୍ରସ୍ତାବ ଆଗତ କରିଥିଲେ ।  ଏହି ପଂଚାୟତ ସମିତି ବୈଠକରେ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ,ସାଂସଦ ପ୍ରତିନିଧି ସୁନାକାର ବେହେରା, କେନ୍ଦ୍ରାପଡ଼ା ବିଧାୟକ ପ୍ରତିନିଧି କୈଳାଶ ସେଠୀ, ବିଡ଼ିଓ ଶୀତଲ ଅଗ୍ରୱାଲ, ମେଡିକାଲ ଅଫିସର ଡା ନିରାକାର ପରିଡା,ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ବ୍ଲକ ସହନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ,ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ଓ ପ୍ରସନ୍ନ ରାଉତ, ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ, ସମିତି ସଭ୍ୟ ବିଶ୍ୱ ରଞ୍ଜନ ଭୂୟାଁଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ, ୩୧ପଂଚାୟତ ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇଥିଲେ ।

Next Post

ସଫଳତା ପାଇଁ ବିନୟ ହୃଦୟର ଆବଶ୍ୟକତା ରହିଛି , କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗର ଆଲୋଚନାଚକ୍ର

Thu Jan 22 , 2026
କେନ୍ଦ୍ରାପଡ଼ା,୨୨ା୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ଆନୁକୂଲ୍ୟରେ “ସତ୍ୟତା,ଶାଳିନତା ଓ ବିନମ୍ରତା ଦ୍ୱାରା ଉତ୍ତମ ମଣିଷ ଗଠନ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଯୋଗଦେଇ କହିଲେ ଛାତ୍ରଛାତ୍ରୀମାନେ ଜୀବନରେ ସଫଳତା ହାସଲ କରିବାକୁ ଚାହିଁଲେ ପ୍ରଥମେ ନୈତିକତାକୁ ଅଗ୍ରାଧିକାର ଦେବାକୁ ପଡିବ। ନୈତିକ ମୂଲ୍ୟବୋଧ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading