
କେନ୍ଦ୍ରାପଡା, ୧୭/୩- ମଦ ପାଇଁ ମହାଭାରତ । ତାତିଲେ ମହିଳା ଭଙ୍ଗାରୁଜା ସହ ପୋଡିଲେ ଚାଖେଣା ଦୋକାନ । ଉତ୍ତେଜନା ସ୍ଥଳରେ ପହଁଞ୍ôଚ ବୁଝା ସୁଝା କରୁଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ମାନେ ଘେରାଉ କରିବା ସହ ପୋଡା ଜଳା କରିବା ଦେଖିବାକୁ ମିଳିଛି । ତେବେ ସୂଚନା ଆନୁଯାୟୀ ଗତ କାଲି ଦୁଇଜଣ ଯୁବକ ମଦ ପିଇବା ବେଳେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ବିଦେଶୀ ମଦ ଦୋକାନ ଆଗରେ ଥିବା ଚଖେଣା ଦୋକାନକୁ ନେଇ ଗଣ୍ଡଗୋଳ ହେଇଥିବା କୁହାଯାଉଛି । ଯାହାକୁ ନେଇ ଓଲଢ଼ି ଗ୍ରାମର ଶତାଧିକ ମହିଳା ମାନେ ଆଜି ଆସି ଚାଖେଣ ଦୋକାନ ଭାଙ୍ଗିବା ସହ ବିଦେଶୀ ମଦ ଦୋକାନ ଭାଙ୍ଗିବା ପ୍ରତିବାଦରେ ହୋହାଲା କରିଥିଲେ । ତେବେ ପାଖରେ ଥିବା ଦୋକାନ ଗୁଡିକ ଭାଙ୍ଗି ପୋଡି ଦେବା ଏବଂ ମଦ ଦୋକାନକୁ ଉଚ୍ଛେଦ ଦାବି କରିଥିଲେ । ଖବର ପାଇ ଡେରାବିଶ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀ ମହିଳା ମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ଏବଂ ସେଠାରୁ ଆନ୍ଦୋଳନକାରୀ ମାନେ ପଲେଇ ଯାଇଥିଲେ ।
Discover more from
Subscribe to get the latest posts sent to your email.