ପଟ୍ଟାମୁଣ୍ଡାଇ୨୪/୪ – ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜି ପୁରୀ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ଠାରେ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇଛି । ପୁରୀ ଠାରେ ଆୟୋଜିତ ଜାତୀୟ ପଂଚାୟତରାଜ ଦିବସ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଅଶୋକ ମହାନ୍ତି, ଏ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ଓ ପ୍ରସନ୍ନ ରାଉତ,ସରପଂଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ, ସମିତି ସଭ୍ୟ ସଂଘ ସଭାପତି ଅଭୟ ସ୍ୱାଇଁ, ସରପଂଚ ଦିପ୍ତିମୟୀ ପରିଡା ସମେତ ବହୁ ସରପଂଚ ସମିତି ସଭ୍ୟ, ଆଶା, ଅଙ୍ଗନବାଡି କର୍ମୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ଯୋଗ ଦେଇଥିଲେ । ଏଇ ଅବସରରେ ବିଭିନ୍ନ ପଂଚାୟତର ମହିଳା ଓ ପୁରୁଷ ଲୋକମାନଙ୍କୁ ରାସନ କାର୍ଡ ବଂଟନ କରାଯାଇଥିଲା ।
Discover more from
Subscribe to get the latest posts sent to your email.