କେନ୍ଦ୍ରାପଡା,୧୭ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଆରାଧ୍ୟ ଦେବତା ମା’ ନାରାୟଣୀ(ଥାନପତି) ନୂତନ ମନ୍ଦିରର ଗୁରୁବାର ଦିନ ରତ୍ନମୁଦ ଦଧିକଳସ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ଗୁଲନଗର ପଞ୍ଚାୟତର ଶତାଧିକ ଗ୍ରାମବାସୀ ଶୁଳ୍କ, ଧାନ, ସ୍ୱର୍ଣ୍ଣ, ରୌପ୍ୟ, ତମ୍ବା ଇତ୍ୟାଦି ଅଷ୍ଟଧାତୁ ଓ ଧାତବ ମୁଦ୍ରା ଦାନ ଦେଇଥିଲେ । ଏହାକୁ ଆଜି ସମସ୍ତ ବିଧି ଅନୁସାରେ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯିବା ପରେ କଳସରେ ଦାନ କରାଯାଇଥିବା ସମସ୍ତ ଧାନ ଓ ଅଷ୍ଟଧାତୁ ଭର୍ତ୍ତି କରାଯାଇ କଳସ ସ୍ଥାପନ କରାଯାଇଥିଲା । ଗୁଲନଗର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ ଓ କରୁଣାକର ସାହୁ କର୍ତ୍ତା ଭାବେ ଯୋଗଦେଇ ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ସୁଚନାଯୋଗ୍ୟ ଯେ ଏହି ମନ୍ଦିରଟି ବହୁ ପୁରାତନ ହୋଇଥିବାରୁ ଏହି ସ୍ଥାନରେ ନୂତନ ମନ୍ଦିର ସ୍ଥାପନ କରାଯାଉଛି । ଏହି ଉତ୍ସବକୁ ପଞ୍ଚାୟତର ସମସ୍ତ ପଞ୍ଚାୟତବାସୀ ସହଯୋଗ କରିବା ସହିତ ମା’ଙ୍କ କୃପାଲାଭ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.