ଜମ୍ବୁଦୀପ ମହୋତ୍ସବ ଉଦଘାଟିତ , ପୂର୍ବ ଭାରତର ପ୍ରଥମ ବତିଘର ଏଠାରେ ରହିଛି- ମନ୍ତ୍ରୀ

blank
କେନ୍ଦ୍ରାପଡ଼ା,୧୬ା୪: ପୂର୍ବ ଭାରତର ପ୍ରଥମ ବତିଘର ଏହି ଜମ୍ବୁ ଦ୍ୱୀପରେ ରହିଛି। ଏହି ଦ୍ୱୀପରେ ଥିବା ଲାଲ କୋଠାର ଇଞ୍ଜିନିଅରରିଂ ସମଗ୍ର ଭାରତରେ ବିରଳ । ପଦ୍ମଶ୍ରୀ ହଳଧଳ ନାଗ ମଧ୍ୟ ସମଲେଇଙ୍କ ଠାରୁ ଆରମ୍ଭ କରି ମା’ ରାମଚଣ୍ଡୀଙ୍କ ପର୍ଯ୍ୟନ୍ତ ମାହାତ୍ମ୍ୟ ତାଙ୍କ କବିତାରେ ବର୍ଣ୍ଣନା କରିଛନ୍ତି ବୋଲି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ମହାକାଳପଡ଼ା ବ୍ଲକ ଅଧୀନ ମା’ ଦରିଆ ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ଜମ୍ବୁଦ୍ୱୀପ ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ସୁରଜ ଆହୁରି କହିଥିଲେ ଯେ ପଲ୍ଲିଶ୍ରୀ ମେଳା ଦ୍ୱାରା ମହିଳାମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ। କଳା ପାହାଡ଼ ଏହିଠାରେ ପ୍ରାଣ ତ୍ୟାଗ କରିଥିଲେ। ମନ୍ଦିର ଭାଙ୍ଗିବା ପୂର୍ବରୁ ଜଣେ ମହିଳା ତାଙ୍କୁ ପାଣି ଦେବା ପାଇଁ କହି ଚାଲିଗଲେ। କିନ୍ତୁ ଫେରି ନଥିଲେ। ଅପେକ୍ଷା କରି କଳାପାହାଡର ଜୀବନ ଦ୍ୱୀପ ଲିଭି ଯାଇଥିଲା ବୋଲି ମନ୍ତ୍ରୀ କିମ୍ବଦନ୍ତୀକୁ ଆଧାର କରି କହିଥିଲେ। ଏହି ଅଞ୍ଚଳର ସ୍ୱତନ୍ତ୍ରତା ରହିଛି। ଏହି ଅଞ୍ଚଳର ଯେତିକି ବିକାଶ ହେବା କଥା ତାହା ହୋଇପାରିନାହିଁ। ଜିଲ୍ଲାବାସୀଙ୍କ ସମସ୍ତ ଅଧିକାର ପୂରଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ସେ ଘୋଷଣା କରିଥିଲେ। ମେଡିକାଲ କଲେଜ ନିଶ୍ଚିତ ଭାବେ କେନ୍ଦ୍ରାପଡାରେ ହେବ। କିନ୍ତୁ ୨୪ ବର୍ଷ ଧରି ଶାସନରେ ଲୋକ ମେଡିକାଲ କଲେଜ କରିପାରିଲେ ନାହିଁ ତାହାଠୁ ଆଉ ଅଧିକ କିଛି ଦୁଃଖର ବିଷୟ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ମହାକାଳପଡ଼ା ବିଧାୟକ ଡ଼.ଦୁର୍ଗା ପ୍ରସନ୍ନ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ପ୍ରଥମ ଥର ପାଇଁ ଜମ୍ବୁଦ୍ୱୀପ ମହୋତ୍ସବ ଅନୁଷ୍ଠିତ ହେଉଛି। କିନ୍ତୁ ଏହା ପିଢ଼ି ପିଢ଼ି ଧରି ମନେ ରହିବ। କେନ୍ଦ୍ରାପଡ଼ାର ସାମଗ୍ରିକ ବିକାଶ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏଥିସହ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ। ଅଞ୍ଚଳର ଲୁକ୍କାୟିତା ପ୍ରତିଭାର ବିକାଶ ହେଉଛି ଏହି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ବିଧାୟକ ଡ଼. ନାୟକ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କହିଲେ ଜମ୍ବୁଦ୍ୱୀପ ହେଉଛି ଓଡ଼ିଆ- ବେଙ୍ଗଲୀ ଭାଇଚାରାର ମାଟି। ପାନୀୟ ଜଳ ସମସ୍ୟା ଏହି ଅଞ୍ଚଳରେ ରହିବ ନାହିଁ। ଏ ନେଇ ସରକାର ଚିନ୍ତା କରୁଛନ୍ତି। ପିଲାଙ୍କୁ ବାପା ମା ମାନେ ସଂସ୍କାର ଦେବା ଉଚିତ। ଏହା ନଦେଲେ ବୃଦ୍ଧାବସ୍ଥା ଆଶ୍ରମରେ କଟାଇବାକୁ ପଡ଼ିବ। ହାସ୍ୟାଭିନେତା ହରିହର ମହାପାତ୍ର ଯୋଗଦେଇ କହିଲେ ଫିଲ୍ମ ସୁଟିଂ କରିବାରେ ଜମ୍ବୁଦ୍ୱୀପ ଏକ ପ୍ରକୃଷ୍ଠ ସ୍ଥାନ। ପ୍ରକୃତିର ମନୋରମ ପରିବେଶ ଏହି ଦ୍ୱୀପରେ ରହିଛି। ତେଣୁ ଏହିଦ୍ୱୀପ ଦେଶ ବିଦେଶର ଚଳଚିତ୍ର ନିର୍ମାତାଙ୍କୁ ଆକୃଷ୍ଠ କରିଛି। ସାହିତ୍ୟିକ ଡ଼.ବିରଜା ରାଉତରାୟ, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଅନ୍ତର୍ଜାତୀୟ ଭଲି ବଲ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ ପରିଡ଼ା, ଆଶା କର୍ମୀ ଶିବାନୀ ମଣ୍ଡଳ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ସେଠୀ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଜମ୍ବୁଦ୍ୱୀପ ମହୋତ୍ସବ ଉପରେ ଏକ ସଂଗୀତ ପରିବେଷଣ କରାଯାଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମାହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳାକୁ ମନ୍ତ୍ରୀ ଉଦଘାଟନ କରିଥିଲେ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରୁଛି

Wed Apr 16 , 2025
କେନ୍ଦ୍ରାପଡ଼ା,୧୬ା୪: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଡ. ସଞ୍ଜୀବ କୁମାର ମହାନ୍ତି ଅଧ୍ୟକ୍ଷ ଭାବରେ ଯୋଗଦେବା ପରେ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଫେରି ଆସିଥିବା ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟର କେହି ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ସାମଗ୍ରୀକ ବିକାଶରେ ଅନ୍ତରାୟ ସୃଷ୍ଟି ହୋଇଥିଲା। କାରଣ ଅତିରିକ୍ତ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁ ନଥିଲେ। କିନ୍ତୁ ଡ. ମହାନ୍ତି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading