ମହିଳାଙ୍କୁ ଦୁର୍ବ୍ୟବହାର , ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ , କାର୍ଯ୍ୟାନୁଷ୍ଠାନ ଦାବି

blank
କେନ୍ଦ୍ରାପଡା, ୨୭ା୨: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନାରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ସଂପୃକ୍ତ ମହିଳା ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ମାର୍ଶାଘାଇ ଥାନା ଅଧିନ ଗୋପିନାଥପୁର ଗ୍ରାମର ପାୟଲ ସାମନ୍ତରାୟ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୬ତାରିଖ ରାତି ୧୨ଟାରେ ସେ ଘରେଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କ ଘରେ ପଶି ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏନେଇ ସେ ସେହିରାତିରେ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ଥାନାରେ ସବଇନସପେକ୍ଟର ଅଜୟ କୁମାର ସାହୁ ଡ୍ୟୁଟିରେ ଥିଲେ। ସେ ତାଙ୍କୁ ଲିଖିତ ଅଭିଯୋଗ ଦେଇ ନ୍ୟାୟ ଭିକ୍ଷା କରିଥିଲେ। କିନ୍ତୁ ଏସ.ଆଇ. ଶ୍ରୀ ସାହୁ ତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଥାନାରେ ଅଟକ ରଖି ଦୁର୍ବ୍ୟବହାର କରିଥିଲେ। ଏହାସହ ସେ ଯେଉଁ ଏତଲା ଦେଇଥିଲେ ତାକୁ ଚିରିବା ପାଇଁ ତାଙ୍କୁ କହିଥିଲେ ଏବଂ ସେ ଯେପରି କହୁଛନ୍ତି ସେହି ଆଧାରରେ ଏତଲା ଲେଖିବାକୁ କହିଥିଲେ। ସେ ଏଥିରେ ରାଜି ନହେବାରୁ ତାଙ୍କୁ ଦୁର୍ବ୍ୟବହାର କରିଥିବା ସଂପୃକ୍ତ ମହିଳା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ଏସ.ଆଇ. ବିଧାନସଭା ଡ୍ୟୁଟିରେ ରାଜଧାନୀ ଯାଇଛନ୍ତି। ଏସଂକ୍ରାନ୍ତରେ ଏସପିଙ୍କ ନିକଟରେ ଅଭିଯୋଗ ହେବା ପରେ ଅତିରିକ୍ତ ଏସପି ତାଙ୍କୁ ପଚାରିଥିଲେ। ଏସ.ଆଇ. ଶ୍ରୀ ସାହୁ ସେଠାରୁ ଫେରିବା ପରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ପୂର୍ବତନ ଜିଆରଏସଙ୍କୁ ୪ବର୍ଷ ଜେଲଦଣ୍ଡ

Thu Feb 27 , 2025
କେନ୍ଦ୍ରାପଡା,୨୭ା୨: ଏକ ଲାଞ୍ଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ପୂର୍ବତନ ଜି.ଆର.ଏସ. ଶ୍ରୀ ଘଡେଇ ଏଣ୍ଡର ଗ୍ରାମପଞ୍ଚାୟତର ଜି.ଆର.ଏସ. ଥିବା ବେଳେ ଏକ ସିମେଣ୍ଟ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading