ବାରୋରେ ମହାଦେବ ସେନାର ନବବର୍ଷ ପାଳନ

blank
କେନ୍ଦ୍ରାପଡା,୧୪ା୪: କେନ୍ଦ୍ରାପଡା ବ୍ଲକର ବାରୋ ପଞ୍ଚାୟତ ଅନ୍ତର୍ଗତ ଇଟିପୁର ଗିରିମଠଠାରେ ମହାଦେବ ସେନା ପକ୍ଷରୁ ନବବର୍ଷ ପାଳନ କରାଯାଇଛି । ମହାଦେବସେନାର ରାଜ୍ୟ ସଭାପତି ବାବା ଧନେଶ୍ୱର ଦାସଙ୍କ ସଭାପତିତ୍ୱରେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡିଆ ନବବର୍ଷ ପାଳିତ ହୋଇଯାଇଛି । ଓଡିଆ ନବବର୍ଷର ଐତିହ୍ୟ ଓ ପରମ୍ପରାର ସଂସ୍କୃତିକୁ ମନେପକାଇ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ପ୍ରଦୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଶରତ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଓଡିଆ ନବବର୍ଷର ଐତିହ୍ୟ ଓ ପରମ୍ପରା ଉପରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାଦେବ ସେନାର ରାଜ୍ୟ ସମ୍ପାଦକ ଗୌତମ ବେହେରା, ସୀତାକାନ୍ତ ନାୟକ, ମାନିନୀ ଷଡଙ୍ଗୀ, ନନ୍ଦକିଶୋର ପ୍ରଧାନ, ଅଭିରାମ ମଲ୍ଲିକ, ବୁଟୁ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ସମ୍ବିଧାନର ସୁରକ୍ଷା ସଂକଳ୍ପ ଆମ୍ବେଦରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

Mon Apr 14 , 2025
କେନ୍ଦ୍ରାପଡା,୧୪ା୪: କେନ୍ଦ୍ରାପଡା ଆମ୍ବେଦକର ବିଚାର ମଞ୍ଚ ତରଫରୁ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସ୍ଥଳରେ ଆଜି ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଚାର ମଞ୍ଚର ସଭାପତି ପ୍ରଫେସର ନନ୍ଦକିଶୋର ପରିଡାଏହି ଜୟନ୍ତୀ ଉତ୍ସବରେ ସଭାପତିତ୍ୱ କରିଥିଲେ । ବାବା ସାହେବଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଫେସର ପରିଡା କହିଥିଲେ ଯେ ସେ ଥିଲେ ବିପ୍ଲବୀ, ସମାଜ ସଂସ୍କାରକ ଓ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading