କବୀ ଅପର୍ଣ୍ଣା ମହାନ୍ତିଙ୍କୁ ନାଗରିକ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡ଼ା,୧୩ା୪: ସାଂପ୍ରତିକ ଓଡିଆ ସାହିତ୍ୟର ବିଶିଷ୍ଟ କବୀ ଅପର୍ଣ୍ଣା ମହାନ୍ତି ଚଳିତ ବର୍ଷ ମର୍ଯ୍ୟାଦାଜନକ ‘ବିଷୁବ ପୁରସ୍କାର’ ପାଇବେ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଘୋଷଣା ହୋଇଛି। ଏହି ପୁରସ୍କାର ବାବଦକୁ ସେ ଏକ ଲକ୍ଷ ଟଙ୍କା ଓ ମାନପତ୍ର, ଅଙ୍ଗାଭରଣ ଦ୍ୱାରା ଆସନ୍ତା ୧୪ ତାରିଖ ଦିନ ସମ୍ୱର୍ଦ୍ଧିତ ହେବେ। ଓଡିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଭାବେ ଶ୍ରୀମତି ମହାନ୍ତି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଅବସର ନେଇଛନ୍ତି । ଜଣେ କବୀ ଭାବେ ସମଗ୍ର ଭାରତରେ ପରିଚିତ। ନାରୀର ସ୍ୱପ୍ନ, ସ୍ୱପ୍ନଭଙ୍ଗ, ବିଦ୍ରୋହ, ସଂଘର୍ଷ, ପ୍ରେମ, ପ୍ରଣୟ ତାଙ୍କ କାବ୍ୟ ସ୍ୱର। ତାଙ୍କର କାବ୍ୟ ଯାତ୍ରା ଆରମ୍ଭ ହୁଏ ଅବ୍ୟକ୍ତ ଆତ୍ମୀୟତା କବିତା ପୁସ୍ତକରୁ। ଏ ଯାତ୍ରା ଅବିରତ ଚାଲି ଆସିଛି ଏଯାଏଁ । ଅସତୀ, ଅତିଥି, ନଷ୍ଟ ନାରୀ, ମା ର କାନ୍ଦଣା ଗୀତ, ଝିଅ ପାଇଁ ଝର୍କା ଟିଏ, ନିଃସଙ୍ଗ ଈଶ୍ୱରୀ, ଅଗ୍ନି କମଳିନୀ, ଯୋଗିନୀ ଓ ଥରକୁ ଥର ଫେରି ଆସୁଥିବି ଯାଏ ଲମ୍ବିଥିବା ତାଙ୍କ କାବ୍ୟ ଯାତ୍ରା ପାଇଛି ବିପୁଳ ପାଠକୀୟ ଆଦୃତି। ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ। ଏହି ଖବର ପାଇଲା ପରେ କେନ୍ଦ୍ରାପଡ଼ା ସାହିତ୍ୟିକ ମହଲରେ ଆନନ୍ଦର ଲହରି ଖେଳିଯାଇଛି । ରବିବାର ସଂଧ୍ୟାରେ ଗୋପଛକସ୍ଥିତ ‘କମଲ ଭବନ’ରେ ତାଙ୍କୁ ଏକ ଭବ୍ୟ ନାଗରିକ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଅଧ୍ୟାପକ ଅଜୟ କୁମାର ସାମଲ । ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦକିଶୋର ପରିଡା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡ. ବାସୁଦେବ ଦାସ ଯୋଗଦେଇ କବି ଅପର୍ଣ୍ଣା ମହାନ୍ତିଙ୍କ କାବ୍ୟ ପ୍ରତିଭାର ଉଚ୍ଛସିତ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ତପନ ପତି ଓ ଅଧ୍ୟାପକ ମାନସ ଦାସ ତାଙ୍କୁ ଓଡିଆ କବିତାର ବିଦ୍ରୋହୀ କବି ଭାବେ ଚିତ୍ରିତ କରି ସର୍ବଭାରତୀୟ ସ୍ତରରେ ଓଡିଆ କବିତାକୁ ପ୍ରତିନିଧିତ୍ୱ କରିବାର ଶକ୍ତି ତାଙ୍କ କବିତାରେ ରହିଛି ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ କବି ବୃନ୍ଦାବନ ଦାଶ , କବି ମାତୃଦତ୍ତ ମହାନ୍ତି, ଅବନ୍ତୀ ବେହେରା , କବିତା ମୁଦୁଲି ଓ ଅଧ୍ୟାପିକା ସ୍ନିଗ୍ଧା ନାୟକ କବି ଅପର୍ଣ୍ଣାଙ୍କ କବିତା ଆବୃତ୍ତି କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଳା ସାହିତ୍ୟ ସଂସଦ , ଆଳି ସମ୍ୱାଦ ସାହିତ୍ୟ ଘର, କେନ୍ଦ୍ରାପଡ଼ା ସମ୍ୱାଦ ସାହିତ୍ୟ ଘର, ମୌସୁମୀ ସାହିତ୍ୟ ସଂସଦର ସଦସ୍ୟମାନେ କବିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। କବି କରୁଣାକର ଦାସ , କବି ଅକ୍ଷୟ ନାୟକ , କବି ଶୁଭ୍ରାଂଶୁ ଦାସ , ପ୍ରଦୀପ ଦାସ, ଭୁବନ ମୋହନ ଜେନା, ଜ୍ଞାନଦେବ ବେଉରା, କରୁଣାକର ସାହୁ, କବି ମନୋରଞ୍ଜନ ତ୍ରିପାଠୀ, କବି ଶ୍ରୀଧର ମହାନ୍ତି, କବି ନୃସିଂହ ତ୍ରିପାଠୀ, ରଣଧୀର ଜେନା, କବି ରଂଜନ ବାୟୀ, କବି ଅଜୟ ପାତ୍ର, ଅଧ୍ୟାପକ ଅମୂଲ୍ୟ ମଲ୍ଲ ପ୍ରଭୃତି ଏହି ସଭାରେ ଉପସ୍ଥିତ ରହି କବୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ସଭାରେ କବି ନବଜ୍ୟୋତି ରାୟ ସଂଯୋଜନା କରିଥିଲା ବେଳେ ଅଧ୍ୟାପକ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଅଶୃଖୋଳା ଉନ୍ନୟନ ପରିଷଦର ଜୋନାଲ କମିଟ ବୈଠକ

Sun Apr 13 , 2025
କେନ୍ଦ୍ରାପଡା,୧୩ା୪: କେନ୍ଦ୍ରାପଡା,କଟକ ଓ ଜଗତସିଂହପୁର ଜିଲ୍ଲାର ୨୯ଟି ପଂଚାୟତରେ ପରିବ୍ୟାପ୍ତ ଅଶୃଖୋଳା ଆଦ୍ରଭୂମି ର ସୁରକ୍ଷା ଓ ଏହାର ବିକାଶ ଲକ୍ଷ୍ୟରେ ଗଠିତ ଅଶୃଖୋଳା ଉନ୍ନୟନ ପରିଷଦର ଏକ ଜୋନାଲ ବୈଠକ ଆଜି ଅଶୃଖୋଳା ତଟ କଣ୍ଟପଦା ବେଲବଣ ମଠରେ ଅନୁଷ୍ଠିତ ହୋଇ ଯାଇଛି । ପରିଷଦର ଉପସଭାପତି ଗଙ୍ଗାଧର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧ନମ୍ବର ଜୋନ୍ ଅନ୍ତର୍ଗତ ୭ଟି ପଂଚାୟତରୁ ବିଶିଷ୍ଟବ୍ୟକ୍ତିମାନେ ଯୋଗଦାନ କରିଥିଲେ । […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading