ମେଡିକାଲ କଲେଜ ଆନ୍ଦୋଳନ ଜୋର୍‌ଦାର୍ କରିବାକୁ ବିଜେଡିର ପ୍ରସ୍ତୁତି

blank
କେନ୍ଦ୍ରାପଡ଼ା,୧୨ା୪: କେନ୍ଦ୍ରାପଡା ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ବିଧାୟକ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ କାକଟ ଲକ୍ ନିକଟସ୍ଥ ସ୍ୱୟଂ ସେଲିବ୍ରେସନ୍ ମଣ୍ଡପରେ ଅନୁଷ୍ଠିତ ହୋଇ ଆସନ୍ତା ଏପ୍ରିଲ ୧୬ରେ ମେଡିକାଲ କଲେଜ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକ ସମେତ କେନ୍ଦ୍ରାପଡା ନଗର ବିଜେଡି ନେତାମାନେ ଏକାଠି ହୋଇ କେନ୍ଦ୍ରାପଡା ପ୍ରତି ମେଡିକାଲ କଲେଜ ପ୍ରତିଷ୍ଠା କ୍ଷେତ୍ରରେ ଘୋର ଅବିଚାରର ଦୃଢ ଜବାବ ଦେବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାର ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାର ନିଷ୍ପତ୍ତି ଘୋଷଣା କରିସାରିଥିବା ସ୍ଥଳେ କେନ୍ଦ୍ରାପଡା ପ୍ରତି ଅଣଦେଖା କରିଛନ୍ତି । ଜିଲ୍ଲାର ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିବାର ସଂକଳ୍ପ ନେଇଥିବା ବିଜେଡି ଏହି ଏପ୍ରିଲ୍ ୧୬ ଆନ୍ଦୋଳନର ସଫଳତା ପାଇଁ ସମସ୍ତ କର୍ମୀ, ନେତା ଓ ଶୁଭେଚ୍ଛୁମାନଙ୍କର ପୂର୍ଣ୍ଣ ସହଯୋଗ ଶ୍ରୀ ବେହେରା କାମନା କରିଥିଲେ । ପ୍ରସ୍ତୁତି ବୈଠକର ସର୍ବସମ୍ମତ ନିଷ୍ପତ୍ତି ଅନୁସାରେ ଗରାପୁର ବିଜେଡି କାର୍ଯ୍ୟାଳୟଠାରୁ ଏକ ବିଶାଳ ବାଇକ୍ ରାଲି ତିନିମୁହାଣୀ, ନୂଆ ବସ୍‌ଷ୍ଟାଣ୍ଡ ଓ ପୁରୁଣା ବସ୍‌ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ôଚବ ଓ ସେଠାରେ ପ୍ରତିବାଦ ସଭା କରାଯିବ । ପ୍ରତିବାଦ ସଭାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ଏହି ପ୍ରତିବାଦ ସମାରୋହକୁ ଜିଲ୍ଲାର ସମସ୍ତ ବିଜେଡି ବିଧାୟକଙ୍କ ସମେତ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ (ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଧାୟକ ଧ୍ରୁବ ଚରଣ ସାହୁ ଓ ବିଧାୟକ ଅରବିନ୍ଦ ମହାପାତ୍ର) ଅତିଥି ଭାବରେ ନିମନ୍ତ୍ରଣ କରିବାକୁ ସିଦ୍ଧାନ୍ତ ନିଆଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ,ଜିଲ୍ଲା ସଭାପତି ଧିରେନ ସାହୁ, ଆଲୋକ ସାହୁ, ଯଯାତି ମହାନ୍ତି, ଯୁବନେତା ରାଜେଶ ପଣ୍ଡା, ପୌରାଧ୍ୟକ୍ଷା ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ,ମହେନ୍ଦ୍ର ମିଶ୍ର, ମହିଳା ସଭାପତି ରୋସ୍‌ନା ସାହୁ, ସ୍ୱୟଂପ୍ରଭା କର, ସେକ୍ ଚନ୍ଦନ, ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ହିବଜୁର୍ ରହେମାନ, ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, କାଉନସିଲର ପ୍ରଦୀପ୍ତ ଜେନା, ଉମେଶ ନାୟକ, ରାଜେଶ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ହିରଣ୍ୟ ପଣ୍ଡା, ସଞ୍ଜୟ ଜେନା, ମୁକ୍ତାର ଖାଁ, ସୌମେନ୍ଦ୍ର ପୃଷ୍ଟି, ସଞ୍ଜୟ ଜେନା, ଆକବରୀ ଖାତୁନ, ମୀର ମୁର୍ଶିଦ୍‌, ସଙ୍ଗମ ସାମଲ, ଲୋହିତ ମହାନ୍ତି, ଦାମୋଦର ଜେନା, ପ୍ରଦ୍ୟୁମ୍ନ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଭାଗନେଇ ଆଲୋଚନାରେ ସାମିଲ ହୋଇଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା ,ବଳାତ୍କାରରେ ସହଯୋଗ କରିଥିବା ସହପାଠୀକୁ ୨୦ବର୍ଷ ଜେଲ

Sat Apr 12 , 2025
କେନ୍ଦ୍ରାପଡ଼ା,୧୨ା୪: କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ୍ ଏକ ଗଣବଳାତ୍କାର ମାମଲାର ବିଚାର କରି ବଳାତ୍କାରରେ ସହଯୋଗ କରିଥିବା ଛାତ୍ରୀଙ୍କ ସହପାଠୀକୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସହପାଠୀଙ୍କୁ ୧୮ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading