ପଟ୍ଟାମୁଣ୍ଡାଇ ତା ୩୧/୩-ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଞ୍ଚଳରେ ଇସଲାମ ଧର୍ମର ଅନ୍ୟତମ ପବିତ୍ର ଗଣ ମହୋତ୍ସବ ଇଦ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ଇଦଗାହା ପଡିଆ ସମୂହ ନମାଜ ପାଠ କରାଯାଇଥିଲା । ଏମାମ ସାହେବ ମହମଦ ଇସ୍ରାଫିଲ ଆମଜାଦି ସମୂହ ନମାଜ ପାଠ କରାଇଥିବାବେଳେ ସହଯୋଗୀ ମୌଲାନା ୱାସୀମ ଅକ୍ତର କାଦିର ଓ ହାଫିଜ ସଲ୍ଲାଉଦିନ ନମାଜ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ନମାଜ ପାଠ ପାଇଁ ଇଦଗାହା ପଡିଆରେ ପଟ୍ଟାମୁଣ୍ଡାଇ ମୁସଲମାନବସ୍ତିର ଶହ ଶହ ମୁସଲମାନମାନେ ସମବେତ ହୋଇଥିଲେ । ଏହି ପବିତ୍ର ଅବସରରେ ରାଜନଗର ବିଧାୟକ ଧ୍ରୁବ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଇଦ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଯୁବ ସଂଗଠକ ଏମ ଡି ପପୁଙ୍କ ନେତୃତ୍ୱରେ ଶହ ଶହ ମୁସଲମାନ ବିଧାୟକଙ୍କୁ ଟୋପି ଓ ଚାଦର ପିନ୍ଧାଇ ଭବ୍ୟ ସ୍ୱାଗତ କରିଥିଲେ । ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ,ପଟ୍ଟାମୁଣ୍ଡାଇ ବ୍ଳକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ବରିଷ୍ଠ ସଂଖ୍ୟାଲଘୁ ସଂଗଠକ ସେକ ଅବଦୁଲ ବାରୀ, ଶିକ୍ଷାବିତ ସେକ ସରାତୁଲ୍ଲା, ଅଧ୍ୟାପକ ଇମଦାଦ ଅଲ୍ଲୀ,ଇଂ ତାରିକ ମହମ୍ମଦ,ନଗର ଯୁବ ବିଜେଡି ସଭାପତି ଅଶୋକ ଧଳ ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ , ୧୧ନଂ ୱାର୍ଡ କାଉନସିଲର ସାନିଆ ପରମିନ ସାହେବା,୭ନଂ କାଉନସିଲର ମଳୟ ଓଝା,୮ନଂ କାଉନସିଲର ପ୍ରଶାନ୍ତ ବାରିକ ୧୩ନଂ ୱାର୍ଡ କାଉନସିଲର ପ୍ରତିନିଧି ନିରାକାର ସାହୁ,ପୂର୍ବତନ ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ପୂର୍ବତନ କାଉନସିଲର ଏସ କେ ଅମରୁଲ, ଯୁବନେତା ବାବନ ସାହୁ ପୂର୍ବତନ କାଉନସିଲର ସୁରେନ୍ଦ୍ର ଗିରି ଓ ମଳୟ ମଲିକ ବରିଷ୍ଠ ନେତା ଦିଗାମ୍ବର ମିଶ୍ର, ସୌରେନ୍ଦ୍ର ବେହେରା ପ୍ରମୁଖ ମୁସଲମାନ ଭାଇ ଭଉଣୀମାନଙ୍କୁ ଇଦ ଶୁଭେଚ୍ଛା ଜ୍ଞାପନ କରିଥିଲେ । ୧୧ନଂ ୱାର୍ଡ କାଉନସିଲର ସାନିଆ ପରମିନଙ୍କ ସାହେବାଙ୍କ ନେତୃତ୍ୱରେ ଯୁବ ସଂଗଠକ ଏମ ଡି ପପୁ ଅବଦୁଲ ବାରି, ଏମ ଡି ବଣ୍ଟି, ସେକ ମୁସ୍ତାକ ଅଲ୍ଲୀ,ଫିରୋଜ ଖାଁ, ଜମସେର ଅଲ୍ଲୀ, ସେକ ହାପିଜୁଲ୍ଲା, ସେକ ଜାକିର ହୁସେନ,ସେକ ମଇଉଦ୍ଦିନ, ସେକ ସୁଜାତ ଅଲ୍ଲୀ,ସେକ ଇସ୍ମାଇଲ ସେକ ଇମଦାଦ, ସେକ ମତଲୁବ ଅଲ୍ଲୀ,ମିର୍ଜା ଇସ୍ମାଇଲ ବେଗ,ସେକ ତଫିରୁଦ୍ଦିନ ଖାଁ,କେ କେ ବାବୁ, ମିର୍ଜା ଇବ୍ରାର ବେଗ ମୁସଲମାନ ବସ୍ତିର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ଓ ପୌର ଅଧକ୍ଷଙ୍କ ସହିତ ଆଲୋଚନା କରିଥିଲେ । ବିଧାୟକ ସଂଖ୍ୟାଲଘୁ ମୁସଲମାନ ଭାଇମାନଙ୍କ ଅନୁରୋଧ ରକ୍ଷା କରି ମାନ୍ୟଗଣ୍ୟ ବ୍ୟକ୍ତି ଓ ନେତୃବୃନ୍ଦଙ୍କ ସହିତ ମସଜିଦ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଅଧ୍ୟାପକ ସେକ ଫାରୁକ ଅଲ୍ଲୀ,ସେକ ବାଦଶାହା ,ସେକ ଜାକରିଆ ଅହମଦ,ସେକ ସମସେର ଖାଁ,ସେକ ରଫିକ ଅଲ୍ଲୀ,ସେକ ମାଜିଦ,ସମୀରୁଦ୍ଦିନ ଖାଁ ପ୍ରମୁଖ ଶତାଧିକ ମୁସଲମାନମାନେ ମସଜିଦ ଅବସ୍ଥା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ମୁସଲମାନବସ୍ତି ସମେତ ଆଖପାଖ ଅଂଚଳର ଜନସାଧାରଣ ଯୋଗ ଦେଇ ପରସ୍ପରକୁ ଇଦ ଶୁଭେଚ୍ଛା ଜଣାଇଥିଲେ । ପଟ୍ଟାମୁଣ୍ଡାଇ ମୁସଲମାନ ବସ୍ତି କାର୍ଯ୍ୟକ୍ରମ ପରେ ବିଧାୟକ ଶ୍ରୀ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ମୁସଲମାନ ବସ୍ତିକୁ ଯାଇ ମୁସଲମାନ ଭାଇ ଭଉଣୀମାନଙ୍କୁ ପବିତ୍ର ଇଦ ଅବସରରେ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ ।
Discover more from
Subscribe to get the latest posts sent to your email.