କେନ୍ଦ୍ରାପଡା,୫ା୫: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୭ ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍ହଲ୍ଠାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, […]
ODISHA
କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଫକିର ମୋହନ ମାଝି ସୋମବାର ପୂର୍ବାହ୍ନରେ ଯୋଗଦେଇଛନ୍ତି। ସେ ଏହା ପୂର୍ବରୁ ଭଞ୍ଜନଗର ଓ ରେଢାଖୋଲରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଏବଂ ସମ୍ବଲପୁରରେ ଦୀର୍ଘ ୩ ବର୍ଷ ଧରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି। ରାଜ୍ୟ […]
କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ଗ୍ରାମ ପଞ୍ଚାୟତ ଖଇରାବାଦ ଗ୍ରାମର ଦଳିତ ଯୁବକ ଗୋବିନ୍ଦ ଚନ୍ଦ୍ର ମଲିକ ବୃତ୍ତିରେ ଜଣେ ଦିନ ମଜୁରୀଆ । ପରଘରେ କାମକଲେ ନିଜ ତେଲ ଲୁଣ ସଂସାର ଚଳିଥାଏ । ସେ ଜଣେ ୱାର୍ଡ ମେମ୍ବର ମଧ୍ୟ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ହେବ ରାସନ କାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କର ରାସନ କାର୍ଡ ହୋଇପାରୁନାହିଁ । ସେ ବାରମ୍ବାର ବ୍ଲକଠାରୁ […]
ପଟ୍ଟାମୁଣ୍ଡାଇ ତା ୭/୫ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଧୋୟା ଞ୍ଚଳର ଅଣ୍ଢରା ଓ ଅମୃତମଣୋହି ସମେତ ଆଖ ପାଖ ଅଂଚଳର ହଜାର ହଜାର ଚାଷୀମାନେ ଗୁଡ଼ିଆ ଜୋର ସେତୁ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବୀ କରିଆସୁଥିଲେ । ଗୁଡ଼ିଆଜୋର ସେତୁ ନିର୍ମାଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଚାଷୀମାନେ ବାରମ୍ବାର ଦାବୀ କରିଆସୁଛନ୍ତି। ଗୁଡ଼ିଆ ଜୋର […]
କେନ୍ଦ୍ରାପଡ଼ା,୫ା୫:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ତରାପୁରଗ୍ରାମରେ ସିଂହବାହିନୀ ମା’ଶାରଳାଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ଚଣ୍ଡିଯଜ୍ଞ ମା’ଶାରଳାଦେବୀ ମନ୍ଦିର ପରିଷଦ ପକ୍ଷରୁ ୪ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବୁଧବାର ପବିତ୍ର ଅକ୍ଷୟତୃତୀୟା ଅବସରରେ ଶୁଭଅଙ୍କୁରାରୋପଣ ଓ ଶୁଭାଧିବାସ କରାଯାଇଥିଲା। ଗୁରୁବାର ପ୍ରାତଃରେ କଳସଯାତ୍ରା, ଘଟସ୍ଥାପନ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ଅଗ୍ନୀସ୍ଥାପନ, ଦେବୀ ପୂଜନ ପୂର୍ବକ ଚଣ୍ଡୀପାଠ କରାଯାଇଥିଲା। ଶୁକ୍ରବାର ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ମଣ୍ଡପପୂଜା, ଦେବୀ […]
କେନ୍ଦ୍ରାପଡ଼ା,୫ା୫: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରା ଚକଡା ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ତାଇକୋଣ୍ଡ ଚମ୍ପିଆନସିପ୍ର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ତିନିଗୋଟି ଏକାଡେମୀରୁ ସର୍ବମୋଟ୍ ୭୦ ଜଣ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେରାବିଶ ଥାନା ଅଧିକାରୀ ସରୋଜ କୁମାର ସାହୁ, ଶିଖିବିଦ୍ଧ ଜୟନ୍ତ ବଳ, ତାଇକୋଣ୍ଡ ରାଜ୍ୟ ସମ୍ପାଦକ ମନମୋହନ ଭଞ୍ଜ, ସମାଜସେବୀ ରଞ୍ଜନ ନାୟକ, […]
ପଟ୍ଟାମୁଣ୍ଡାଇ ତା ୪/୫- ଦେଶର ଗଣତନ୍ତ୍ର ଓ ସମ୍ବିଧାନର ପାଇଁ ଲଢେଇ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦାବୀକୁ ବିଚାରକୁ ନେଇ କେନ୍ଦ୍ର ବିଜେପି ସରକାର ଜାତିଗତ ଜନଗଣନା ପାଇଁ ନିଷ୍ପତ୍ତି ନେଇଥିବାରୁ କଂଗ୍ରେସ ପକ୍ଷରୁ ଦେଶ ବ୍ୟାପି ବିଜୟ ଉତ୍ସବ ପାଳନ କରାଯାଉଛି । ଏଇ ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ବିଜୟ ଉତ୍ସବ ପାଳନ କରାଯାଇଛି । ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା […]
ପଟ୍ଟାମୁଣ୍ଡାଇ ତା ୩/୫- ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲ ଛାତ୍ର ଶୁଭମ ଜ୍ୟୋତି ରାଉତ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ୫୭୫ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ଟପ୍ପର ହେବା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ କାଠିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲର ସୁନାମ ଓ ଗୌରବ ବୃଦ୍ଧି କରିଛନ୍ତି । ଏଥି ସହିତ ଛାତ୍ରୀ ହର୍ଷିତା ଆଦର୍ଶିନୀ ୫୫୩ ନମ୍ବର ରଖି ଦକ୍ଷିଣେଶ୍ୱର ହାଇସ୍କୁଲ […]
ପଟ୍ଟାମୁଣ୍ଡାଇ ୩/୫ -ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଦକ୍ଷିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଶୁଭମ ଜ୍ୟୋତି ରାଉତ ସର୍ବୋଚ୍ଚ ୫୭୫ ନମ୍ବର ରଖି କେନ୍ଦ୍ରାପଡା ଜିଲାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଏଥିନେଇ ଭାଜପା ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଭିଷେକ ଦାସ, ଜିଲ୍ଲା ସଭାପତି ଶୋଭନ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ସ୍ମୃତି ରଞ୍ଜନ ମଲ୍ଲ, ଅଭିଜିତ ବଳ […]
ପଟ୍ଟାମୁଣ୍ଡାଇ୩/୪- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳିକୁ ସଂଯୋଗ କରୁଥିବା ପତ୍ରପୁର ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଛି। ଏହି ବ୍ରିଜ ପାଇଁ ରାଜ୍ୟ ସରକାର ୩ଶହ ୬ କୋଟି ଟଙ୍କା ମଂଜୁର କରିଛନ୍ତି। ସେହିପରି ଭାବରେ ପଟ୍ଟାମୁଣ୍ଡାଇ-କାଠିଆପଡା ୧୪ କିମି ରାସ୍ତା ପାଇଁ ୧୫ କୋଟି ୫୪ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ସେହିପରି ଜୁୁନାଗଡ-ସିଲପୋଖରୀ-ଜୁନସନଗର-ପଂଚୁପଲ୍ଲୀ ରାସ୍ତା ପାଇଁ ୯ କୋଡି ୩୩ […]

