ପଟ୍ଟାମୁଣ୍ଡାଇ ତା ୨୦/୭- ଚଳିତ ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ର ୧୪ଟି ପଂଚାୟତ ଓ ପୌରାଞ୍ଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି ।  ଲୋକମାନେ ପ୍ରାୟ ୧ସପ୍ତାହ ଧରି ଜଳବନ୍ଦୀ ହୋଇ ଦୁର୍ଦଶା ଭୋଗ କରୁଥିବାବେଳେ ଗୃହ ପାଳିତ ପଶୁ ମାନେ ବିଲକୁ ଚାରିବାକୁ ଯାଇ ପାରୁନାହାନ୍ତି । ବନ୍ୟାଞ୍ଚଳର ଚାରିଆଡେ କୁମ୍ଭୀର ଦେଖା ଦେଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ସମ୍ପର୍କରେ […]

ପଟ୍ଟାମୁଣ୍ଡାଇ ୨୦/୭-ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।ବନ୍ୟା ଅଂଚଳ ଚାଷଜମି ଜଳମଗ୍ନ ରହିଛି । ହଜାର ହଜାର ଏକର ଚାଷ ଜମି (Farmland) ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା Vegetable ସମେତ ବିଭିନ୍ନ ଫସଲହାନୀ Crop damage ଘଟିଛି । ଗୃହପାଳିତ ପ୍ରାଣୀ Domestic animal ଚରିବା ପାଇଁ ଯାଉପାରୁ ନାହାଁନ୍ତି । ଗୋଖାଦ୍ୟ ଅଭାବରୁ ବନ୍ୟା ଘେରରେ ଥିବା […]

kendrapara20/7-: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୬୨ତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପ୍ରାତଃ ନଗର ସଙ୍କୀର୍ତ୍ତନ ଏବଂ ଶ୍ରୀ ଦିବ୍ୟ ବଳଦେବଜୀଉ ଓ ଶ୍ରୀଦିବ୍ୟେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଆଶ୍ରମର ପରାମାଧ୍ୟକ୍ଷା ଶ୍ରୀ’ମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଶ୍ରଦ୍ଧାଳୁମାନଙ୍କ ଗହଣରେ ଗୁରୁଦେବଙ୍କର ପାଦପୂଜା କରିଥିଲେ। ଏହାପରେ ବିଶ୍ୱବନ୍ଦ୍ୟ ସନ୍ଥ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ଦର୍ଶନତତ୍ୱ ତଥା […]

ପ୍ରବଚନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିଲେ  କେନ୍ଦ୍ରାପଡ଼ା,୧୯ା୭ :ସନାତନ ଧର୍ମ ପାଇଁ ଦୀର୍ଘ ୫୦ ବର୍ଷ ଧରି ଅବିରତ ସେବାରେ ନିୟୋଜିତ ଥିବା ୮୩ ବର୍ଷୀୟ ବୃଦ୍ଧ ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ରାଜସ୍ଥାନର ଜୟପୁରରେ ଜଗନ୍ନାଥ ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକର ବ୍ରହ୍ମପୁର ଗ୍ରାମର ବିଶିଷ୍ଟ ସନାତନ ଧର୍ମ ବେଦାନ୍ତ ଓ ପୌରାଣିକ ଆଚାର୍ଯ୍ୟ ଗୋସ୍ୱାମୀ ଅନାମ ଚରଣ […]

ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ କେନ୍ଦ୍ରାପଡ଼ା,୧୯/୭- ବୈଦ୍ଧିକ ଜଗତକୁ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ । ସେ ଏକାଧାରାରେ ଥିଲେ ସୁନାମଧନ୍ୟ କଣ୍ଠଶୀଳ୍ପି ,ଗୀତିକାର,ସଂସ୍କାରକ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ସେବକ । ତାଙ୍କ ସଂଗୀତ ସାଧନା ଓ ସମର୍ପିିତ ବ୍ୟକ୍ତତ୍ୱ ଓଡ଼ିଆ ଜାତି ପାଇଁ ପ୍ରେରଣା ଉସ୍‌ô ହୋଇ ରହିବ । […]

ପଟ୍ଟାମୁଣ୍ଡାଇ ୧୯/୭ – କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି। ୧୦ ଟି ପଂଚାୟତ ଓ ପୌରାଂଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ସାଧାରଣ ଲୋକେ ଓ ଗୃଷପାଳିତ ପ୍ରାଣୀ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ସମସ୍ତ ବିପନ୍ନଙ୍କୁ ରିଲିଫ, ପଲିଥିନ, ଔଷଧ ଓ […]

ପଟ୍ଟାମୁଣ୍ଡାଇ ତା ୧୯/୭- ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଞ୍ଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ବନ୍ୟାର ଭୟାବହତା ଓ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ବନ୍ୟା ବିପନ୍ନ ଧୋୟା ଞ୍ଚଳର ବିଭିନ୍ନ ପଂଚାୟତ ଗସ୍ତ କରି ସ୍ଥିତି ଆକଳନ କରିବା ସହିତ […]

ପଟ୍ଟାମୁଣ୍ଡାଇ ୧୯/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧୀନ ବଡପଡା ପଂଚାୟତ କାଠିଆପଡା ଗ୍ରାମର କାବେରୀ ପାଢ଼ୀ ନାମକ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ମାରିଦେଇଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ ୨୬୮ /୨୫) ରୁଜୁକରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ କାଠିଆପଡା ଗ୍ରାମର ବିକ୍ରମ ପାଢ଼ୀଙ୍କ ପୁତ୍ର ଶିବପ୍ରସାଦ ପାଢ଼ୀ ଗତ ୬ ମାସ ତଳେ ରାଜନଗର ଅଂଚଳର […]

ପଟ୍ଟାମୁଣ୍ଡାଇ ତା ୧୮/୭- ଓଳାଭର ଅଂଚଳର ବିଶିଷ୍ଟ ସମାଜସେବୀ ତଥା ଲଷ୍ମୀନାରାୟଣ ମଦିର ପ୍ରତିଷ୍ଠାତା ଘନଶ୍ୟାମ ଜଗତିଙ୍କ ତାଙ୍କ ବାସବଭବନରେ ପରଲୋକ ହୋଇଯାଇଛି । ତାଙ୍କୁ ୯୪ ବର୍ଷ ହୋଇଥିଲା। ଶେଷ ସମୟରେ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବାବନ କିଶୋର ଜଗତି, ବିରେନ କୁମାର ଜଗତି, ସମାଜ ସେବୀ ଦାମୋଦର ନାୟକ, ସାମ୍ବାଦିକ ଅକ୍ଷୟ କୁମାର ସାହୁ ନମିତା ନାୟକ, ସୁମିତ୍ରା ସାହୁ, ଅତିରିକ୍ତ ଜିଲ୍ଲାଜଜ ବିଦ୍ୟାଧର ପୃଷ୍ଟି, […]

କେନ୍ଦ୍ରାପଡ଼ା,୧୮ା୭ :କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ପବିତ୍ର ମୋହନ ବାରିକ ଆନୁଷ୍ଠାନିକ ରୂପେ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କିଛି ମାସ ତଳେ ଶିକ୍ଷାଧିକାରୀ ଭାବେ ବସନ୍ତ କୁମାର ନାୟକ ଉକ୍ତ ପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଅନ୍ୟତ୍ର ବଦଳି କରି ତାଙ୍କ ସ୍ଥାନରେ ଶ୍ରୀ ବାରିକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ […]

Breaking News