ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
କେନ୍ଦ୍ରାପଡ଼ା,୨୬ା୫: ଭଜନ ସମ୍ରାଟ ଭିକାରୀ ବଳଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ବ୍ଲକ ଗୋଗୁଆ ଗୋଗୁଆ ଛକଠାରେ ଉନ୍ମୋଚିତ ହୋଇଯାଇଛି । ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ପରିଷଦ ତରଫରୁ ତାଙ୍କ ୯୬ତମ ଜୟନ୍ତୀ ଜୟନ୍ତୀ ଉତ୍ସବ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏ ଉତ୍ସବରେ ବିଧାୟକ ବେହେରା ସୁନାମଧନ୍ୟ କଣ୍ଠଶିଳ୍ପୀ ଭଜନ ସମ୍ରାଟ ଭିକାରୀ ବଳ ଭକ୍ତି ସଙ୍ଗୀତର ଥିଲେ ଜଣେ ଅନନ୍ୟ ପୁରୋଧା । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । କେତେବେଳେ କୋଠ ଭୋଗଖିଆ ତ ଆଉ କେତେବେଳେ ବଡ ଦେଉଳର ପାରା । ପୁଣି କେତେବେଳେ ହାତରେ ମୁଠାମୁଠା ଶରଧାବାଲି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର ଭାବଧାରା ପ୍ଳାବିତ କରେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ । ତାଙ୍କ ସଙ୍ଗୀତରେ ଥିଲା ଭାବ ଆଉ ଭକ୍ତି ଆଉ ଥିଲା ପୁଣି କାଳିଆ ଠାକୁରଙ୍କ ପାଇଁ ସମର୍ପଣର ଭାବ । ସେଥିପାଇଁ ତ ସେ ଭିକାରୀ ବଳରୁ ବନିଗଲେ କୋଟି ଓଡିଆଙ୍କ ହୃଦୟର ଭଜନ ସମ୍ରାଟ । ଆଜି ଏହି ମହାନ ‘ଭଜନ ସମ୍ରାଟ’ ଭିକାରୀ ବଳଙ୍କ ପୂଣ୍ୟ ତିଥିରେ ତାଙ୍କୁ ହୃଦୟର କୋଟି ପ୍ରଣାମ ବୋଲି ମତ ରଖିଥିଲେ।
ଏହି ଜୟନ୍ତୀ ଅବସରରେ ସଙ୍ଗୀତକାର ସୁଶାନ୍ତ ପାଣି, ପୂର୍ବତନ ସରପଞ୍ଚ ଅଜିତ ମହାପାତ୍ର, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭଜନ ପରିବେଷଣ କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ବରିଷ୍ଠ ପତ୍ରକାର ଚିତ୍ତରଞ୍ଜନ ମଲିକ, ପୂର୍ବତନ ସରପଞ୍ଚ ନାରାୟଣ ଚନ୍ଦ୍ର ପରିଡା, ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ କିଶୋର ମିଶ୍ର, ପୂର୍ବତନ ସରପଞ୍ଚ ଦିଲ୍ଲୀପ ରାଉତ, ପଞ୍ଚାୟତ ବିଜେଡି ସଭାପତି ଚନ୍ଦ୍ରକାନ୍ତ ରାଉତ, ପୂର୍ବତନ ସରପଞ୍ଚ କୁଳମଣି ମଲିକ ଏବଂ ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ଚରଣ ପରିଡା ଭଜନ ସମ୍ରାଟ ଭିକାରୀ ଭାଳଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ସେଠୀ, ପାୟଲ ମ୍ୟୁଜିକ୍ ପ୍ରତିଷ୍ଠାତା ଦିଲ୍ଲୀପ ସାମଲ, ସମ୍ବିତ ଶ୍ରୀଚନ୍ଦନ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ବିଶ୍ୱଜିତ୍ ମହାନ୍ତି, ଅଙ୍କୁର ଚରଣ ଦାସ, ଗୌରାଙ୍ଗ ପାତ୍ର, ମୋସିମ୍ ଖାଁ, ଏକ୍ରାମ୍ ଖାଁ, ଚନ୍ଦନ ଦାଶ, କିଶୋର ଚନ୍ଦ୍ର ନାଥ, ପାର୍ଥସାରଥି ଦାସ, ନିରଞ୍ଜନ ମଲିକ, ପୂର୍ବତନ ସରପଞ୍ଚ କ୍ଷମାନିଧି ସାମଲ, ମହମ୍ମଦ ଇଶାକ୍, ତପନ ଦାସ, ହଳଧର ସାହୁ, ଶରତ ବଳ, ଧନଞ୍ଜୟ ମହାନ୍ତି, ତ୍ରିଲୋଚନ ପାତ୍ର, ନିର୍ମଳ ସାହୁ, ଲକ୍ଷ୍ମୀଧର ପଲାଇ, ସତ୍ୟନାରାୟଣ ସ୍ୱାଇଁ, ନୃସିଂହ ନାୟକ, ବିଭୂ ପ୍ରସାଦ ଦାସ, ସରୋଜକାନ୍ତ ମଲିକ, ଅଭିମନ୍ୟୁ ରାଉତ, ଜଗବନ୍ଧୁ ପାତ୍ର, ମୋହନ ଚରଣ ମଲିକ, ଜ୍ୟୋତି ପ୍ରସାଦ ରାଉଳ, ଗୌତମ ମଲିକ ଓ ଯୁବ ସାମ୍ବାଦିକ ଅସିତ୍ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.