ଅଳଭାରେ ବିପଦ ସଂକେତ ଉପରେ ଜଳସ୍ତର ନେତାଙ୍କ “ଫୋଟୋସେସନ୍’କୁ ନେଇ କ୍ଷୋଭ ପଟ୍ଟାମୁଣ୍ଡାଇ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ୧୪ଟି ପଂଚାୟତ ଓ ପୌରାଂଚଳର ୧୧ ୱାର୍ଡରେ ଦ୍ୱିତୀୟ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ରୂପ ଧାରଣ କରିଛି। ଦୀର୍ଘ ୮ ଦିନ ବିତିଯାଇଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁର୍ଦଶା କମିବାର ନାଁ ନେଉନାହିଁ। ଯଦିଓ ଜଳସ୍ତରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ତଥାବି ଅଳଭାଠାରେ ବିପଦ ସଂକେତ […]
ପଟ୍ଟାମୁଣ୍ଡାଇ ୨୧/୮ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତର ନାହିଆଡ଼ିଆ ଗ୍ରାମରେ ଏକ ଶୋକାକୁଳ ଓ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ବିପନ୍ନଙ୍କୁ ସାହାଯ୍ୟ କରି ଫେରୁଥିବା ବେଳେ ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ଥିବା ୩୫ ବର୍ଷୀୟ ଯୁବକ ଅନିର୍ବାଣ ବିଶ୍ୱାଳଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଅନିର୍ବାଣ ଦୀର୍ଘ ଦିନ ଧରି ଭାରତୀୟ ଜନତା […]
ପଟ୍ଟାମୁଣ୍ଡାଇ ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ରାଧା ରମଣ ମଠ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡାଙ୍କ ପୌରୋହିତ୍ୟରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଉପଦେଷ୍ଟା ଗୋପୀନାଥ ତ୍ରିପାଠୀ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ […]
କେନ୍ଦ୍ରାପଡ଼ା,୨୦ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି।ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ ଯଥା ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୨ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୬୬ଟି ଗ୍ରାମ ପଞ୍ଚାୟତ ଓ ୧୬୪ଟି […]
କେନ୍ଦ୍ରାପଡ଼ା,୨୦ା୮:ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ହରଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୈାରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗ କାର୍ଯ୍ୟାଳୟରେ ଶତାଧିକ ସଦସ୍ୟ ଓ ସଦସ୍ୟାମାନଙ୍କ ଉପସ୍ଥିତିରେ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ଉପସଭାପତି ସୟଦ ଅକମଲ ଅଲ୍ଲୀ ଓ ପ୍ରହଲ୍ଲାଦ ମଲ୍ଲ, ସାଧାରଣ ସମ୍ପାଦକ ନରୋତ୍ତମ ଜେନା, ଯୁଗ୍ମସମ୍ପାଦକ ଅକ୍ଷୟ କୁମାର […]
ପଟ୍ଟାମୁଣ୍ଡାଇ ୨୦/୭ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ନାହିଆଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ଯୁବକଜଣକ ହେଉଛନ୍ତି ଅନିରୁଦ୍ଧ ବିଶ୍ୱାଳଙ୍କ ପୁଅ ଅନିର୍ବାଣ ବିଶ୍ୱାଳ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅନିର୍ବାଣ କୌଣସି କାମ […]
କେନ୍ଦ୍ରାପଡ଼ା,୧୯ା୮:କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ନରସିଂହପୁର ଗ୍ରାମ ଉନ୍ନୟନ ରାସ୍ତା ନିକଟସ୍ଥ ଇଟା ଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ବୁଧବାର ଗୁଳିମାଡ କରାଯାଇଛି। ଗୁଳିଟି ଶ୍ରମିକଙ୍କ ଡାହଣ ଗୋଡରେ ବାଜିଛି। ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି କେଦାର ରାଉତ। କେଦାରଙ୍କ ଘର କଟକ ଜିଲ୍ଲାର ସାଲେପୁର ନିକଟ ରାମକୃଷ୍ଣପୁର ଗ୍ରାମରେ ହୋଇଥିବା ବେଳେ ସେ ପରିବାର ସହ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଅନୁଆପଡ଼ା ନିକଟ […]
କେନ୍ଦ୍ରାପଡ଼ା,୧୯ା୮:କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାର ୯ଜଣ ଇନ୍ସପେକ୍ଟରଙ୍କୁ ବିଭିନ୍ନ ଥାନାକୁ ବଦଳି କରାଯାଇଛି। ସୂଚନାନୁଯାୟୀ ରାଜକନିକା ଥାନାର ଅତିରିକ୍ତ ଆଇଆଇସି ବିଶ୍ୱଭୂଷଣ ସାହାଣୀଙ୍କୁ ତାଳଚୁଆ ସାମୁଦ୍ରିକ ଥାନାକୁ ଆଇଆଇସି ଭାବେ ବଦଳି କରାଯାଇଥିବା ବେଳେ ଜିଲ୍ଲା ପୋଲିସ ହେଡକ୍ୱାଟରରେ ଥିବା ଇନ୍ସପେକ୍ଟର୍ ପ୍ରଦୀପ୍ତ କୁମାର କାନୁନ୍ଗୋଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଆଇଆଇସି ଭାବେ ବଦଳି ହୋଇଛି। ତନ୍ତିଆପାଳ ସାମୁଦ୍ରିକ ଥାନା ଆଇଆଇସି ରତିରଞ୍ଜନ ନାୟକଙ୍କୁ ରାଜନଗର ଥାନା ଆଇଆଇସି ଭାବେ […]
ପଟ୍ଟାମୁଣ୍ଡାଇ ୧୯/୮ -ବ୍ରାହ୍ମଣୀ ନଦୀର ଭୟଙ୍କର ବନ୍ୟା ଜଳରେ ଗତ ୫ ଦିନ ଧରି ଜଳବନ୍ଦୀ ହୋଇ ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କୁଳସାହି ଆବାସିକ ସ୍କୁଲର ପ୍ରାୟ ୨୪୦ ଜଣ ଛାତ୍ରୀଛାତ୍ରଙ୍କୁ ବୁଧବାର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ସ୍ଥାନୀୟ ତହସିଲ ଓ ଜିଲା ପ୍ରଶାସନର ତତ୍କାଳ କାର୍ଯ୍ୟାନୁଷ୍ଠାନ ଏବଂ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ୬ଟି ସ୍ୱତନ୍ତ୍ର ବୋଟ୍ ସାହାଯ୍ୟରେ ପିଲାମାନଙ୍କୁ […]
ପଟ୍ଟାମୁଣ୍ଡାଇ ତା ୧୯/୮- ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ଶ୍ରୀରାମପୁର ପଂଚାୟତ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଏହି ପଂଚାୟତରେ ବନ୍ୟା ବିଭେଷିକାର ଚରମ ରୂପ ଦେଖିବାକୁ ମିଳିଛି । ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ଶ୍ରୀରାମପୁର ପଂଚାୟତର ପାଳପାଟଣା, ଶ୍ରୀରାମପୁର କଦମଦାଣ୍ଡି ଗ୍ରାମକୁ ଯାଇ ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହିତ ବିପନ୍ନମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା […]

