କେନ୍ଦ୍ରାପଡ଼ା ୨୪ା୮ : ଆସନ୍ତା ୨୭ ତାରିଖ ଗୁରୁବାର ରକ୍ଷାବନ୍ଧନ ଏବଂ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଦିନ। ତେଣୁ ପୁରୀ ଶ୍ରୀକ୍ଷେତ୍ରରୁ ଭଉଣୀ ମା’ସୁଭଦ୍ରା ପଠାଇଥିବା ପାଟରାକ୍ଷୀକୁ ଶ୍ରୀବଳଦେବଜୀଉ ଜନ୍ମଦିନରେ ପିନ୍ଧିବେ। ମହାପ୍ରଭୁଙ୍କ ପାଇଁ ପାଟ ସେବା ସଂଘ ପକ୍ଷରୁ ଶ୍ରୀମନ୍ଦିର ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ୱରେ ଶ୍ରୀକ୍ଷେତ୍ରରୁ ପାଟରାକ୍ଷୀ ଆଣି ତୁଳସୀ କ୍ଷେତ୍ରରେ ଆଜି ପହଞ୍ôଚ ଥିଲେ । ଆଦିଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ […]
୭୨ଟି ବ୍ୟକ୍ତିଗତ ଓ ୧୪ଟି ସାମୁହିକ ଅଭିଯୋଗ ରାସ୍ତାଘାଟ ମରାମତି, ଉତମ ସ୍ୱାସ୍ଥ୍ୟସେବା ନେଇ ବିକାଶପରିଷଦର ଦାବୀ ପଟ୍ଟାମୁଣ୍ଡାଇ ୨୪/୮ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ଆସିଥିବା ଅଭିଯୋଗକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଉପସ୍ଥାପନ କରିଥିଲେ। ବନ୍ୟା ସମୟ ଥିବାରୁ ଧୋୟାଂଚଳ ଲୋକମାନେ ଅନୁପସ୍ଥିତି ଥିବାବେଳେ ମୁଖ୍ୟତଃ ଗୋଖାଦ୍ୟ […]
ପଟ୍ଟାମୁଣ୍ଡାଇ ୧୪/୮ ନରେନ୍ଦ୍ର ଧଳ -ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରେ ବନ୍ୟା ସ୍ଥିତି ସଂକଟଜନକ ରୂପ ନେଇଥିବା ବେଳେ ସିଂହଗାଁ ଓ ପେଣ୍ଠପାଳ ଗ୍ରାମପଂଚାୟତର ବହୁ ଗ୍ରାମ ଦୀର୍ଘ ୧୦ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଏହି ଦୁଇଟି ପଂଚାୟତର ବହୁ ଗ୍ରାମ ଦୁଃଖୀ, ଦରିଦ୍ର, ଗରିବ ଓ ଅସହାୟ ପରିବାରଗୁଡ଼ିକ ଚରମ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି।ଏଭଳି ବିପଦପୂର୍ଣ୍ଣ ସମୟରେ ବନ୍ୟା […]
କେନ୍ଦ୍ରାପଡ଼ା, ୨୩/୮ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବା, ଗର୍ଭବତୀ କରାଇବା ପରେ ଜୋରଜବରଦସ୍ତ ଗର୍ଭପାତ କରାଇବା, ସୁନାଗହଣା ଓ ଟଙ୍କା ନେଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଆଧାରରେ ପାଟକୁରା ଥାନା ପୋଲିସ କେସ୍ ନମ୍ବର ୨୧୪/୨୦୨୬ ରୁଜୁ କରି ଅଭିଝୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ପଟ୍ଟାମୁଣ୍ଡାଇ ୨୩/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବନ୍ୟା ଜଳ କିଛି ପରିମାଣରେ ହ୍ରାସ ପାଇଥିଲେ ସୁଦ୍ଧା ଲୋକଙ୍କ ଜନଜୀବନ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରି ନାହିଁ। ବ୍ରାହ୍ମଣୀ ଓ କାଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ବି ବହୁ ଗ୍ରାମ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛିା ବିଚ୍ଛିନ୍ନ ହୋଇପଡ଼ିଥିବା ଗାଁଗୁଡ଼ିକୁ ଯାତାୟାତ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଯାଇଛି। ମାଟିଚାଳ ଘରେ ରହୁଥିବା ଶହ […]
ପଟ୍ଟାମୁଣ୍ଡାଇ୨୩/୮ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଦ୍ୱାରା ଏକ ବଡ ଡକାୟତି ଯୋଜନା ପଣ୍ଡ ହୋଇଛି। ସହରର ବିଭିନ୍ନ ସପିଂ ମଲ୍, ମାର୍କେଟ କମ୍ପେ୍ଲକ୍ସ, ଘର ଓ କ୍ୱାର୍ଟର୍ସରୁ ଲୁଟପାଟ ପାଇଁ ଚକ୍ରାନ୍ତ କରୁଥିବା ବେଳେ ପୋଲିସ ୪ ଜଣ ଦୁର୍ବୃତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଦଳ ଶନିବାର ରାତି ପ୍ରାୟ ୨ଟା […]
କେନ୍ଦ୍ରାପଡ଼ା,୨୩ା୮:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସବ ଓ ରସାବଳୀ ଦିବସ ପାଳନ ଉପଲକ୍ଷେ ଶ୍ରୀ ସିଦ୍ଧ ବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ ତଥା ଅଧ୍ୟାତ୍ମିକ ପ୍ରତିଯୋଗିତା ଯଥା ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତା ବଳଦେବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନିମ୍ନମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ, […]
କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଝୁଲଣ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଆଜି ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ପୂଜାପଣ୍ଡାଙ୍କ ଦ୍ୱାରା ଅଳଙ୍କାର ଆଭୂଷଣରେ ସଜ୍ଜିତ କରାଯାଇ ଝୁଲଣ ଗୃହକୁ ବିଜେ କରାଯାଇଥିଲା। ବିଜେ ପରେ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଝୁଲଣଯାତ୍ରା ଦେଖିବାକୁ ଭକ୍ତଙ୍କ ବେଶ୍ ଭିଡ ଜମି ଥିଲା। ଶ୍ରୀଜୀଉଙ୍କ ଏହି ଝୁଲଣଯାତ୍ରା ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ […]
କେନ୍ଦ୍ରାପଡ଼ା ୨୨/୮-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବନ୍ୟା ପରିସ୍ଥିତିର ନିରନ୍ତର ନିରୀକ୍ଷଣ ଓ ପ୍ରଭାବିତ ଲୋକମାନଙ୍କୁ ତ୍ୱରିତ ରିଲିଫ୍ ସହାୟତା ପହଁଚାଇବା ଉଦ୍ଦେଶ୍ୟରେ ଏଡିଏମ୍ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ଏଡିଏମ୍ (ସାଧାରଣ) ନବକ୍ରିଷ୍ଣ ଜେନା ଆଜି ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏଡିଏମ୍ ଦ୍ୱୟ ଅଳପୁଆ, ତରଡିପାଳ ଓ ସିଂହଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ବନ୍ୟା ପ୍ରଭାବିତ […]
କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବରେ ଘୋଷଣା କରାଯିବା ଦାବି କେନ୍ଦ୍ରାପଡା ୨୧/୮ : କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବନ୍ୟାବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ସୀମା ଟପିଯାଇଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଚାରିଆଡ଼େ ଜଳପ୍ଲାବନ ହେତୁ ଲୋକେ ଗୃହହୀନ ହୋଇ ସୁରକ୍ଷିତ ସ୍ଥାନ, ନଦୀବନ୍ଧ […]

