ଆବେଦନକୁ ୮ ବର୍ଷ ବିତିଗଲାଣି କିନ୍ତୁ ଦିନ ମଜୁରୀଆଙ୍କୁ ମିଳୁନି ରାସନ କାର୍ଡ

blank
କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ଗ୍ରାମ ପଞ୍ଚାୟତ ଖଇରାବାଦ ଗ୍ରାମର ଦଳିତ ଯୁବକ ଗୋବିନ୍ଦ ଚନ୍ଦ୍ର ମଲିକ ବୃତ୍ତିରେ ଜଣେ ଦିନ ମଜୁରୀଆ । ପରଘରେ କାମକଲେ ନିଜ ତେଲ ଲୁଣ ସଂସାର ଚଳିଥାଏ । ସେ ଜଣେ ୱାର୍ଡ ମେମ୍ବର ମଧ୍ୟ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ହେବ ରାସନ କାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କର ରାସନ କାର୍ଡ ହୋଇପାରୁନାହିଁ । ସେ ବାରମ୍ବାର ବ୍ଲକଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଚପଲ ଛିଡ଼ିଗଲାଣି କିନ୍ତୁ ରାସନ କାର୍ଡ ହୋଇପାରୁନାହିଁ । ଗୋବିନ୍ଦଙ୍କର ପରିବାର କହିଲେ ସେ ତାଙ୍କ ସ୍ତ୍ରୀ ଏବଂ ଏକ ପୁତ୍ର,ଏହି ତିନିଜଣଙ୍କୁ ନେଇ ଗୋବିନ୍ଦଙ୍କ ପରିବାର ଓ କେନ୍ଦ୍ର ସରକାର ଡ଼ିମି ଡ଼ିମି ନାଗରା ପିଟୁଥିବା ବେଳେ ଖଇରାବାଦରେ ତାହା ସମ୍ପୂର୍ଣ୍ଣ ଭାବେ ବ୍ୟତିକ୍ରମ ବିଷୟ ପାଲଟିଛି । ଏଠି ଦିନ ମଜୁରୀଆଟି ବଞ୍ôଚବା ପାଇଁ ସଂଘର୍ଷ କରୁଛି, ଖଣ୍ଡେ ରାସନ କାର୍ଡ ପାଇଁ ବାର ଦ୍ୱାର ଶୁଣ୍ଢୀପିଣ୍ଡା ହେବାକୁ ପଡୁଛି । କିନ୍ତୁ ସରକାରୀ ଚାକିରିଆ ଏଠି ରାସନ କାର୍ଡ ହାତେଇବାରେ ଲାଗିପଡିଛନ୍ତି । କିନ୍ତୁ ଗରିବଟିଏ ସରକାରଙ୍କ ରାସନ ଯୋଜନାରୁ ବାଦ ପଡୁଛି । ଏହି ହଉଛି ବାସ୍ତବ ସତ୍ୟ ଓ ସରକାର ପ୍ରକୃତ ହିତାଧିକାରୀଙ୍କୁ ଚି଼ହ୍ନଟ ପ୍ରକ୍ରିୟା କେଉଁଠି ନାଁ କେଉଁଠି ପଥ ଭ୍ରଷ୍ଟ ହୋଇଛି । ଥିଲାବାଲା ଏଠି ସରକାରୀ ଯୋଜନା ହାତେଇବାରେ ଲାଗିଥିବା ବେଳେ ନଥିଲାବାଲା ଏଠି କଣଠେସା ହୋଇପଡିଛି ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଯୋଗଦାନ

Mon May 5 , 2025
କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଫକିର ମୋହନ ମାଝି ସୋମବାର ପୂର୍ବାହ୍ନରେ ଯୋଗଦେଇଛନ୍ତି। ସେ ଏହା ପୂର୍ବରୁ ଭଞ୍ଜନଗର ଓ ରେଢାଖୋଲରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଏବଂ ସମ୍ବଲପୁରରେ ଦୀର୍ଘ ୩ ବର୍ଷ ଧରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି। ରାଜ୍ୟ […]
blank

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading