ଟାଉନ୍ ପ୍ଲାନିଂ କର୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସହରୀ ବିକାଶରେ ବାଧା , ଭଙ୍ଗା ଯୋଡାରେ ଚାଲିଛି ବିଭାଗ

blank

pattamundai ପଟ୍ଟାମୁଣ୍ଡାଇ ୨୧/୪ –ରାଜ୍ୟ ଓ କେନ୍ଦ୍ର ସରକାର ସହରାଂଚଳର ଭିତିଭୂମି ସୁଦୃଢ଼ ପାଇଁ ପୌରପରିଷଦ ଏବଂ ବିଜ୍ଞାପିତ ଅଂଚଳ କରାଇ ସହରୀ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି ।ଏଥିନେଇ ରାସ୍ତାଘାଟ, ପରିମଳ, ସ୍ୱେରେଜ୍‌, ଆଲୋକିକରଣ, ଆହାର, ପାନୀୟଜଳ ଓ ଜଳ ନିଷ୍କାସନ ପ୍ରକଳ୍ପଗୁଡ଼ିକ କରାଯାଉଛି । ସହର ଯେପରି ଯୋଜନାବଦ୍ଧ ଭାବେ ବୃଦ୍ଧି ପାଇବ ସେଥିପାଇଁ ଟାଉନ୍ ପ୍ଲାନିଂ, ଆଂଚଳିକ ଉନ୍ନୟନ କର୍ତୃପକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ପଟ୍ଟାମୁଣ୍ଡାଇ ପୌର କର୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସହରୀ ବିକାଶରେ ବାଧା ଉପୁଜୁଛି । ସଠିକ ଆକଳନକରା ନଯାଇ ବିଭନ୍ନ ଉନ୍ନତିମୂଳକ କାର୍ଯ୍ୟ ହେଉଛି । ପରବର୍ତି ସମୟରେ ତାହା ପୂନଃନିର୍ମାଣ ହେଉଛି । ଏହିପରି ଭାବେ ଟାଉନ୍ ପ୍ଲାନିଂ କର୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଦିର୍ଘ ୩୭ ବର୍ଷହେବ ସହରୀ ବିକାଶ ଯୋଜନାରେ ଅନ୍ତରାଳ ସୃଷ୍ଠି ହେଉଛି । ନିର୍ମାଣ ଖୋଦେଇ (ଭଙ୍ଗା ଯୋଡା)ରେ ପୌରପରିଷଦ ଚାଲିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛିା

ସାମାଜିକକର୍ମୀ ସଂଜୟ ବର୍ମା, ଯୁବନେତା ସତ୍ୟପ୍ରୀୟ ସାମଲ, ଉପେନ୍ଦ୍ର ନାୟକ ପ୍ରମୁଖ କୁହନ୍ତି ପଟ୍ଟାମୁଣ୍ଡାଇକୁ ୧୯୮୮ ଡିସେମ୍ବର ୬ରେ ବିଜ୍ଞାପିତ ଅଂଚଳ ମାନ୍ୟତା ମିଳିଥିଲା। ସେବେଠାରୁ ପଟ୍ଟାମୁଣ୍ଡାଇର ୨୦ଟି ୱାର୍ଡରେ ସହରୀ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇ ଉନ୍ନତି ମୂଳକ କର୍ଯ୍ୟ ଜାରିରହିଲା । ଏହି ୨୦ଟି ୱାର୍ଡର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଗଲା। ଏହି ପରିପ୍ରେକ୍ଷୀରେ ସରକାରୀ ଅର୍ଥରେ ବୋରିଂ ପ୍ରକଳ୍ପ ନିର୍ମାଣ କରାଯାଇ ପାଇପ ଯୋଗେ ପାନୀୟ ଜଳ ଦିଆଗଲା। ପାଇପ ବିଛା ହେବା ବେଳେ ପୂର୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜଳସମ୍ପଦ ବିଭାଗ ରାସ୍ତା ପାର୍ଶ୍ୱ ଖୋଳା ଗଲା ରାସ୍ତା ଖରାପ ହେବା ସହ ମରାମତି କରାଯାଇ ନୁତନରାସ୍ତା ହେଲା । ପରବର୍ତି ସମୟ ୨୦୧୪ ଫେବୃୟାରୀ ୨୪ଠାରୁ ଏହି ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରାଗଲା । ରାସ୍ତାଘାଟ, ଆଲୋକିକରଣ ଓ ଭିତିଭୁମୀ ଉପରେ ଗୁରୁତ୍ୱ ଦିଆଯାଇ ସବୁବ୍ୟବସ୍ଥା ଚକାଚକ କରାଗଲା । ଏହିସବୁ ୨୦ଟି ୱାର୍ଡର ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଅମୃତ ଯୋଜନାରେ ୫୪ କୋଟି ଖର୍ଚ୍ଚ କରାଯାଇ ୨୦୧୮-୧୯ରେ ଅଳଭାଠାରେ ବୃହତ ପାନୀୟ ଜଳ ପ୍ରକଳ୍ପ (ୱାଟର ଟ୍ରିଟ୍‌ମେଂଟ ପ୍ଲାଂଟ) କାରଗଲା। ସେତେବେଳେ ନୂତନ ପାଇପ ବିଛାଲାଗି ରାସ୍ତା ଘାଟ ନଷ୍ଠହୋଇଥିଲା । ପରବର୍ତୀ ସମୟରେ ରାସ୍ତା ଘାଟ ଚଉଡା ଚକାଚକ ଭାବେ ନିର୍ମାଣ ହେଲା । ଲୋକେ ଗମନାଗମନର ସୁବୁଧା ଅନୁଭବ କଲେ । ଧିରେଧିରେ ସହରୀ ବିକାଶ ଯୋଜନାରେ ପୌରାଂଚଳର ୨୦ଟି ୱାର୍ଡରେ ବିକାଶ ଜାରିରହିଲା । ମାତ୍ର ୨୦୨୪-୨୫ରେ ଗ୍ରାମଂଚଳରୁ ସହରାଂଚଳ ପୁଣି ରାସ୍ତା ପାଶ୍ୱର୍୍‌କୁ ପ୍ରାୟ ୬ ଫୁଟ ଗହିରାରେ ଖୋଦେଇ କାର୍ଯ୍ୟ ଚାଲୁଥିବା ବେଳେ ପୂର୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସମ୍ପଦ ବିଭାଗ ଓ ପୌରରାସ୍ତା ପାର୍ଶ୍ୱ ଜେସିବି ମେଶିନରେ ଖୋଳା ଯାଉଛି। ଯୋଜନାରେ କାମ କରୁଥିବା ଠିକାଦାର ପାଇପ ସଂଯୋଗ ପାଇଁ ମନଇଚ୍ଛା ରାସ୍ତାପାର୍ଶ୍ୱ ଖୋଳି ସେହିଭଳି ପକାଇ ରଖିଛନ୍ତି। ଫଳରେ ଯାନବାହନ ଓ ଜନସାଧାରଣ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଂକ୍ରୀଟ ଓ ପିଚୁ ରାସ୍ତା ପାଶ୍ୱର୍ ଫାଟି ଅତରା ଖସୁଥିବା ଅଭିଯୋଗ ହେଉଛି। ରାସ୍ତାର ଦୁଇପାର୍ଶ୍ୱ ଖୋଳା ଯାଇ ଥିବାରୁ ବାର୍ଷାହେଲେ ମାଟି ଚିକିଟାରେ ଯାନବାହନ ଯିବା ସମୟରେ ଦୁର୍ଘଟଣା ଘଟୁଛି । ଏ ସମ୍ପର୍କରେ ପୌରପରିଷଦ ବିଭାଗ ଯନ୍ତ୍ରୀ ଶୁଶିଳ ବେହେରା ପଚାରିବାରେ ରାସ୍ତା ପାର୍ଶ୍ୱ ଖୋଳିବାକୁ ଅନୁମତି ଦିଆଯାଇନାହିଁ । ପାଇପ ବିଛାଉଥିବା ଠିକାଦାରଙ୍କୁ କୁହାଯାଇଛି । ସେ ମରାମତି କରିଦେବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ନିର୍ମଳ ଜେନାଙ୍କୁ ପଚାରିବାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର ବୁଝୁଛନ୍ତି ସେ କହିପାରିବେ । ମାତ୍ର ଯନ୍ତ୍ରୀ ମିଶ୍ରଙ୍କୁ ୯୪୩୭୨୭୬୬୪୯ ନମ୍ବରରେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ପ୍ରକାଶଥାଉକି ବିଗତ ୧୦ ବର୍ଷ ହେବ ଜେଇ ବିଶ୍ୱଜିତ ମିଶ୍ର ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗରେ କାର୍ଯ୍ୟରତ ଅଛନ୍ତି । ହେଲେ ପଟ୍ଟାମୁଣ୍ଡାଇ ଅଂଚଳରେ ଜଳ ଓ ପରିମଳରେ ସେପରି କିଛି ପରିବର୍ତନ ହୋଇନଥିବା ଅଭିଯୋଗ ହେଉଛି ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମନରେଗା ଯୋଜନାରେ ହୋଇଥିଲା ବନୀକରଣ , ଗଛ କି ଚାରା ନାହିଁ ପଡିଛି ଘେରା

Sat Apr 26 , 2025
ପଟ୍ଟାମୁଣ୍ଡାଇ ୨୦/୪ – ପରିବେଶ ସୁରକ୍ଷା ଓ ମୃତିକା କ୍ଷୟ ରୋକିବା ପାଇଁ ଚାରା ରୋପଣ ଜରୁରୀ। ହେଲେ ବିଭିନ୍ନ ରାସ୍ତା ନବୀକରଣ ଓ ସମ୍ପ୍ରସାରଣ ପାଇଁ ବହୁ ଗଛ କଟା ଯାଉଛି। ଏହି ଅଭାବକୁ ପୂରଣ କରିବା ପାଇଁ ୨୦୨୦-୨୧-୨୨ରେ ପଟ୍ଟାମୁଣ୍ଡାଇ ପଂଚାୟତରାଜ ବିଭାଗ ପକ୍ଷରୁ ମନରେଗା ଯୋଜନା ଅନୁଦାନ ମାଧ୍ୟମରେ ବିଭିନ୍ନ ପଂଚାୟତରାସ୍ତାର ଉଭୟ ପାଶ୍ୱାରେ ବୃକ୍ଷ ରୋପଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ବନୀକରଣ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading