କେନ୍ଦ୍ରାପଡା-କେନ୍ଦ୍ରାପଡା ଜିଲ୍ଲାର ତିନୋଟି ବ୍ଲକର ଦୁଇଦୁଇଥର ବନ୍ୟା ଆସି ତିରିଶରୁ ଉର୍ଦ୍ଧ୍ୱ ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଜଳବନ୍ଦି ହୋଇ ରହିଛନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଏଯାବତ୍ ରିଲିଫ, ଔଷଧ, ପାନୀୟଜଳ, ମହମବତୀ କି ଶୁଖିଲା ଖାଦ୍ୟ ପହଁଚାଯାଇପାରିନାହିଁ । ଫଳରେ ବହୁ ଗରିବ ପରିବାର ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ଶନିବାର ଜନଶକ୍ତି ପାଟି ସଭାପତି ପ୍ରଦିପ ଦାଶ ସହିତ ଏକ ଟିମ […]

ପଟ୍ଟାମୁଣ୍ଡାଇ ତା ୨/୮- ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ବିଭିନ୍ନ ଶିକ୍ଷକ କର୍ମଚାରୀ ସଂଗଠନ ପକ୍ଷରୁ ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜ କୁ ଅନୁଦାନ,ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରୁ ଅବସର ନେଇଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ,ଅବସର ଗ୍ରହଣ ବୟସ ୬୦ରୁ ୬୨କୁ […]

ପଟ୍ଟାମୁଣ୍ଡାଇ ୨/୮ – ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପଜ୍ଞାନାନନ୍ଦଜୀଙ୍କ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅଗଷ୍ଠ ୧୦ରେ ଏକ ରକ୍ତଦାନ ଶିବର ଆୟୋଜନ କରାଯିବ । ଏଥିନେଇ ଦିତୀୟ ପ୍ରସ୍ତୁତି ବୈଠକ ପଟ୍ଟାମୁଣ୍ଡାଇ ହରିହରାନନ୍ଦ ଧ୍ୟାନମନ୍ଦିର ବେଲତଳ ଠାରେ ଶନିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱାମୀ ସୁଗିଦାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି , ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ଗୋପିନାଥ କର, ବାବା […]

ପଟ୍ଟାମୁଣ୍ଡାଇ ୨/୮- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟାର ଶନିବାର ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟାଂଚଳ ପରିଦର୍ଶନ କରି ଫେରିବା ପରେ ଅଚାନକ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କରିଥିଲେ ।ଜିଲାପାଳ ବିଭିନ୍ନ ୱାର୍ଡ ବୁଲି ରୋଗୀ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହିତ ରୋଗୀ ସେବା ଉପରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ । ହସ୍ପିଟାଲ ପରିସର ବୁଲିବା ସହିତ ଔଷଧ ବିତରଣ କେନ୍ଦ୍ର, ପରୀକ୍ଷାଗାର ସମେତ ଆଉଟ ଡୋର, ଇନଡୋର […]

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ୬୩ଟି ଗାଁରେ ମାସେ ଧରି ବନ୍ୟା  ପଟ୍ଟାମୁଣ୍ଡାଇ ୨/୮- ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ ଜୁଲାଇ ୭ରୁ ଦୁଇଦୁଇଥର ପ୍ରଳୟଙ୍କରୀ ବନ୍ୟା ଆସି ୧୪ ପାଂୟତର ୫୫ ଗ୍ରାମ ସମେତ ପୌରାଂଚଳର ୧୧ ଓାଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବହୁ ଗ୍ରାମ ବହ୍ୟଜଗତରୁ ବିଛିନ୍ନ ଅଛି । ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ […]

କେନ୍ଦ୍ରାପଡ଼ା,୧ା୮:ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ ଜନପ୍ରିୟ ଜନନେତା ସ୍ୱର୍ଗତ୍ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତି ସଭାପତିତ୍ୱ କରି ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ବିଭିନ୍ନ ସେବାକାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା […]

କେନ୍ଦ୍ରାପଡ଼ା,୧ା୮:କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ନିକଟରେ ଅବସରଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ବ୍ୟାଙ୍କ ପରିଚାଳନା ସମିତି ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ କଜଳାସ୍ଥିତ ବ୍ୟାଙ୍କର ମୁଖ୍ୟ ଶାଖାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନିର୍ଦେଶକ ପ୍ରଫୁଲ୍ଲ କୁମାର ସାହୁ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା, ଜେନେରାଲ ମ୍ୟାନେଜର ରାଜୀବ ଲୋଚନ ପଣ୍ଡା, ଜେନେରାଲ ମ୍ୟାନେଜର ସୁରେଶ ଚନ୍ଦ୍ର ପରିଡା […]

ପଟ୍ଟାମୁଣ୍ଡାଇ ୩୦/୭ -ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ଦିତୀୟ ବନ୍ୟାର ୩/୪ ଦିନ ପରେ ମଧ୍ୟ ବନ୍ୟାଜଳ ବିପଦ ସଂକେତ ଉପରେ ରହିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଅଳଭା ଠାରେ ୧୭. ୧୦ ଉପରେ ବନ୍ୟାଜଳ ଗତିକରୁଛି । ସରକାରୀ ଭାବେ ବ୍ରିଟିଶ ଅମଳରୁ ୧୬ ଫୁଟ ବିପଦ ସଂଙ୍କେତ ଥିବା ବେଳେ ଏଯାବତ ନିର୍ଣ୍ଣୟ କରାଯାଇନାହିଁ । ହେଲେ ଏବେ ବନ୍ୟା ବିପନ୍ନଲୋକ ମାନଙ୍କ ଦୁର୍ଦଶା ବଢ଼ିବାରେ […]

କେନ୍ଦ୍ରାପଡ଼ା,୩୧ା୭: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକରେ ପ୍ରବାହିତ ବ୍ରାହ୍ମଣୀ ,ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ୧୭ଟି ପଞ୍ଚାୟତର ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ପ୍ରଥମ ଓ ଦ୍ୱୀତିୟ ଥର ବନ୍ୟାରେ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ବିପନ୍ନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରି ଓଡ଼ିଶା ବିଧାନସଭାର କଂଗ୍ରେସ ବିଧାୟକ […]

କେନ୍ଦ୍ରାପଡ଼ା,୩୧ା୭:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପିଏମ୍‌ଶ୍ରୀ ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଜୁନିୟର ରେଡ଼କ୍ରସର ମିଳିତ ଆୟୋଜନରେ ଏକ ଜିଲ୍ଲାସ୍ତରୀୟ ଏଚଆଇଭି/ ଏଡ଼ସ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମାଜ ଦ୍ୱାରା ଏଡ଼ସ ସଚେତନତା ଉଦ୍ଦେଶ୍ୟରେ ପ୍ରଥମେ ବିଦ୍ୟାଳୟ ସ୍ତରରେ ଓ ପରେ ପରେ ବ୍ଲକ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରତି ବ୍ଲକରୁ ଦୁଇଜଣ ଲେଖାଏଁ ଜିଲ୍ଲାସ୍ତରକୁ […]

Breaking News