ପଟ୍ଟାମୁଣ୍ଡାଇ ତା ୨୮/୪-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ପକ୍ଷରୁ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗାଳ୍ପିକ ପ୍ରଦୀପ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷାବିତ ବିପ୍ଲବୀ କବି ଅଶୋକ ପରିଡା ମୁଖ୍ୟଅତିଥି ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର ମୁଖ୍ୟଵକ୍ତା,କବି ଅନ୍ତର୍ଯ୍ୟାମୀ ବେଜ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, […]

କେନ୍ଦ୍ରାପଡ଼ା,୨୮ା୪:କେନ୍ଦ୍ରାପଡ଼ା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ନବମ ଦିନ ଲିଗ ମ୍ୟାଚ ସ୍କୁଲ-ବି ଓ ସ୍କୁଲ-ଏଫ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସ୍କୁଲ-ବି ବିଜୟୀ ହୋଇଛି। ସ୍କୁଲ-ବିି ପ୍ରଥମେ ଟସ ଜିତି ବ୍ୟାଣ୍ଟି କରିଥିଲା। ସ୍କୁଲ-ବି ବ୍ୟାଟିଂ କରି ୨୪.୫ ଓଭରରେ ୧୫୧ ରନ୍ କରି ଅଲଆଉଟ ହୋଇଥିଲା। ଜବାବରେ ସ୍କୁଲ-ଏଫ […]

କେନ୍ଦ୍ରାପଡ଼ା,୨୮ା୪ : ନହଙ୍ଗ ପଞ୍ଚାୟତର ମା’ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଙ୍ଘର ଉପସଭାପତି ଦିବାକର ନାୟକ ସଭାପତିତ୍ୱ କରିଥିଲେ। ସହ ସମ୍ପାଦକ ନିକୁଞ୍ଜ ବିହାରୀ ପୃଷ୍ଟି ପୂର୍ବ ଅଧିବେସନର ବିବରଣୀ ପାଠ କରିଥିଲେ। ବୈଠକ ପ୍ରାରମ୍ଭରେ କାଶ୍ମୀରିର ପହେଲଗ୍ରାମରେ ଘଟିଥିବା ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହ ଏଥିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଉଦେଶ୍ୟରେ ୨ମିନିଟ ନିରବ […]

ଉତ୍କଳଗୌରବଙ୍କ ଜନ୍ମଜୟନ୍ତୀ ପାଳନ   ପଟ୍ଟାମୁଣ୍ଡାଇ : ୨୮/୦୪-ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ଆନୁକୁଲ୍ୟରେ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିବସ ପାଳନ କରାଯାଇଅଛି। ମଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଭରତ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଚତୁର୍ଭୁଜ ରାଉଳ, ନାଟ୍ୟକାର ଗୋଲକ ମହାରଣା, ପ୍ର. କୈଳାସ ଚନ୍ଦ୍ର ପାତ୍ର, ବିଜୟ କୁମାର ସାହୁ, କଥାକାର ପ୍ରଦୀପ ନାୟକ, ଶ୍ରୀକାନ୍ତ କୁମାର […]

କେନ୍ଦ୍ରାପଡ଼ା,୨୮ା୪ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାନକାର ଛକରେ ଥିବା ଏକ ଜଳଖିଆ ଦୋକାନରେ ଏକ ଟ୍ରକ ପଶିଯିବାରୁ ଦୋକାନଟି ଭାଙ୍ଗିରୁଜି ଛାରଖାର ହୋଇଯାଇଛି। ଏଥିରେ ଦୋକାନୀ ନକୁଳି ଚରଣ ବାରିକ ଗୁରୁତ୍ତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବା ସହ ଅଣ୍ଟାରେ ଆଘାତ ଲାଗିଛି। ଖବର ପାଇ ସଦର ଥାନା ପୋଲିସ ଟ୍ରକ ଟିକୁ ଜବତ କରିବା ସହ ଆହତ ନକୁଳିଙ୍କୁ ଡାକ୍ତରଖାନା […]

କେନ୍ଦ୍ରାପଡ଼ା ତା ୨୮/୪- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ବାଣୀବିନୋଦ ସାହିତ୍ୟ ସେବା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳନ କରାଯାଇଛି । ସାହିତ୍ୟ ସେବା ନିକେତନର ସଭାପତି ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ପରିଡାଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ବିମଳ […]

କେନ୍ଦ୍ରାପଡ଼ା,୨୮ା୪ : ଆଇନଜୀବୀ ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ପୂଣ୍ୟାତ୍ମା ମଧୁସୁଦନ ଦାସଙ୍କ ୧୭୭ତମ ଜୟନ୍ତୀ ଅବସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲସଂଘ ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସରିତା ମହାନ୍ତି ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଓଡ଼ିଆ ପ୍ରଫେସର ମୋହନ ଚରଣ ଜେନା ମୁଖ୍ୟବକ୍ତା, ଓଡିଶା ଉଚ୍ଚ […]

କେନ୍ଦ୍ରାପଡ଼ା,୨୭ା୪: ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ପହଲଗାଓଁଠାରେ ଆତଙ୍କବାଦୀ ଆକ୍ରମଣ ରେ ନିହତ ହୋଇଥିବା ନିରୀହ ପର୍ଯ୍ୟଟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କେନ୍ଦ୍ରାପଡ଼ା ବିପ୍ଲବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ପହଲଗାଓଁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କାଶ୍ମୀରର ପହଲଗାଓଁଠାରେ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ନିରୀହ ପର୍ଯ୍ୟଟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କମିଟି […]

କେନ୍ଦ୍ରାପଡ଼ା,୨୭ା୪: ଉପକୂଳବର୍ତୀ ଅଂଚଳରେ ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ କେନ୍ଦ୍ରାପଡା ଜିଲାର ବିଭିନ୍ନଅଂଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯେଗୁଁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି।ବିଶେଷତଃ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ଅଧିନରେ ଥିବା ସବ-ଡିଭିଜନ ପ୍ରଭୃତି ଅଂଚଳରେ ଦୈନିକ ବିଭିନ୍ନ ସମୟରେ ୧୦ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ଏନେଇ ପୂର୍ବରୁ […]

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର-କେନ୍ଦ୍ରାପଡା ପୂର୍ତ୍ତବିଭାଗ ରାସ୍ତାର ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତିଙ୍କ କୈାଣସି ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କିନ୍ତୁ ପରିଚୟ ମିଳିପାରିନଥିବାରୁ ମୃତଦେହକୁ ଚିହ୍ନଟ ପାଇଁ ୩ଦିନ ଶବ ସଂରକ୍ଷଣ ଗୃହରେ ରଖାଯିବ ବୋଲି ପୋଲିସ କହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶ୍ୟାମସୁନ୍ଦରପୁର […]

Breaking News