କେନ୍ଦ୍ରାପଡ଼ା,୧/୬-ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡାର କମଳା ମହାରଣା ତଥା ସମସ୍ତଙ୍କର ପ୍ରିୟ ଜରି ମାଉସୀଙ୍କର ପରଲୋକ ଘଟିଛି । ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ […]

କେନ୍ଦ୍ରାପଡା,୧ା୬: ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ଗୋପସ୍ଥିତ ଅମରେଶ୍ୱର ପୀଠରେ ଶ୍ରୀ ଅମରେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଶ୍ରୀ ଅମରେଶ୍ୱରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ଶୀତଳ ଷଷ୍ଠି ଉତ୍ସବ ରବିବାର ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ଶୁକ୍ରବାର ସକାଳେ କଳସ ଜଳଯାତ୍ରା ସହିତ ଅଗ୍ନୀସ୍ଥାପନ ପରେ ରୁଦ୍ରାଭିଷେକ, ହୋମଯଜ୍ଞ,ଚଣ୍ଡିପାଠ କରାଯାଇଥିଲା । ସେହିପରି ଶନିବାର ଦିନ କରାଯାଇ ଅଗ୍ନି […]

କେନ୍ଦ୍ରାପଡ଼ା,୧ା୬: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କୁ ଥେରାପି ସେବା ପ୍ରଦାନ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ଏବଂ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ପ୍ରୋସ୍ଥେଟିକ୍ ମାପ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଧପୁରସ୍ଥିତ ଥେରାପି କେନ୍ଦ୍ରରେ ଆୟୋଜିତ ହୋଇଥିବା ଏହି ଶିବିରରେ ସମୁଦାୟ ୧୦ଜଣ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ଶିଶୁଙ୍କ ଗୋଡ଼ ଓ ହାତ ନିମନ୍ତେ ପ୍ରୋସ୍ଥେଟିକ୍ […]

ପଟ୍ଟାମୁଣ୍ଡାଇ ତା ୩୧/୫- ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଓ ପ୍ରାଧ୍ୟାପକ ରଂଜିତ ସେନାପତି ଶନିବାର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଉଭୟ ବିଦାୟୀ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ଓ ପ୍ରାଧ୍ୟାପକ ସେନାପତିଙ୍କୁ କଲେଜ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ସହିତ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ ଭାବେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ଼ ଦୁଃଶାସନ ପରିଡା […]

ପଟ୍ଟାମୁଣ୍ଡାଇ ୩୧/୫- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗ୍ରାମର ଆରାଧ୍ୟ ଦେବାତା ଶ୍ରୀଶ୍ରୀ ଗୁପ୍ତେଶ୍ୱର ମହାଦେବ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ପାଳିତ ଅବସରରେ ଶନିବାର ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ଦେବ ରିତୀକ୍ରାନ୍ତି ଅନୁସାରେ ପାଳିତ ହୋଇଯାଇଛି। ମନ୍ଦିରର ପରମ୍ପରାକୁ ନେଇ ପ୍ରଥମେ ମଙ୍ଗଳନ ଓ ପଞ୍ଚଦେବତା ପୁଜା କରିବା ପରେ ଗୋଧୁଳି ଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । […]

କେନ୍ଦ୍ରାପଡ଼ା,୩୦ା୫: ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ନାନକାର ପଞ୍ଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପିଏଲ୍ ଓ ପିଭଏସ୍‌ର କାର୍ଯ୍ୟକାରିତା ଓ ବସ୍ତି ବାସିନ୍ଦା ପାଇଁ ଆଇନକାନୁନ୍ ଓ ନିୟମାବଳୀ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ପିଏଲ୍ ଓ ପିଭଏସ୍‌ର କାର୍ଯ୍ୟକାରିତା ଓ ଏହାର ସୁଯୋଗ କିପରି ସାଧାରଣ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନେ […]

ଡିହାପଡା ଓ ବଡମୁଳବସନ୍ତରେ ବିକଶିତ କୃଷି ସଂକଳ୍ପ ଅଭିଯାନ   ପଟ୍ଟାମୁଣ୍ଡାଇ ୩୦/୫ -କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭାରତ ସରକାର ତଥା ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସରକାରଙ୍କ ଲୋକାଭିମୂଖ୍ୟ କାର୍ଯ୍ୟକ୍ରମ ବିକଶିତ କୃଷି ସଂକଳ୍ପ ଅଭିଯାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ ଡିଆପଡା ଓ ବଡମୁଳବସନ୍ତ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ସଢେ ୯ରେ ଡିଆପଡା ପଂଚାୟତ କାର୍ଯ୍ୟଳାୟ ଠାରେ […]

କେନ୍ଦ୍ରାପଡ଼ା ତା ୩୦/୫- ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ କୋରୋ ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସତୀର୍ଥର ମିଳିତ ଆନୁକୂଲ୍ୟରେ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଗଣକବି ଗୋପାଳ ଦାଶଙ୍କ ପୁଣ୍ୟ ୧୪୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ […]

କେନ୍ଦ୍ରାପଡ଼ା,୩୦ା୫: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣି ପଞ୍ଚାୟତରେ ଗତ ୨୦୧୭, ୨୦୧୮, ୨୦୧୯, ୨୦୨୦ ଓ ୨୦୨୧ ମସିହାରେ ବଉଳକଣି ପଞ୍ଚାୟତର ସରପଞ୍ଚ ସୁଜାତା ସାମଲଙ୍କ ସ୍ୱାମୀ ଅମରେନ୍ଦ୍ର ସାମଲ ସରକାରୀ କର୍ମଚାରୀଙ୍କ ସହ ମିଶି ବଉଳକଣି ପଞ୍ଚାୟତର ଅର୍ଥ ତୋଷରପାତ କରିଥିବା ଅନୁଭବ କରିବା ସହିତ ଆର୍‌.ଟି.ଆଇ ଆକ୍ଟ ଅନୁଯାୟୀ ବଉଳକଣି ପଞ୍ଚାୟତବାସୀମାନେ ଅଭିଯୁକ୍ତଙ୍କୁ ତଥ୍ୟ ମାଗିଥିଲେ । କାଳକ୍ଷେପଣ ଏବଂ ଟାଳଟୁଳ ନୀତି ଅବଲମ୍ବନ […]

କେନ୍ଦ୍ରାପଡ଼ା, ୨୯.୦୫.୨୦୨୫, ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ପ୍ରସ୍ତୁତ ରହି ତାହାର ପରିଚାଳନା କରିବା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଦୁର୍ବଳ ନଦୀ ବନ୍ଦର ସ୍ଥିତି ଓ ଏହାର ମରାମତି, […]

Breaking News