କେନ୍ଦ୍ରାପଡା ୩/୭-ପଟ୍ଟାମୁଣ୍ଡାଇ ଅଂଚଳର ଜୀବନ୍ତ କିମ୍ବଦନ୍ତୀ ତଥା ଜୀବନରେଖା କୁହାଯାଉଥିବା ଅଂଚଳର ସର୍ବପୁରାତନ ପ୍ରଥମ କେନାଲ ପୋଲ ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବାରୁ ଯେ କୌଣସି ମୁହୂର୍ତ ରେ ଭୁଶୁଡିବାର ଆଶଙ୍କା ପ୍ରକାଶ ପାଇଛି । ଏହି ପୋଲକୁ ଛାଡି ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ପରିକଳ୍ପନା ଅସମ୍ଭବ । କାହିଁ କେଉଁ ସ୍ମରଣାତିତ କାଳରୁ ପ୍ରାୟତଃ ବ୍ରିଟିଶ ଅମଳରୁ ଏହି ପୋଲ ନିର୍ମାଣ କରାଯାଇଥିଲା । […]

ପଟ୍ଟାମୁଣ୍ଡାଇ ୨/୭-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିବାରୁ ଛାତ୍ରୀଛାତ୍ରମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ପୋଖରିଆପଡା ଗ୍ରାମର ଲେଙ୍କା ଘର ପାଖରୁ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତାର ମଧ୍ୟଭାଗରେ ପ୍ରାୟ ୫୦ରୁ ୮୦ ଫୁଟ ଲମ୍ବା ବର୍ଷାପାଣି ଜମି ରହିଥିବାରୁ ରାସ୍ତାରେ ଦୁର୍ଗନ୍ଧ ସହ ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ବର୍ଷାଜଳ […]

କେନ୍ଦ୍ରାପଡ଼ା,୧ା୭: ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୧ତମ ଜୟନ୍ତୀ ପାଳନ ନିମନ୍ତେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ୧୭ତାରିଖରେ ବିପ୍ଲବୀ ଜେନାଙ୍କ ୧୪୧ତମ ଜୟନ୍ତୀ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ପାଳନ ହେବାକୁ ଯାଉଥିବାରୁ […]

କେନ୍ଦ୍ରାପଡ଼ା,୧ା୭ :ବୈକୁଣ୍ଠ ବାର୍ତାବହ ସମିତି ଓ ମହାବୀର ହନୁମାନ ମନ୍ଦିର ଗରାପୁରର ଯୁବସେବକ ମାନଙ୍କ ଦ୍ୱାରା ଶ୍ରୀଗୁଣ୍ଡିଚା ଅବସରରେ ପୁରୀ ବଡଦାଣ୍ଡରେ ପ୍ରସାଦ ବଣ୍ଟନ କରିଥିଲେ। ଏହି ଅବସରରେ ଶତାଧିକ ସେବକ ଶ୍ରୀଗୁଣ୍ଡିଚା ସକାଳୁ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମେ ଚା ବିସ୍କୁଟ ବାଣ୍ଟିବା ପରେ ପ୍ରସାଦ ଡାଲମା ବଣ୍ଟନ କରିଥିଲେ। ମଧ୍ୟାହ୍ନରେ ଲୋକମାନଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟ ସେବକମାନଙ୍କ ପ୍ରତ୍ୟକ୍ଷ ଓ […]

କେନ୍ଦ୍ରାପଡ଼ା,୧ା୭:କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବାଲେଶ୍ୱରରେ ଜଣେ ଆଇନଜୀବୀଙ୍କୁ ପୋଲିସର ର୍ଦୁବ୍ୟବହାର ଘଟଣାକୁ ଦୃଢ ନିନ୍ଦା କରାଯାଇଛି। ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ବୈଠକ ସଙ୍ଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଲେଶ୍ୱରରେ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କୁ ପୋଲିସ ଗିରଫ କରିବା ଓ ଟ୍ରେନି ଆଇଏଏସ ଅଧିକାରୀ ସମଲ ଭଗତଙ୍କ ଦ୍ୱାରା ନିର୍ଯ୍ୟାତନା ଦିଆଯାଇଥିବାରୁ ଏହି ଘଟଣାର ଦୃଢ ନିନ୍ଦା […]

କେନ୍ଦ୍ରାପଡ଼ା,୧ା୭ :ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଏବଂ ଓଡ଼ିଶା ରାଜସ୍ୱ ସେବାର ଅଧିକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ଜଣେ ଓଏଏସ୍ ଅଧିକାରୀଙ୍କୁ କାର୍ଯ୍ୟରତ ସମୟରେ ତାଙ୍କ କାର୍ଯ୍ୟାଳୟରେ ଯେଉଁଭଳି ଅମାନୁଷିକ ଭାବେ ସଂଗବଦ୍ଧ […]

କେନ୍ଦ୍ରାପଡା ୧/୭: କେନ୍ଦ୍ରାପଡାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଉଷାରାଣୀ ସଙ୍ଗୀତସଦନ ପକ୍ଷରୁ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାତ କୁମାର ସିଂହଙ୍କତତ୍ତ୍ୱାବଧାନରେ ଏବଂ ବର୍ଷା ପ୍ରିୟଦର୍ଶନୀ ମି୍‌ଶ୍ରଙ୍କ ନିର୍ଦ୍ଦେଶନାରେ ଅନିଷ୍ଠାନର ନୃତ୍ୟଶିଳ୍ପୀମାନେ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରି ଉପସ୍ଥ୍‌୍‌ିତ ଥିବା ଦର୍ଶକମାନଙ୍କୁ କିଛି ସମୟ ପାଇଁ ବିମୋହିତ କରିଥିଲେ । ନୃତ୍ୟଶିଳ୍ପୀ ମୈତ୍ରୀ ମିଲନ […]

କେନ୍ଦ୍ରାପଡା ୧/୭: କେନ୍ଦ୍ରାପଡା ନିୟନ୍ତ୍ରୀତ ବଜାର କମିଟି ଆନୁକୁଲ୍ୟରେ ଆନ୍ତର୍ଯାତିକ ସମବାୟ ବର୍ଷ ୨୦୨୫  ପାଳନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଉପନିବନ୍ଧକ ସମବାୟ ସମିତି ସମୁହଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ. ପ୍ରଭଞ୍ଜନ କବି ସହକାରୀ ମତ୍ସ୍ୟ ଅଧିକାରୀ ମୋନାଲିସା ମଣ୍ଡଳ, ପାଟକୁରା ଶାଖା ପରିଚାଳକ ଦୁର୍ଗା ମାଧବ ନନ୍ଦ ଉପସ୍ଥିତ ରହି ଏନସିଇଏଲ, ଏନସିଓଏଲ, […]

ପଟ୍ଟାମୁଣ୍ଡାଇ ତା ୩୦/୬- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୋହନପୁର ପଂଚାୟତ ବାଇପାଟଣା ଠାରେ ମହପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁଭ ଦେଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ଏହି ଶୁଭଦାନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବଡ଼ମୋହନପୁର ସରପଞ୍ଚ ପ୍ରତିନିଧି ରାମ ଚଦ୍ର ରାଉତ ପୂର୍ବତନ ସରପଞ୍ଚ ରବୀନ୍ଦ୍ର ବେହେରା ସାନଜରିଆ ସମବାୟ ସମିତି ସଭାପତି ନିକୁଞ୍ଜ […]

କେନ୍ଦ୍ରାପଡ଼ା,୩୦ା୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତାର ରାମଚନ୍ଦ୍ରପୁର ଛକ ନିକଟରେ ଏକ ବସ ଧକ୍କାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମର ଉତ୍ତମ ସାହୁ। ଖବର ନେବାରୁ ଜଣାପଡିଛି ଯେ ଉତ୍ତମ ରାମଚନ୍ଦ୍ରପୁର ଠାରେ ଏକ ତେଜେରାତି ଦୋକାନ କରି ପରିବାର ପୋଷଣ କରନ୍ତି । ସେ ବାରିମୂଳକୁ କୌଣସି କାର୍ଯ୍ୟରେ ଯାଇଥିଲେ। […]

Breaking News