କେନ୍ଦ୍ରାପଡ଼ା,୧୭ା୬:ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ପ୍ରତିଦିନ ଚାମେଲିଙ୍କୁ ଚିକିତ୍ସାଳୟରେ ଭେଟିବା ପାଇଁ କେହି ନା କେହି ଆସୁଛନ୍ତି । ପୋଲିସକୁ ନାକେଦମ ହେବାକୁ ପଡୁଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ଚାମେଲି ବିପଦ ମୁକ୍ତ ଅଛନ୍ତି । ତାଙ୍କ ଶରୀରରେ ସେପରି ଶାରିରୀକ ଆଘାତ ନାହିଁ। ତାଙ୍କୁ ୪ଜଣ ବିଶେଷଜ୍ଞ ଚିକିତ୍ସା କରୁଛନ୍ତି । […]

କେନ୍ଦ୍ରାପଡ଼ା,୧୭ା୬:ଚାମେଲି ପ୍ରସଙ୍ଗ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ମନୋଜ ଜେନା ନାମକ ଜଣେ ସ୍ୱେଚ୍ଛାସେବୀ ଏ ନେଇ ଜାତୀୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି କରି ଆୟୋଗ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଚାମେଲି ପ୍ରସଙ୍ଗରେ ବାସ୍ତବିକତା ଓ ସତ୍ୟତା କ’ଣ ରହିଛିି ତାହା ଆୟୋଗ ଜାଣିବାକୁ ଚାହିଁଛନ୍ତି। ଏଥିସହ ଏହି ଘଟଣାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି […]

କେନ୍ଦ୍ରାପଡ଼ା,୧୭ା୬:ସଦର ଥାନା ଅଧିନ ବାହାକଣ୍ଡିଆ ଘାଟଗଡା ନିକଟରେ ଗତ ୧୧ତାରିଖରେ ଏକ ଦମ୍ପତ୍ତିଙ୍କ ଠାରୁ ସୁନାଚେନ ଲୁଟ ହୋଇଥିବା ମାମଲାରେ ସଦର ଥାନା ପୋଲିସ ୨ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏକ ସୁନାଚେନ ଜବିତ କରିଛି। ସେହି ଲୁଟେରା ଅଭିଯୁକ୍ତ ୨ଜଣ ହେଉଛନ୍ତି ଡେରାବିଶ ଥାନା ଅଧିନ ମନ୍ତ୍ରୀପଡା ଗ୍ରାମର ଅଲେଖ ସିଂଙ୍କ ପୁଅ ମହେଶ୍ୱର ସିଂ(୨୩) ଓ ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅଧିନ ମାର୍ଥାପୁର ଗ୍ରାମର […]

ପଟ୍ଟାମୁଣ୍ଡାଇ ୧୭/୬ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଦନପୁର ସିଂହପ୍ରହର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସିଂହପ୍ରହର ଗାଁର ଗ୍ରାମର ଅଭୟ ନାଥ (୪୫)ର ମୃତ ଦେହ ସଂସାରଫଳ ବଙ୍ଗାଳିପଡା କଲଭର୍ଟ ନିକଟରୁ ପୋଲିସ ଉଦ୍ଧାର କରିଛି । ଖବରପାଇ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଚିଥିଲେ । ମାତ୍ର ଅଭୟଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ […]

କେନ୍ଦ୍ରାପଡ଼ା,୧୭ା୬: କେନ୍ଦ୍ରାପଡା ସଦର ଥାନା ଅଂଚଳରେ ଜଣେ ଝାଡୁ ବିକାଳୀ ନାବାଳିକାକୁ ଦୁଷ୍କର୍ମ ଘଟଣା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏସପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦେଶରେ ସଦର ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ନେତୃତ୍ୱରେ ପୋଲିସ ଦଳ ଚଢ଼ଉ କରି ଘଟଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତିା । ଗିରଫ ୨ଜଣ ଅଭିଯୁକ୍ତ ହେଲେ ଶୁଭମ କୁମାର ନାୟକ (୨୮) ଓ ବିନୋଦ […]

କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ ।  ମାଜିଷ୍ଟ୍ରେଟ ତାଙ୍କୁ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜାମିନଦାର ଓ ୩୦ ହଜାର ଟଙ୍କାରେ ଜାମିନ ମଞ୍ଜୁର ହୋଇଛି। ଏହା ପୂର୍ବରୁ ଘଟଣାରେ ଏନ୍‌ଏଚଆରସି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ। ଗତ ୧୧ ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଳକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ […]

କେନ୍ଦ୍ରାପଡ଼ା,୧୬ା୬:କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଧିନ ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ସୋମବାର ଭେଟିଛନ୍ତି। ସେ ପୋଲିସର ବଡି କ୍ୟାମେରାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଜଣେ ଯୁବତୀ ଯେଉଁଠାରେ ଚିକିତ୍ସିତ ହେଉଛନ୍ତି ସେଠାରେ ଯେଉଁ ପୋଲିସ କର୍ମଚାରୀମାନେ ମୁତୟନ ହୋଇଛନ୍ତି ସେମାନେ ବଡି କ୍ୟାମେରା ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଜଣେ ନାରୀର ବ୍ୟକ୍ତିଗତ ତଥ୍ୟ ଓ ଫଟୋ ପଦାରେ ପଡିବାର […]

ଆସିଲା ଭିଡିଓ: ଗାମୁଛା ପକା ବ୍ୟକ୍ତି କଣ ବିଡିଓଙ୍କ ଗୁଣ୍ଡା ! କେନ୍ଦ୍ରାପଡା ବହୁ ଚର୍ଚ୍ଚିତ ଚାମେଲି ଓଝା ଘଟଣାରେ ବିଡିଓଙ୍କ କାର୍ଯ୍ୟଳୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ସେଥିରେ ବିଡିଓଙ୍କ ପ୍ରକୋଷ୍ଠରେ କେତେଜଣ କୁଜି ନେତା ଉପସ୍ଥିତ ରହିଥିବା ବେଳେ ଚାମେଲିଙ୍କ ସହ ଅସୌଜନ୍ୟ ବ୍ୟବହାର କରିବା ଜଳ ଜଳ ହୋଇ ଦିଶୁଛି। ଏତେସବୁ ଘଟଣା ପରେ ବି ବିଧାୟକ ମୁହଁ ନଖୋଲିବା ଏବେ ତାଙ୍କର […]

କେନ୍ଦ୍ରାପଡ଼ା,୧୬ା୬:ମୂର୍ଚ୍ଛନା, ଓକା ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଭାଗିତାରେ ଠାକୁରହାଟସ୍ଥିତ ସୁଦର୍ଶନ ହାଇସ୍କୁଲ ଖେଳପଡିଆରେ ରଜ ମହୋତ୍ସବ ତଥା ଗ୍ରାମୀଣ ଉତ୍ସବ ଉଦଘାଟିତ ହୋଇଯାଇଛି। ଠାକୁରହାଟ ବଜାର କମିଟି ସଭାପତି ତଥା ମହୋତ୍ସବ ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପିର ସାମାଜିକ ଗଣମାଧ୍ୟମ ମୁଖ୍ୟ ପ୍ରବକ୍ତା ଉମନାକାନ୍ତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରଗତିବାଦୀ ଜିଲ୍ଲା […]

କେନ୍ଦ୍ରାପଡ଼ା,୧୬ା୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଏସପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାକଡରେ ତମ୍ବୁରେ ରହି ଝାଡୁ ବିକୁଥିବା ଛତିଶଗଡ଼ର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ କେନ୍ଦ୍ରପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ ଛତିଶଗଡ଼ର କେତେକ ଲୋକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଏକଶହ […]

Breaking News