ଦିଶା ବୈଠକରେ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମୀକ୍ଷା କେନ୍ଦ୍ରାପଡା,୧୩ା୧୦: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି, ପାଣ୍ଠି ବିନିଯୋଗ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନର ସ୍ଥିତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ […]
କେନ୍ଦ୍ରାପଡ଼ା,୧୩ା୧୦: ସଡ଼କ ସୁରକ୍ଷା ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା, ଟ୍ରାଫିକ୍ ନିୟମ ପାଳନ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଏବଂ ସୁରକ୍ଷିତ ଯାତାୟାତର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’ ଅଧିନରେ ‘ୟଙ୍ଗ ମାଇଣ୍ଡସ୍ – ସ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା’ ଆୟୋଜିତ ହୋଇଯାଇଛି। କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାପାଳ ରଘୁରାମ ଆର. ଆୟର […]
କେନ୍ଦ୍ରାପଡ଼ା,୧୪ା୧୦:ଆସନ୍ତାକାଲି ୧୫ ଅକ୍ଟୋବରରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଅବାଧ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର. ଆୟର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆଜି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ନିର୍ବାଚନ ପରିଚାଳନା, ସୁରକ୍ଷା ବ୍ୟବସ୍ଥା, ମତଦାନ ପ୍ରକ୍ରିୟାର ସୁପରିଚାଳନା ଏବଂ ମହାବିଦ୍ୟାଳୟ ପରିସରରେ ଆଇନଶୃଙ୍ଖଳା ବଜାୟ ରଖିବା […]
ପଟ୍ଟାମୁଣ୍ଡାଇ ୧୦/୧୦ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ,କେ ମହାବିର କଲେଜ ନିର୍ବାଚନକୁ ନେଇ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଅଣଛାତ୍ରଙ୍କ ହସ୍ତକ୍ଷେପ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଛି। କଲେଜ ପରିସରରୁ ଜଣେ ସଭାପତି ପ୍ରାର୍ଥୀଙ୍କୁ କେତେକ ଅଣଛାତ୍ର ଜୋରଜବରଦସ୍ତ ଉଠାଇ ନେଇ ମାରପିଟ୍ କରିବା ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ଆକ୍ରମଣର […]
କେନ୍ଦ୍ରାପଡ଼ା,୧୦ା୧୦:କେନ୍ଦ୍ରାପଡ଼ା ସାନ୍ଧ୍ୟ ଡିଗ୍ରୀ କଲେଜରେ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ସହ-ୟୁନିଟ୍ ପକ୍ଷରୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ‘ନିଶାମୁକ୍ତ ଯୁବ –ବିକଶିତ ଭାରତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟରଶ୍ମି ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଏଡିଏମଓ ଡା. ସଚ୍ଚିଦାନନ୍ଦ ମିଶ୍ର ମୁଖ୍ୟ ଅତିଥି, ବିରଜା ପ୍ରସାଦ ପତି ସମ୍ମାନିତ ଅତିଥି, ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ଡ. ପଦ୍ମଜାକବି […]
କେନ୍ଦ୍ରାପଡ଼ା,୯ା୧୦:କେନ୍ଦ୍ରାପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବାରଙ୍ଗଠାରେ ଏକ ବ୍ଲକସ୍ତରୀୟ ସାଙ୍ଗଠନିକ ସମାବେଶ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦଳକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନରେ କଂଗ୍ରେସର ବିଜୟ ଲକ୍ଷ୍ୟ ନେଇ ଏହି ସମାବେଶ ଆୟୋଜିତ ହୋଇଥିଲା। ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ଯୋଗଦେଇ କର୍ମୀମାନଙ୍କୁ ଉଦ୍ବୋଧନ […]
ପଟ୍ଟାମୁଣ୍ଡାଇ ୮/୧୦ -ରାଜ୍ୟ ସରକାର ଓଡିଶାର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଘୋଷଣା କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତିା ମାତ୍ର ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜରେ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଯାହାକୁନେଇ ଡିଗ୍ରୀ କଲେଜ ଛାତ୍ରୀମାନେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଦାବୀ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । […]
କେନ୍ଦ୍ରାପଡ଼ା,୮ା୧୦:ଜ୍ଞାନେଶ କୁମାର ଇସ୍ତଫା ଓ ଏମ୍ଏମ୍ଡିଆର ଆଇନ ରଦ୍ଦ ଦାବିରେ ଇଣ୍ଡିଆ ବ୍ଲକ ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ତାହା ସଫଳ ହୋଇଛି ବୋଲି ମେଣ୍ଟକୁ ସମର୍ଥନ କରୁଥିବା ରାଜନୈତିକ ଦଳଗୁଡିକ ଦାବି କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବେଶ ପଥ ତିନିମୁହାଣୀ ନିକଟରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ। ଆନ୍ଦୋଳନରେ ସାମିଲ ହୋଇ ବନ୍ଦର ନେତୃତ୍ୱ ନେଇଥିବା ପ୍ରଦେଶ […]
पट्टामुंन्डाई 8/10 – केंद्रापडा जिले के पट्टामुंन्डाई ब्लॉक के महिला कॉलेज परिसर में होने वाले दिव्यांग कैंप को लेकर ब्लॉक इलाके में विवाद और हंगामा हुआ है। इस बात पर नाराजगी जताई गई कि इतने महत्वपूर्ण सरकारी कार्यक्रम की तैयारी पूरी तरह अंधेरे में और स्थानीय जनप्रतिनिधियों, पंचायत समिति सदस्यों […]
ପଟ୍ଟାମୁଣ୍ଡାଇ ୮/୧୦ – ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ଇଣ୍ଡିଆ ବ୍ଲକ୍ ଆହ୍ୱାନରେ ପାଳିତ ଓଡିଶା ବନ୍ଦ ଡାକରା ପ୍ରଭାବ ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ ଦଳ ପକ୍ଷରୁ ପଟ୍ଟାମୁଣ୍ଡାଇ ସହର ସମେତ ପୌରାଂଚଳରେ ବନ୍ଦ ପାଳନ କରାଯାଇଥିଲା। ଏହି ପରିପେକ୍ଷିରେ ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ, ଡାକ, ବୀମା ପ୍ରତିଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। […]

