ପଟ୍ଟାମୁଣ୍ଡାଇ ୧/୧୦ – ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଲେଇକଣା ରାମାପୁର ଅଂଚଳର ୧୬ ମାସର ଶିଶୁ କନ୍ୟା ତ୍ରିଶିକା ଏକ ବିରଳ ତଥା ମାରାତ୍ମକ ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି ଟାଇପ୍-୨ “ଏସଏମଏ ଟାଇପ୍-୨’ ରୋଗରେ ପୀଡ଼ିତ ଅଛନ୍ତି। କୋମଳମତି ଶିଶୁଟିର ଜୀବନ ବଂଚାଇବା ପାଇଁ ଅତ୍ୟାବଶ୍ୟକ ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ହୋଇଥିବା ବେଳେ ଏହି ବିପୁଳ ପରିମାଣର ଅର୍ଥ ଯୋଗାଡ଼ କରିବା ଏକ ସାଧାରଣ […]
ସଂସାରଫଳ ଶ୍ରୀ ବାସୁଦେବ ଗାଦିରେ ପବିତ୍ର ଭାଗବତ ଜନ୍ମୋତ୍ସବ ପାଳିତ ପଟ୍ଟାମୁଣ୍ଡାଇ28/9- ଓଡ଼ିଆ ଜନଜୀବନ, ସାଂସ୍କୃତିକ ଭାବଧାର ଓ ଆଧ୍ୟାତ୍ମିକ ଚିନ୍ତାଚେତନାକୁ ପରମ୍ପରାକ୍ରମେ ରୁଦ୍ଧିମନ୍ତ କରିବାରେ ଶ୍ରୀମଦ ଭାଗବତ ଗ୍ରନ୍ଥର ଭୂମିକା ଅତୁଲନୀୟ। ମହର୍ଷି ବ୍ୟାସଦେବଙ୍କ ମୂଳ ସଂସ୍କୃତ ମହାପୁରାଣ ଶ୍ରୀମଦ ଭାଗବତକୁ ଅତିବଡ଼ି ଜଗନ୍ନାଥ ଦାସ ଅତି ସାବଲୀଳ ଓ ସରଳ ଓଡ଼ିଆ ଭାଷାରେ ରଚନା କରି ଓଡ଼ିଆ ଜାତିକୁ ଏକ ଗୌରବମୟ ଗାରିମା ପ୍ରଦାନ କରିଛନ୍ତି। ପ୍ରତିବର୍ଷ […]
କେନ୍ଦ୍ରାପଡ଼ା, ୨୮/୯: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ନିର୍ଦ୍ଦେଶକ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡ଼ଃ ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଓ ପଦଯାତ୍ରା ଅନୁଷ୍ଠିତ ହୋଇଛି। କେନ୍ଦ୍ରାପଡ଼ା ପୁରୁଣା ବସ୍ଷ୍ଟାଣ୍ଡଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କ ଉପସ୍ଥିତିରେ ପଦଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ […]
କେନ୍ଦ୍ରାପଡା ୨୮/୯ : କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ଥେରାପି ଚିକିତ୍ସା ସେବା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ପ୍ରଥମ ସୁକାନ୍ତ ଚୌଧୁରୀ ସ୍ମାରକୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ବାକ୍ ଓ ଶ୍ରବଣବାଧିତ ଜଣେ ପ୍ରତିଷ୍ଠିତ ଦିବ୍ୟାଙ୍ଗ ବ୍ୟକ୍ତିତ୍ୱଙ୍କୁ ଏହି ସ୍ମାରକୀ ସମ୍ମାନ ଚଳିତ ବର୍ଷଠାରୁ ପ୍ରଦାନ କରାଯାଇଛି […]
କେନ୍ଦ୍ରାପଡା ସ୍କାଉଟ୍ସ ସଂଗଠନ କମିଶନର କେନ୍ଦ୍ରାପଡ଼ା,୨୮ା୯: ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସମ୍ବର୍ଦ୍ଧନା ସେବା ସମ୍ମାନ ପ୍ରଦାନ ଉତ୍ସବ ରାଜ୍ୟ ମୁଖ୍ୟାଳୟ(ବି.ଏସ.ଆଣ୍ଡ ଜି. ଏସଏଚକ୍ୟୁ)ରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସଭାପତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜାତୀୟ ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ମୁଖ୍ୟ କମିଶନର କାଳୀ ପ୍ରସାଦ […]
କେନ୍ଦ୍ରାପଡ଼ା,୨୮ା୯:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପ୍ରତ୍ୟେକ ଦିନ ସକାଳ ୮ଟାରେ ବିଶେଷଜ୍ଞ ଡାକ୍ତରମାନେ ଡାକ୍ତରଖାନା ଆସିବାକୁ ନିୟମ ଥିବା ବେଳେ ସେମାନେ ଘଣ୍ଟାଏ ବିଳମ୍ବରେ ଆସୁଛନ୍ତି। କେତେକ ଡାକ୍ତର ୯ଟାରେ ଆସି ବୈଦ୍ୟୁତିକ ଉପସ୍ଥାନ ପକାଇ କ୍ଲିନକକୁ ପଳାଉଛନ୍ତି। ସେଠାରେ ଅର୍ଥ ବଦଳରେ ସେବା ଦେଇ ପୁନର୍ବାର ଡାକ୍ତରଖାନାକୁ ଫେରୁଛନ୍ତି। ଡାକ୍ତରଖାନାରେ ଅଧଘଣ୍ଟାରୁ ଏକ ଘଣ୍ଟା ଯାଏଁ ଡ୍ୟୁଟି କରି ପୁନର୍ବାର ନିଜ କ୍ଲିନକକୁ ପଳାଉଛନ୍ତି। […]
ଯାଜପୁର ବରୀ ବ୍ରାହ୍ମଣୀନଦୀରେ ଭାସି ପଟ୍ଟାମୁଣ୍ଡାରୁ ଉଦ୍ଧାର ହେଲେ ବୃଦ୍ଧା ପଟ୍ଟାମୁଣ୍ଡାଇ ୨୭/୯ ନରେନ୍ଦ୍ର ଧଳା -ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖିବାକୁ ମିଳିଛି ମାନବିକତା ଓ ସାହସିକତାର ଏକ ଅନନ୍ୟ ଉଦାହରଣ। ସ୍ଥାନୀୟ ବାଲିପାଟଣା ଗ୍ରାମର ଦୁଇଜଣ ଯୁବକ ଅଭିଜିତ ସାହୁ, ସୁଧୁର ମଲିକ ନିଜ ଜୀବନକୁ ବାଜି ଲଗାଇ ନଦୀର ପ୍ରବଳ ସ୍ରୋତରେ ଭାସି ଯାଉଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ।ନଦୀ ପାଣିର ତୀବ୍ର ବେଗ ଓ […]
ଯୁବକଙ୍କ ହକ୍ ପାଇଁ ଲଢେଇ ଜୋରଦାର କରିବ ଯୁବ କଂଗ୍ରେସ କେନ୍ଦ୍ରାପଡ଼ା,୨୭ା୯:କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆଜି କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶ୍ରୀ ଲକ୍ଷ୍ମୀପ୍ରିୟା (ଲିପ୍ସା)ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ସମେତ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ ଦାଶ ଏବଂ ପ୍ରଦେଶ ଯୁବ କଂଗ୍ରେସ କମିଟି […]
ଭୁବନେଶ୍ବର ୨୮/୯- ଗ୍ରାମୀଣ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକତାର ପ୍ରତୀକ କୁହାଯାଉଥିବା ଭଗବତ ଟୁଙ୍ଗି ଗୁଡ଼ିକ ହଜିବାକୁ ବସିଲାଣି। ଅତିତରେ ଓଡ଼ିଶାର ଯେଉଁ ଗାଁ ମୁଣ୍ଡ ଟୁଙ୍ଗିରେ ସନ୍ଧ୍ୟା ହେଲେ ସଞ୍ଜ ବତି ଜଳୁଥିଲା । ମାହାମନ୍ତ୍ର ଜପ ଖୋଳ କଂସାଳ ତାଳର ମଧୁର ଝଙ୍କାର ସହ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭଗବତ ଗୀତାର ସୁର ଗୁଞ୍ଜରିତ ହେଉଥିଲା ,ତାହା ଆଜି ଶୂନ୍ୟ ହୋଇପଡିଛି । ଦିନଥିଲା ଏହି ଟୁଙ୍ଗିଗୁଡ଼ିକ […]
ପଟ୍ଟାମୁଣ୍ଡାଇ ୨୭/୯ – ବସ ଦୁର୍ଘଟଣାର ସୁଯୋଗ ନେଇ ମୋବାଇଲ ଚୋରି ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଚୋରି ହୋଇଥିବା ୭ଟି ଦାମୀ ଭିଭୋ ମୋବାଇଲ ଫୋନ୍ ଉଦ୍ଧାର କରିବା ସହ ଅଭିଯୁକ୍ତ ହେଲପରକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ରାଜନଗର ଥାନା ଅନ୍ତର୍ଗତ ଦାରୁଓରା ଗ୍ରାମର ନିରଞ୍ଜନ ସେଠୀଙ୍କ ୨୨ ବର୍ଷୀୟ ପୁଅ ବିଚିତ୍ର ସେଠୀ ବୋଲି […]

