କେନ୍ଦ୍ରାପଡ଼ା,୨ା୧୦:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ତଥା କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଭୈାଗୋଳିକ ମାନ୍ୟତା ପ୍ରାପ୍ତି (ଜିଆଇ ଟ୍ୟାଗ)ର ୩ବର୍ଷ ପୂର୍ତି ଉପଲକ୍ଷେ ବନ୍ଧୁ ମିଳନ ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ଗୋପଛକ ସ୍ଥିତ କମଳ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ରାପଡା ରସାବଳୀ ମିଷ୍ଠାନ ନିର୍ମାତା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର […]

ପଟ୍ଟାମୁଣ୍ଡାଇ ୨/୧୦ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗୁରୁବାର ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ଏହି ଅବଶରରେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ନିର୍ବାହୀ ଅଧିକାରୀ ରଂଜନ ଦାଶ, ବିଭିନ୍ନ ଓାର୍ଡ କାଉନସିଲର, ପୌରଯନ୍ତ୍ରୀ, ସ୍ୱଚ୍ଛତା ବିଶେଷଜ୍ଞ, ସ୍ୱଚ୍ଛ ସାଥୀ ଓ ଅନ୍ୟାନ୍ୟ ପୌର କର୍ମଚାରୀଙ୍କ ଉପସ୍ଥିତିରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି […]

ପଟ୍ଟାମୁଣ୍ଡାଇ ୨.୧୦ – ପ୍ରାକୃତିକ ସମ୍ପଦ ଓ ବୈଚିତ୍ର‌୍ୟମୟ ଜୈବ ବିବିଧତାର ଆଧାର ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ପରି ଏଥର ମଧ୍ୟ ବନ୍ୟପ୍ରାଣୀ ଓ ପ୍ରକୃତି ସୁରକ୍ଷାର ବାର୍ତ୍ତା ନେଇ ବନ୍ୟପ୍ରାଣୀ ସପ୍ତାହ ଆୟୋଜିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ଅନୁଷ୍ଠିତ ୭୨ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପ୍ରକୃତି, ସବୁଜିମା ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି କରାଯିବା […]

କେନ୍ଦ୍ରାପଡ଼ା,୨ା୧୦:ଗାନ୍ଧୀ ଥିଲେ ଆଧୁନିକ ବିଶ୍ୱ ଇତିହାସର ସର୍ବଶ୍ରେଷ୍ଠ ମଣିଷ। ତାଙ୍କୁ ପଢି ବୁଝିଲେ ଜୀବନକୁ ଜୀଇଁବାର ରାସ୍ତା ସହଜ ହୋଇଯାଏ। ବ୍ୟକ୍ତି ଠୁଁ ସମୂହ ତଥା ବିଶ୍ୱ ସମସ୍ୟା ସମାଧାନର ସମସ୍ତ ସୂତ୍ର ଗାନ୍ଧୀ ବିଚାରରେ ରହିଥିବାରୁ ଗାନ୍ଧିଜୀଙ୍କୁ ଅଧିକରୁ ଅଧିକ ପଢିବାର ଆବଶ୍ୟକତା ରହିଛି ବୋଲି ୧୫୭ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ସମାରୋହ ଓ ପୁରସ୍କାର ବିତରଣ […]

ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ଓକିଲ ସଂଘ ପକ୍ଷରୁ ଶୁକ୍ରବାର ସଂଘକାର୍ଯ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୂର୍ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଓକିଲ ସଂଘର ଉପ ସଭାପତି ଆଇନଜୀବି ଗୋପୀନାଥ ତ୍ରୀପାଠୀ, ସମ୍ପାଦକ ରବିନ୍ଦ୍ର କୁମାର ଦାଶ, ଯୁଗ୍ମ ସଂପାଦକ କୁମାର ସତ୍ୟନାରାୟଣ ନାୟକ, କୋଷାଧ୍ୟକ୍ଷ ଗୀତାଞ୍ଜଳୀ ପୃଷ୍ଟି, ବରିଷ୍ଠ ତଥା ସରକାରୀ ଆଇନଜୀବୀ ଭାବନି ଶଙ୍କର […]

ପଟ୍ଟାମୁଣ୍ଡାଇ ୨/୧୦ -ବ୍ରାହ୍ମଣୀ ଓ ଖରସ୍ରୋତା ଓ କାଣୀ ନଦୀର ଅବବାହିକାରେ ଅବସ୍ଥିତ ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳରେ ଚଳିତ ବର୍ଷ ବର୍ଷା ଓ ବନ୍ୟା ସୃଷ୍ଟି କରିଛି ପ୍ରବଳ ବିପର୍ଯ୍ୟୟ। ଅଗଷ୍ଟ ଓ ସେପ୍େଟମ୍ବର ମାସରେ ୭ ଥର ଛୋଟବଡ଼ ବନ୍ୟା ଆସିବା ଫଳରେ ସ୍ଥାନୀୟ ଜନଜୀବନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୪ଟି ପଂଚାୟତର ପୌରାଂଚଳର ୧୧ ଓାର୍ଡ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିବା ପରେ ଗୃହପାଳିତ ପଶୁ […]

ପଟ୍ଟାମୁଣ୍ଡାଇରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ସମେତ ବେସରକାରୀ ସ୍କୁଲମାନଙ୍କରେ ଶୁକ୍ରବାର ଶ୍ରଦ୍ଧାର ସହ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟ ପରିସରରେ […]

କେନ୍ଦ୍ରାପଡ଼ା,୧ା୧୦:ବ୍ରାହ୍ମଣୀ କୂଳରେ ଅବସ୍ଥିତ ସର୍ବାଧିକ ବନ୍ୟା କ୍ଷତିଗ୍ରସ୍ତ ଆଳି ବ୍ଲକର ମାଣିକପଟଣା ପଞ୍ଚାୟତ ସରକାରୀ ରିଲିଫ ଓ ଅନ୍ୟାନ୍ୟ ସହାୟତା ପାଇବାରୁ ସମ୍ପୂର୍ଣ ବଞ୍ଚିତ ହେଇଛି।ପ୍ରାୟ ଦୁଇମାସ ଧରି ପାଞ୍ଚଥର ବନ୍ୟା କ୍ଷତିଗ୍ରସ୍ତ ପଞ୍ଚାୟତବାସୀ ବାରମ୍ବାର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହେଇଥିଲେବି କିଛି ସୁଫଳ ନମିଳିବାରୁ ବାଧ୍ୟହେଇ ବନ୍ୟାର ମାସକ ପରେ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଇଛନ୍ତି। ସମସ୍ତ ପରିବାରକୁ ରିଲିଫ ପ୍ରଦାନ କରାଯିବା, ଭାଙ୍ଗିଯାଇଥିବା ଗୃହକୁ […]

କେନ୍ଦ୍ରାପଡ଼ା,୧ା୧୦:କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରି ଯାଇଥିବା ୫୪ଟି ମୋବାଇଲକୁ ବିଭିନ୍ନ ସମୟରେ ପୋଲିସ ଜବତ କରିଥିଲା। ଆଜି ଜଜାଙ୍ଗସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ଜବତ ହୋଇଥିବା ମୋବାଇଲ ଗୁଡିକୁ ତା’ର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରିଛନ୍ତି। ମୋବାଇଲ ଫେରି ପାଇବାର ଆଶା ହରାଇବସିଥିବା ଲୋକମାନେ ମୋବାଇଲ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଏସପି […]

କେନ୍ଦ୍ରାପଡ଼ା,୧ା୧୦:ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୬ ସାନ୍ତସାହିସ୍ଥିତ ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷୀକେଶ ରଥ, ବିଶିଷ୍ଠ ଅତିଥି […]

Breaking News