କେନ୍ଦ୍ରାପଡ଼ା,୧୨ା୩: ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଇଚ୍ଛାପୁର ନିକଟ ଶ୍ୟାମଗୁଡିଆ ଠାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ନୂତନ ଅଟ୍ଟାଳିକା ନିର୍ମାଣ କରାଗଲା। ଆଶାଥିଲା ନୂତନ ଚିକିତ୍ସାଳୟରେ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ମିଳିବ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ସକାଳ ୮ଟାରୁ ମୁଖ୍ୟଚିକିତ୍ସାଳୟର ବିଭିନ୍ନ ବର୍ହିବିଭାଗରେ ଡାକ୍ତରମାନେ ଡ୍ୟୁଟି କରିବାର ନିୟମ ଥିବା ବେଳେ ସେମାନେ ମନଇଛା ଆସୁଛନ୍ତି। ଫଳରେ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ […]
ପଟ୍ଟାମୁଣ୍ଡାଇ ୧୨/୩ – ପଟ୍ଟାମୁଣ୍ଡାଇ ମହିଳା ସ୍ନାତକ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଏକ ବାର୍ଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠୀ ଉଦଘାଟନ କରିଥିଲେ। ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡ. ରାଜଲକ୍ଷ୍ମୀ ମହାନ୍ତି ମୁଖ୍ୟଅତିଥି, ପାଟକୁରା ଲୋକନାଥ କଲେଜ ଇତିହାସ ବିଭାଗ ମୁଖ୍ୟ ତପନ କୁମାର ଡୁଙ୍ଗୁରି ବିଷୟ ବିଶେଷଜ୍ଞ ଭାବେ ଅଧ୍ୟାପକ ଯୋଗ ଦେଇ […]
ପଟ୍ଟାମୁଣ୍ଡାଇ ୧୧/୩-ଓଡିଶାର ବିଶିଷ୍ଟ ସମାଜସେବୀକା ମୟୀୟସୀ ମହିଳା ଡା ସୁଚାରୁହାସିନୀ ପାତ୍ରଙ୍କ ଆଜି ସକାଳ ୯ଟା ସମୟରେ ୮୬ବର୍ଷ ବୟସରେ ପଟ୍ଟାମୁଣ୍ଡାଇ ବାସଭବନରେ ପରଲୋକ ହୋଇଯାଇଛି । ଡାକ୍ତରୀ ଶିକ୍ଷା ପରେ ସରକାରୀ ଚାକିରୀ ଛାଡି ସମାଜସେବା ପାଇଁ ସ୍ୱାମୀ ବିଶିଷ୍ଟ ସାମାଜୀକକର୍ମୀ ଡା ବାସୁଦେବ ପାତ୍ରଙ୍କ ପରାମର୍ଶରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ବିଶିଷ୍ଟ ସମାଜବାଦୀ ନେତା ଡ଼ ରାମ ମୋହନ ଲୋହିଆ, ଲୋକସଭା ବାଚସ୍ପତି ରବି […]
ସିଆଇଏସ୍ଏଫ୍ର ଉପକୂଳ ସୁରକ୍ଷା ଯାତ୍ରା ସୁରକ୍ଷା ଅବଦାନ ପାଇଁ କନିକା ରାଜାଙ୍କୁ ସମ୍ମାନ କେନ୍ଦ୍ରାପଡ଼ା,୧୨ା୩: ଉପକୂଳ ସୁରକ୍ଷା ସଚେତନତା ପାଇଁ ରାଇଜି ଡ଼େ ମାର୍ଚ୍ଚ ୧୦ରୁ ସିଆଇଏସ୍ଏଫ୍ ପକ୍ଷରୁ ପଶ୍ଚିମବଙ୍ଗରୁ କନ୍ୟା କୁମାରୀ ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ମଙ୍ଗବାର ଏହି ସାଇକେଲ ଯାତ୍ରା କେନ୍ଦ୍ରାପଡ଼ା ଜିଲ୍ଲା ଅତିକ୍ରମ କରିଛି। ଏହି ଯାତ୍ରାରେ ୫୦ ଜଣ ସିଆଇଏସ୍ଏଫ୍ର ମହିଳା ଏବଂ ପୁରୁଷ ଜବାନ୍ ସାଇକେଲ ଚଲାଇ ଉପକୂଳ ସୁରକ୍ଷା ବାର୍ତ୍ତା […]
କେନ୍ଦ୍ରାପଡା୧୧ା୩-ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲାସ୍ତରୀୟ “ଲକ୍ଷପତି ଦିଦି” କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ଜୀବିକା ମିଶନ୍ ମାଧ୍ୟମରେ ରାଜ୍ୟ ସରକାର ଏହି ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷପତି ଏହି ଦିଦି କାର୍ମଶାଳା । କମ୍ୟୁନିଟି ସହାୟକମାନେ ତୃଣମୂଳ ସ୍ତରରେ କେଉଁଭଳି […]
କେନ୍ଦ୍ରାପଡା, ୧୧.୦୩.- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କେନ୍ଦ୍ରାପଡା, ଗରଦପୁର, ରାଜକନିକା ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୧୯ ଗୋଟି ଇଟା ଭାଟି ଉପରେ ଚଢାଉ କରାଯାଇ ୩ ଗୋଟି ଟ୍ରାକ୍ଟର ଗରଦପୁର ତହସିଲରୁ ଜବତ କରାଯାଇଛି । ଉପରୋକ୍ତ ଗାଡି ମଧ୍ୟରୁ ୧ ଗୋଟି ଟ୍ରାକ୍ଟରରୁ ମାଟି […]
ଭୁବନେଶ୍ୱର ୧୧ା୩- ଶାସକ ବିରୋଧୀ ହାତାହାତି ହେଲେ । ଓଡ଼ିଶା ବିଧାନସଭା ଦେଖିଲା ଏକ କଳଙ୍କିତ ଅଧ୍ୟାୟ । ତେବେ ବାଚସ୍ପତି କେବଳ ବିରୋଧୀ ଦଳ ସଦସ୍ୟଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ତାରାପ୍ରସାଦ ବାହିନୀପତି। ୭ ଦିନ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରିଛନ୍ତି। ତାରା ବାହିନୀପତିଙ୍କ ନିଲମ୍ବନ ବିରୋଧରେ ଗୃହରେ ପ୍ରତିବାଦ […]
ଭୁବନେଶ୍ବର – ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ତାଙ୍କର ଓଡ଼ିଶା ବିଭାଜନ ଭଳି ମନ୍ତବ୍ୟ ଓ ରାଜ୍ୟ […]
ଭୁବନେଶ୍ୱର ୧୧ା୩- ବିଧାନସଭା ପରିସରରେ ବିରୋଧୀ ବିଜେଡି ବିଧାୟକମାନେ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକମାନେ ହାତରେ ଲଣ୍ଠନ ଧରି ବିଧାନସଭା କରିଡରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଖୋଜୁଥିବା କହିଥିଲେ । ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ବିଧାନସଭା ପରିସରରେ ଲଣ୍ଠନ ଧରି ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ଓ ଅନ୍ୟାନ୍ୟ ପ୍ରକୋଷ୍ଠ ନିକଟରେ ମଧ୍ୟ […]
ଭୁବନେଶ୍ୱର ୧୧/୩- ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ ଓ ହଟ୍ଟଗୋଳ ଜାରି ରଖିଥିବାବେଳେ ଶାସକ ବିଜେପି ବିଧାୟକମାନଙ୍କ ସହ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଥିଲା । ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ […]

