ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂସଦ ବୈଠକ ସଂସଦ ସଭାପତି ପ୍ରଫେସର ଦୁର୍ଯୋଧନ ପରିଡାଙ୍କ ପୌରହିତ୍ୟରେ ବିଦ୍ୟାଳୟ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ୨୯ରେ ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ପୁରାତନ ଓ ନୂତନ ଛାତ୍ରୀଛାତ୍ରମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସଭାପତି ଆହ୍ୱାନ ଦେଇଥିଲେ ।ଏହି ଆଲୋଚନାରେ ପୁରାତନ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ରମେଶ ଚନ୍ଦ୍ର ଜେନା, ଭରତ ଚନ୍ଦ୍ର ପାତ୍ର, ଶିକ୍ଷାବିତ ଶଚିନନ୍ଦନ ଦାସ, ବିଜୟ ସାହୁ, କାଉନସିଲର ଗୋପୀ୍ୱଲ୍ଲଭ ନାୟକ, ଶିକ୍ଷକ ସୁଜୟ କୁମାର ରାଉତରାୟ,ଇଂ ତପନ ପାତ୍ର, କବି ବ୍ରଜ ସୁନ୍ଦର ସାହୁ , ସଞ୍ଜୟ ବର୍ମା, ରାଜେନ୍ଦ୍ର ଦାଶ, ରମେଶ ଦେ, ଶିଶିର ମଲ୍ଲିକ, ନଟବର ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏମଏନ ହାଇସ୍କୁଲ ଛାତ୍ରୀଛାତ୍ର ସଂଖ୍ୟା ବୃଦ୍ଧି ପାଇଥିବାରୁ ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ସହ ଶ୍ରେଣୀ ଗୃହ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସମ୍ପାଦକ କଣ୍ଡୁରୀ ଚରଣ ସ୍ୱାଇଁ ପୂର୍ବ ବୈଠକ ବିବରଣୀ ପାଠ କରିଥିବାବେଳେ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ ସଂସଦର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।
Discover more from Lokamata Odisha
Subscribe to get the latest posts sent to your email.