ଜଗନ୍ନାଥପୁର-ପାରାଚକରେ ବାସନ୍ତୀ ଦୁର୍ଗାପୂଜା

blank
କେନ୍ଦ୍ରାପଡ଼ା,୭ା୪: କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର-ପାରାଚକ ଠାରେ ୭୨ତମ ବାର୍ଷିକ ମା’ବାସନ୍ତୀକ ଦୂର୍ଗାଦେବୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗୁରୁବାର ଦେବୀଙ୍କ ଷଷ୍ଠାଦି କଳ୍ପାରମ୍ଭ, ବିଲ୍ୱାଧିବାସ,ବୋଧନ, ଦେବୀ ଆମନ୍ତ୍ରଣ ଓ ଘୃତାହୂତି କରାଯାଇଥିବା ବେଳେ ଶୁକ୍ରବାର ଷ୍ଟୋତ୍ତର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ ଦେବୀଙ୍କ ମହାସପ୍ତମୀ ବିହିତ ପୂଜାରମ୍ଭ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଚକ୍ଷୁଦାନ ପରେ ପ୍ରାଣ ପ୍ରତିଷ୍ଠା କରାଯାଇ ଷୋଡଶ ଉପଚାର ପୂଜା କରାଯାଇଥିଲା। ପରେ ଶ୍ରୀଚଣ୍ଡୀ ପାଠ, ଘୃତାହୂତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଶନିବାର ମହାଷ୍ଟମୀ ଜନିତ ବିହିତ ପୂଜାରମ୍ଭ, ଷୋଡଶ ଉପଚାର ପୂଜା ପରେ ଶ୍ରୀଚଣ୍ଡୀ ପାଠ, ଘୃତାହୂତି ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ସନ୍ଧିବଳି ପ୍ରେକ୍ଷଣ ପରେ ଅଷ୍ଟୋତ୍ତୋର ଶତ ଦୀପ ଉତ୍ସର୍ଗ ଓ ଝୁଣାଦାନ କରାଯାଇଥିଲା। ରବିବାର ମହାନବମୀ ଜନିତ ବିହିତ ପୂଜା ପରେ ଚଣ୍ଡିପାଠ, ନବକୁମାରୀ ପୂଜା, ଅଷ୍ଟୋତ୍ତୋର ଶତ ଦୀପ ଉତ୍ସର୍ଗ, ଗୀତାହୂତି,ଚଣ୍ଡିଆହୂତି,ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ସୋମବାର ମା’ବାସନ୍ତୀକ ବିଜୟାଦଶମୀରେ ଅପରାଜିତା ପୂଜା, ଉତ୍ତରପୂଜନ, ସମୂହ ପୁଷ୍ପାଞ୍ଜଳି, ପୂର୍ଣ୍ଣ ଆଳତି, ବଳୟଧାରଣ, ଆଳତୀ ଓ ସିନ୍ଦୁର ଲାଗି, ସପ୍ତଦୀପ ବନ୍ଦାପନା, ଦେବୀଙ୍କ ପୁନଃ ଆଗମନ ପାଇଁ ମେଲାଣୀ, ଘଟ କଳସ ଓ ନବ ପତ୍ରିକା ବିସର୍ଜନ କରାଯାଇଥିଲା। ସେହିଭଳି ନୃତ୍ୟସଂଗୀତ ଆସର, ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟିଙ୍କ ଦ୍ୱାରା ପ୍ରବଚନ, ମ୍ୟାଜିକସିଆନ ଜେ.ପି.କ୍ରିଷ୍ଣାଙ୍କ ଦ୍ୱାରା ମ୍ୟାଜିକ ସୋ, ବାସନ୍ତୀ ଜ୍ୟୋତି ସମ୍ମାନ ସମ୍ବର୍ଦ୍ଧନା ସଭା, ମହିଷାସୁର ପୋଡି ଓ ଅପେରା ରାଜମହଲ ପକ୍ଷରୁ ଅପେରା ପରିବେଷଣ କରାଯାଇଥିଲା।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ବେଲତଳରେ ମା ଅନ୍ନପୂର୍ଣ୍ଣା ଦେବୀଙ୍କ ପୂଜା

Mon Apr 7 , 2025
ପଟ୍ଟାମୁଣ୍ଡାଇ ୭ା୪: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ  ଅନ୍ତର୍ଗତ ବେଲତଳ ଠାରେ ୭୮ତମ ମା’ଅନ୍ନପୂର୍ଣ୍ଣା ଦେବୀଙ୍କ ପୂଜା ଉତ୍ସବ ଗ୍ରାମବାସୀ ମାନଙ୍କ ସହେଯାଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶୁକ୍ରବାର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ ବେଦଜ୍ଞପଣ୍ଡିତ ମାନଙ୍କ ଦ୍ୱାର ଦେବୀଙ୍କ ମହାସପ୍ତମୀ ବିହିତ ପୂଜାରମ୍ଭ, ଗୁରୁପୂଜା, ସୂର୍ଯ୍ୟପୂଜା, […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading