ପଟ୍ଟାମୁଣ୍ଡାଇ୩-୪ -ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶରେ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ଶିକ୍ଷା ସଚେତନତା ରଥ ଗଡ଼ିବା ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ,ଅତିରିକ୍ତ ଶିକ୍ଷାଧିକାରିଣୀ ପ୍ରେମବାଳା ମହାପାତ୍ର ଓ ସୁନିତି ଦାଶ, ସିଆରସିସି ମଳୟ ଜେନା ସଞ୍ଜୟ ସାହୁ, ରଞ୍ଜନ ସାହୁ ସଂଘମିତ୍ରା ନାୟକ, ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ, ସମିତି ସଭ୍ୟା ସ୍ମୃତିମୟୀ ମଲିକ,ପ୍ରଧାନ ଶିକ୍ଷକ ଦିପ୍ତିପ୍ରଭା ବାରିକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଶିକ୍ଷାଧିକାରୀ ଦଳାଇ ଓ ସରପଂଚ ସେଠୀ ଏହି ରଥକୁ ପୂଜା କରି ଆନୁଷ୍ଠାନିକ ଭାବେ ଉଦଘାଟନ କଲାପରେ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ଧ୍ୱନୀ ଦ୍ୱାରା ରଥକୁ ବିଦ୍ୟାଳୟ ପରିସରରୁ ଅନ୍ୟ ଆଂଚଳିକ ସାଧନ ଅଭିମୁଖେ ଅଗ୍ରସର ହେବାକୁ ଦିଆଯାଇଥିଲା।
Discover more from
Subscribe to get the latest posts sent to your email.