କେନ୍ଦ୍ରାପଡ଼ା,୧ା୪ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ସଞ୍ଜୀବ କୁମାର ମହାନ୍ତି ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ୱାମୀ ବିବେକାନନ୍ଦ, ଉତ୍କଳ ଗୈାରବ ମଧୁସୁଦନ ଦାସ ଓ ଦୀନବନ୍ଧୁ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ପ୍ରଫେସର ଡ. ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ଓ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ କିଭଳି ଗଠନ ହୋଇଥରଲା ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି, ପ୍ରଫେସର ନନ୍ଦକିଶୋର ପରିଡା, ଅଧ୍ୟାପକ ଅଶୋକ କୁମାର ଦାସ, ରମାନାଥ ମହାନ୍ତି, ଡ. ଦେବକାନ୍ତ ଷଡଙ୍ଗୀ, ଦୀପା ସେନାପତି, ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Discover more from Lokamata Odisha
Subscribe to get the latest posts sent to your email.